ଓଡିଶା

odisha

ଶ୍ରୀକ୍ଷେତ୍ର ଆସି ମହାବାହୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତା ଅନୁପମ ଖେର

By

Published : Jan 22, 2023, 7:14 PM IST

ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହେଲେ ଅନୁପମ ଖେର । ଶ୍ରୀମନ୍ଦିରରେ ଥିବା ଦେବାଦେବୀ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ

Anupam Kher visits Jagannath Temple
Anupam Kher visits Jagannath Temple

Anupam Kher visits Jagannath Temple

ପୁରୀ: ଶ୍ରୀକ୍ଷେତ୍ରରେ ବଲିଉଡ୍ ଅଭିନେତା ଅନୁପମ ଖେର । ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହେଲେ ଅନୁପମ । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଅନୁପମ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ତାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇ ଯାଇଥିଲେ । ସେ ମହାପ୍ରଭୁଙ୍କୁ ଦର୍ଶନ କରି ଥିଲେ । ପରେ ଶ୍ରୀମନ୍ଦିରରେ ଥିବା ଦେବାଦେବୀ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।

ବାଇଶି ପାହାଚ ଦେଇ ଫେରିବା ପରେ ସେ ଗଣମାଧ୍ୟମକୁ ନିଜର ଭାବନା ବ୍ୟକ୍ତ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଧନ୍ୟ ହୋଇ ଯାଇଥିବା କହିଥିଲେ । ଏଥିସହ ଜଗନ୍ନାଥ ମନ୍ଦିରକୁ ସେ ପ୍ରଥମ ଥର ପାଇଁ ଆସିଥିବା ବେଳେ ଏଠାରେ ଥିବା ଆଧ୍ୟାତ୍ମିକ ମାହୋଲ୍ ଭାରତରେ ଅନ୍ୟ କୌଣସି ମନ୍ଦିରରେ ସେ ଅନୁଭବ କରିନାହାନ୍ତି ବୋଲି କହିଥିଲେ । ବିଶେଷ ଭାବରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ 122 ପ୍ରକାର ନୀତି, ମନୁଷ୍ୟଙ୍କ ଭଳି ନୀତି ପରମ୍ପରା ବିଷୟରେ ଜାଣି ବେଶ୍ ଖୁସି ଥିବା କହିଥିଲେ ।

ଏଥିସହ ଚଳିତ ବର୍ଷରୁ ଭାରତର ବିଭିନ୍ନ ମନ୍ଦିର, ତୀର୍ଥସ୍ଥଳୀକୁ ଯାତ୍ରା ଆରମ୍ଭ କରିଥିବା ଅନୁପମ କହିଛନ୍ତି । ସେ ବିଭିନ୍ନ ମନ୍ଦିର, ତୀର୍ଥସ୍ଥଳୀ ଯାଇ ବିଭିନ୍ନ ଜ୍ଞାନ, ଶିକ୍ଷା ଲାଭ କରିବା ତାଙ୍କର ଲକ୍ଷ୍ୟ ରହିଛି । ଶ୍ରୀମନ୍ଦିରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଅନୁପମ ଖେର୍ ଉଚ୍ଚ ପ୍ରଶଂସା ମଧ୍ୟ କରିଥିଲେ । ସମଗ୍ର ବିଶ୍ଵ ଏବଂ ଭାରତର ଉନ୍ନତି, ବିକାଶ, ଶାନ୍ତି ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କଥା କହିଛନ୍ତି । ଜଗନ୍ନାଥ ମନ୍ଦିର ସିଂହଦ୍ଵାର ଆଗରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଉଚ୍ଚାରଣ କରି ଅନୁପମ ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ । ସେପଟେ ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଝଲକ ପାଇ ଉପସ୍ଥିତ ଭକ୍ତମାନେ ମଧ୍ୟ ବେଶ୍ ଖୁସି ଜାହିର କରିଥିଲେ।

ଏହା ମଧ୍ୟ ପଢନ୍ତୁ- ଶ୍ରୀୟାଙ୍କ ଆରୋପ ପରେ ମୁଁହ ଖୋଲିଲେ ହ୍ୟୁମାନ, କହିଲେ ମିଛ ଅଭିଯୋଗ କରିବା ସମାଧାନର ରାସ୍ତା ନୁହେଁ

ପ୍ରକାଶ ଥାଉକି, ଯାଜପୁରର ବ୍ୟାସନଗରଠାରେ ଉଦଯାପିତ ହୋଇଥିବା ଦୁଇ ଦିନିଆ ଇଣ୍ଟରନ୍ୟାସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବଲିଉଡ କଳାକାର ଅନୁପମ ଖେର । ସେଠାରେ ବଖାଣିଥିଲେ ଅନେକ ଅଭିଜ୍ଞତା । ସେମାନଙ୍କ ସହ ସାମିଲ ହୋଇଥିଲେ ଅନେକ ଜ୍ଞାନୀଗୁଣୀ ବ୍ୟକ୍ତିବିଶେଷ । ହସ୍ତଶିଳ୍ପର ବିକାଶ ଓ କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇବାକୁ ଆଲୋଚନା କରିଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details