ଓଡିଶା

odisha

ପୁରୀରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ! ପ୍ରସ୍ତାବ ଦେବେ ସେବାୟତ: ରାମକୃଷ ଦାସ ମହାପାତ୍ର

By ETV Bharat Odisha Team

Published : Oct 10, 2023, 6:43 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ନିର୍ବାଚନ ଲଢନ୍ତୁ ଏହା ସେବାୟତଙ୍କ ସମେତ ପୁରୀବାସୀଙ୍କ ଇଛା । ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ବହୁତ ରହିଛି । 2015 ନବକଳେବର ଠାରୁ ପୁରୀ ସହର ଅନେକ ବିକାଶ ହୋଇଥିବା କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି । ଅଧିକ ପଢ଼ନ୍ତୁ

ପୁରୀରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ! ପ୍ରସ୍ତାବ ଦେବେ ସେବାୟତ: ରାମକୃଷ ଦାସ ମହାପାତ୍ର
ପୁରୀରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ! ପ୍ରସ୍ତାବ ଦେବେ ସେବାୟତ: ରାମକୃଷ ଦାସ ମହାପାତ୍ର

ପୁରୀରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ! ପ୍ରସ୍ତାବ ଦେବେ ସେବାୟତ: ରାମକୃଷ ଦାସ ମହାପାତ୍ର

ପୁରୀ: ଶ୍ରୀକ୍ଷେତ୍ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ଗତ 2015ଠାରୁ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ପୁରୀର ବିକାଶକୁ ଦ୍ରୁତଗତିରେ କରୁଛନ୍ତି । ପୁରୀ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭାବାବେଗ ରହିଛି । ଶ୍ରୀମନ୍ଦିର ସମେତ ପୁରୀ ସହରର ବିକାଶ ଓ ସୁବିଧା ସୁଯୋଗ ପାଇଁ ବହୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଯାହା ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ସମ୍ଭବ ହୋଇଛି । ତେଣୁ ଶେଷ ଥର ପାଇଁ ନବୀନ ପଟ୍ଟନାୟକ ପୁରୀରୁ ନିର୍ବାଚନ ଲଢ଼ନ୍ତୁ । ଏହା ସେବାୟତଙ୍କ ସମେତ ପୁରୀ ଲୋକଙ୍କ ଇଛା । ପୁରୀରୁ ନବୀନ ବିଧାୟକ ହେଲେ ଆହୁରି ବିକାଶ ହେବ । ପୁରୀରୁ ନିର୍ବାଚନ ଲଢ଼ିବା ପାଇଁ ଏନେଇ ମୁଖ୍ୟମନନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବ । ଆଜି ଏଭଳି କିଛି ରାଜନୈତିକ ମନ୍ତବ୍ୟ ଦେଇ ପୁରୀ ଜିଲ୍ଲା ରାଜନୀତିର ପାରା ବଢ଼ାଇ ଦେଇଛନ୍ତି ଦଇତାପତି ନିଯୋଗର ସମ୍ପାଦକ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର ।

ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି,"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ନିର୍ବାଚନ ଲଢନ୍ତୁ ଏହା ସେବାୟତଙ୍କ ସମେତ ପୁରୀବାସୀଙ୍କ ଇଛା । ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ବହୁତ ରହିଛି । 2015 ନବକଳେବରଠାରୁ ପୁରୀ ସହର ଅନେକ ବିକାଶ ହୋଇଛି । ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ବସିଥିବା ବେଳେ ବେଳାଭୁମିର ଉନ୍ନତିକରଣ, ନୁଆ ମାର୍କେଟ କମ୍ପ୍ଲେକ୍ସ, ନୂଆ ପାର୍କିଂ ସ୍ଥାନ, ରାସ୍ତା ଘାଟର ଉନ୍ନତିକରଣ, ବିମାନ ବନ୍ଦର ସ୍ଥାପନ ପାଇଁ ପଦକ୍ଷେପ, 24 ଘଣ୍ଟିଆ ଜଳ ଯୋଗାଣ ଆଦିକୁ ନେଇ ଅନେକ ପୁରୀ ସହରର ବିକାଶ ମୁଖ୍ୟମନ୍ତ୍ରୀଙ୍କ ହାତରେ ହୋଇଛି । ଏଣୁ ସେବାୟତଙ୍କ ତରଫରୁ ପୁରୀରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବାକୁ ଏକ ପ୍ରସ୍ତାବ ଦିଆଯିବ ।"

ଏହାବି ପଢନ୍ତୁ- Municipal Election: ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ସେହିପରି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ଗତ 2019 ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଥିଲେ । ପୁଣି ଥରେ 2024 ନିର୍ବାଚନ ପୁରୀରୁ ଲଢ଼ିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବେ । ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢିଲେ ସବୁ ମହଲରେ ସ୍ଵାଗତ କରାଯିବ।

ସୂଚନାଯୋଗ୍ୟଯେ ପୁରୀ ସହରକୁ ବିଶ୍ବ ଐତିହ ନଗରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁରୀ ନିର୍ବାଚନ ଲଢିବା ସମ୍ଭାବନା ଥିବା ରାଜନୈତିକ ମହଲ ଆଲୋଚୋନା ଚାଲିଛି। ପୁରୀରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିଲେ ପୁରୀର ଆହୁରି ବିକାଶ ହେବ ବୋଲି ଚର୍ଚ୍ଚା ହେଉଛି । ଏହା ସହ ପୁରୀ ଜିଲ୍ଲାରେ ବିଜେପି ଧୀରେଧୀରେ ଶକ୍ତିଶାଳୀ ହେଉଥିବାରୁ ଏହାର ପ୍ରତିହତ କରିବା ପାଇଁ ବିଜେଡି ମଧ୍ୟ ଏଭଳି ରଣନୀତି ଆପଣାଇ ପାରେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details