ଓଡିଶା

odisha

Rath Yatra 2023: ଫେସିଆଲ ରେକଗନାଇଜେସନର କମାଲ; 90 ଲୁଟେରା ଗିରଫ, 117 ମୋବାଇଲ ଜବତ

By

Published : Jul 1, 2023, 6:49 PM IST

ରଥଯାତ୍ରାରେ 90ଜଣ ଚେନ ଓ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ପୁରୀ ପୋଲିସର ସ୍ବତନ୍ତ୍ର ଟିମ । ଲାଗିଥିଲା ଫେସିଆଲ ରେକଗନାଇଜେସନ କ୍ୟାମେରା । ଭିଡ ଉପରେ ନଜର ରଖିଥିଲେ ବିଷେଶଜ୍ଞଙ୍କ ସମେତ ସଶସ୍ତ୍ର ପୋଲିସ ବଳ । ଅଧିକ ପଢନ୍ତୁ

Rath Yatra 2023: 90 ଚେନ ଲୁଟେରା ଗିରଫ
Rath Yatra 2023: 90 ଚେନ ଲୁଟେରା ଗିରଫ

ହାଇଦ୍ରାବାଦ:ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଗିରଫ ହୋଇଛନ୍ତି 90 ଜଣ ଚେନ ଓ ମୋବାଇଲ ଲୁଟେରା । ପୁରୀ ପୋଲିସ ଓ ଫେସିଆଲ ରେକଗନାଇଜେସନ ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେମାନଙ୍କୁ ନିକଟରୁ ପ୍ରାୟ 117 ସେଲଫୋନ ସମେତ କିଛି ଚୋରି ସାମଗ୍ରୀ ଜବତ ମଧ୍ୟ କରାଯାଇଛି । ଜବତ 60ରୁ ଅଧିକ ମାବାଇଲଗୁଡିକୁ ପ୍ରକୃତ ଲୋକଙ୍କୁ ଚିହ୍ନଟ କରାଯାଇ ପୁରୀ ପୋଲିସ ପକ୍ଷରୁ ହସ୍ତାନ୍ତର ମଧ୍ୟ କରାଯାଇଛି ।

ପୁରୀ ପୋଲିସ ଅଧୀକ୍ଷକ କେ.ବିଶାଲ ସିଂଙ୍କ ସୂଚନା ଅନୁସାରେ, ପୁରୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ 4ଟି ଅତ୍ୟାଧୁନିକ ଫେସିଆଲ ରେକଗନାଇଜେନସ କ୍ୟାମେରା ସ୍ଥାପନ କରାଯାଇଥିଲା । ଏହା ସହ ଏହି ଅତ୍ୟାଧୁନିକ କ୍ୟାମେରା ମାଧ୍ୟମରେ ଏକ ମନିଟରିଂ ଟିମ ମଧ୍ୟ ଭିଡ ଉପରେ ନଜର ରଖିଥିଲା । ଏହି ସ୍ପେସାଲ ୟୁନିଟରେ ବୈଷୟିକ ବିଶେଷଜ୍ଞଙ୍କ ସହ ସଶସ୍ତ୍ର ପୋଲିସ ବଳ ମଧ୍ୟ ନିୟୋଜିତ ଥିଲେ । ଏହି ପ୍ରକ୍ରିୟାରେ ପ୍ରାୟ 300 ଅସାମାଜିକ ସନ୍ଦିଗ୍ଧଙ୍କ ଗତିବିଧି ରେକର୍ଡ କରାଯାଇଛି । ଏହି ଡାଟାକୁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ (SCRB) କୁ ଅପଲୋଡିଂ ପାଇଁ ପଠାଯାଇଛି ।

ଏହି ମିଶନରେ 92 ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ସର୍ବାଧିକ 41ଜଣ ଓଡିଶାର ରହିଛନ୍ତି । ପଡୋଶୀ ପଶ୍ଚିମବଙ୍ଗରୁ 23 ଜଣ ଅଭିଯୁକ୍ତ ରହିଛନ୍ତି । ସେହିପରି ଅବଶିଷ୍ଟ ଅଭିଯୁକ୍ତଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶରୁ 9, ବିହାରରୁ 8, ଉତ୍ତର ପ୍ରଦେଶରୁ 5, ଛତିଶଗଡରୁ 4, ଝାଡଖଣ୍ଡ ଓ ମଧ୍ୟ ପ୍ରଦେଶରୁ ଜଣେ ଲେଖାଏଁ ଅଊିଯୁକ୍ତ ରହଥିବା ପୁରୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରଥଯାତ୍ରାରୁ ଆରମ୍ଭ କରି 30 ଜୁନ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ରତ୍ନ ସିଂହାସନକୁ ଫେରିବେ ଶ୍ରୀଜିଉ, ସଜେଇ ହେଉଛି ସିଂହଦ୍ବାର

ମିଶନର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପୁରୀ ଏସପି କେ.ବିଶାଲ ସିଂ କହିଛନ୍ତି, ଏଥିପାଇଁ ଏକ 11 ସଦସ୍ୟ ବିଶିଷ୍ଟ ମନ୍ଦିର ଚେନ ଲୁଟ ନିରୋଧୀ ଟିମ୍‌ (temple action chain snatching prevention team) ଗଠନ କରାଯାଇଥିଲା । ପ୍ରତ୍ୟକ ଟିମରେ 4 ରୁ 6 ଜଣ ସଶସ୍ତ୍ର ରିଜର୍ଭ ପୋଲିସ (APR) ଯବାନ ରହିଥିଲେ । ବୈଷୟିକ ଭାବେ ଅଭିଯୁକ୍ତଙ୍କୁ ଚିହ୍ନଟ କିମ୍ବା କୌଣସି ଅସ୍ବାଭାବିକ ଗତିବିଧି ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏହି ଟିମ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଧରୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details