ଓଡିଶା

odisha

ପୁରୀ ସଦର ବ୍ଲକରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଗର୍ଜିଲା ବିଜେପି

By ETV Bharat Odisha Team

Published : Dec 18, 2023, 9:51 PM IST

BJP protest: ପୁରୀରେ ଗର୍ଜିଲା ବିଜେପି । ଦୁର୍ନୀତିକୁ ବିରୋଧରେ ସଦର ବ୍ଳକରେ ଘେରିଲା ଦଳ । ଦୁର୍ନୀତି ବନ୍ଦ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଅଧିକ ପଢନ୍ତୁ

"ପୁରୀ ସଦର ବ୍ଳକ ଦୁର୍ନୀତିର ଗନ୍ତାଘର "
"ପୁରୀ ସଦର ବ୍ଳକ ଦୁର୍ନୀତିର ଗନ୍ତାଘର "

"ପୁରୀ ସଦର ବ୍ଳକ ଦୁର୍ନୀତିର ଗନ୍ତାଘର "

ପୁରୀ: ପୁରୀରେ ଗର୍ଜିଲା ବିଜେପି । ସଦର ବ୍ଳକ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି । ପିସି ନ ଦେଲେ କୌଣସି କାର୍ଯ୍ୟ ହେଉନାହିଁ । ଆବାସ ଘର ପ୍ରଦାନରୁ ଆରମ୍ଭ କରି ଫନି ବାତ୍ୟା ସହାୟତାରେ ବ୍ୟାପକ ଦୁର୍ନୀତି କରାଯାଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ଘର ପ୍ରଦାନ କରାଯାଇଛି । ଦୁର୍ନୀତି ବଢ଼ି ଚାଲିଥିବା ଅଭିଯୋଗ ଆଣି ଦୃଢ଼ ପ୍ରତିବାଦ କରିଛି ପୁରୀ ଜିଲ୍ଲା ବିଜେପି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରିର ବିଜେପି ନେତ୍ରୀ ଉପାସନା ମହାପାତ୍ର ନେତୃତ୍ଵରେ ସହ ଶହ ବିଜେପି କର୍ମୀ ଏକାଠି ହୋଇ ପୁରୀ ସଦର ବ୍ଳକ ଘେରାଉ କରିଛନ୍ତି । ଦୁର୍ନୀତି ବନ୍ଦ ନ ହେଲେ ଆଗାମୀ ଦିନରେ ପୁରୀ ସଦର ବ୍ଲକକୁ ଅଚଳ କରିଦିଆଯିବ ବୋଲି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି ।

ଆଜି (ସୋମବାର) ବିଜେପିର ଏକ ବିଶାଳ ରାଲି ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥଲା । ପରେ ଏହି ରାଲି ପୁରୀ ସଦର ବ୍ଳକରେ ପହଞ୍ଚି ଥିଲା । ତେବେ ବିଜେପି କର୍ମୀ ସଦର ବ୍ଲକ ଭିତରକୁ ଯିବା ପାଇଁ ଜୋର ଜବରଦସ୍ତି ଚେଷ୍ଟା କରିଥିବା ବେଳେ ପୋଲିସ ବାଧା ଦେଇଥିଲା । ପରେ ପୋଲିସ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ପରେ ବିଜେପି କର୍ମୀ ଓ ନେତା ବ୍ଳକ୍ ଅଫିସ ଗେଟ୍ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରିଥଲେ । ପୁରୀ ସଦର ବ୍ଳକରେ ବାର୍ଦ୍ଧକ୍ୟ ଭତ୍ତାରୁ ଆରମ୍ଭ କରି ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି ଦଳ । ବିଜେପି ନେତ୍ରୀ ଉପାସନା ମହାପାତ୍ର କହିଛନ୍ତି,"ପୁରୀ ସଦର ବ୍ଲକ ଦୁର୍ନୀତିକୁ ନେଇ ବ୍ୟାପକ ଜନ ଆକ୍ରୋଶ ରହିଛି । ଦୁର୍ନୀତି ନ କମିଲେ ଆଗାମୀ ଦିନରେ ଜନତାଙ୍କ ସହ ବିଜେପି କଡା ଜବାବ ଦେବ ।"

ଏହା ମଧ୍ୟ ପଢନ୍ତୁ....ମଦ ଟଙ୍କା ଜବତକୁ ନେଇ ରାଜନୀତି, ପ୍ରତିବାଦ କଲା ରାଉରକେଲା ବିଜେପି

ସେହିିପରି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି," ଭାରତ ସରକାରଙ୍କ ଆବାସ ଯୋଜନାକୁ ବାଟମାରଣା କରିଛି ପ୍ରଶାସନ । ଦୁର୍ନୀତିର ଗନ୍ତାଘର ହେଉଛି ପୁରୀ ସଦର ବ୍ଲକ । ଫନି ସହୟତା ରାଶିକୁ ମଧ୍ୟ ବାଟମାରଣା କରିନେଇଗଲେ । ଏଠାରେ ସମସ୍ତେ ପିସି ନିଆନ୍ତି । ବିନା ପଇସାରେ ଫାଇଲ୍ ମଧ୍ୟ ଚାଲେନି । ପ୍ରତ୍ୟେକ କ୍ଷେତ୍ରେ ବ୍ୟାପକ ଦୁର୍ନିତି ହେଉଛି । ଯଦି ଆଗାମୀ ଦିନରେ ଏଠାରେ ଦୁର୍ନିତି ବନ୍ଦ ନହୁଏ ତାହାଲେ । ବହୁତ ବଡ଼ ଆନ୍ଦୋଳନ କରାଯିବ ଏଥିପ୍ରତି ପ୍ରଶାସନ ଦାୟୀ ରହିବ । "

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details