ଓଡିଶା

odisha

PM Awas Yojana: ତାଲିକାରୁ ବାଦ ପଡିବା ପରେ କାନ୍ଥରେ ପୋଷ୍ଟର ମାରି ପ୍ରତିବାଦ

By

Published : Jan 19, 2023, 2:13 PM IST

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବାରୁ ପକ୍କା ଘର ଖଣ୍ଡେ ପାଇବା ସ୍ବପ୍ନ ହୋଇଛି । ପୁରୀ ଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁର ପଞ୍ଚାୟତରୁ ଆସିଛି ଏହି ଖବର । ଅଧିକ ପଢନ୍ତୁ

puri awas yojana corruption
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି

ପୁରୀ: ଘରର ଅବସ୍ଥା ନ କହିବା ଭଲ । କାନ୍ଥ ଫାଟି ଆଁ କରିଛି । ଛାତ ଦେଇ ସୂର୍ଯ୍ୟକିରଣ ଘର ଭିତରେ ପଡୁଛି । ଖରା ବର୍ଷା ଶୀତ ସେହି ଭଙ୍ଗା ଆଜବେଷ୍ଟ ଘରେ ବିତୁଛି । ଗରିବଙ୍କ ପାଇଁ ମାଳ ମାଳ ଯୋଜନା ଥାଇ ବି ତାଙ୍କ ପାଇଁ ସହୁ ବାଟବଣା ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବାରୁ ପକ୍କା ଘର ଖଣ୍ଡେ ସ୍ବପ୍ନ ହୋଇଛି । ପୁରୀ ଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁର ପଞ୍ଚାୟତର ଜଳନ୍ଦର ନାୟକ ଆବାସ ଯୋଜନା ତାଲିକାରୁ ବାଦ ପଡିଥିବା ଅଭିଯୋଗ କରିଛନ୍ତି । ଯୋଗ୍ୟ ତାଲିକାରୁ ବାଦ ପଡିଥିବାରୁ କାନ୍ଥରେ ଏକ ପୋଷ୍ଟର ମାରି ପ୍ରଶାସନକୁ ଚ୍ୟାଲେଞ୍ଜ କରିଛନ୍ତି ହିତାଧିକାରୀ ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କ ନାମ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ ଦେଖିବାକୁ ମିଳିଛି। ନେତା ଓ ଅଫିସରମାନେ ଟଙ୍କା ଲାଞ୍ଚ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ନେଇ ନାଁ ଚୂଡାନ୍ତ କରୁଥବା ବିଭିନ୍ନ ସ୍ଥାନରେ ଅଭିଯୋଗ ବଢ଼ିବାରେ ଲାଗିଛି । ଯୋଗ୍ୟ ହିତାଧିକାରୀ ଏହି ଚୟନ ପ୍ରକ୍ରିୟାରୁ ବାଦ ପଡିଥିବା ଅଭିଯୋଗ କରି ନିଜ ଦୁଆର ମୁହଁରେ କାଗଜରେ ପ୍ରିଣ୍ଟିଂ କରି ପ୍ରତିବାଦ କରିଛନ୍ତି ଜଳନ୍ଦର ନାୟକ । ଜଳନ୍ଦର ତାଲିକାରୁ ବାଦପଡ଼ିଥିବାରୁ ପ୍ରତିବାଦ କରିଛନ୍ତି ।

ଘର ଆଗରେ ଏକ କାଗଜରେ ଭଙ୍ଗା ଘରକୁ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିବା ସହିତ ଯୋଗ୍ୟ ହିତାଧିକାରୀ ବିବେଚିତ ନ ହେଲେ ଆମକୁ ଜେଲ ନିଅ ବୋଲି କହିଛନ୍ତି । ଭୋଟ ସମୟରେ ନେତା ମନ୍ତ୍ରୀଙ୍କୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ସ୍ଥାନୀୟ ସରପଞ୍ଚ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଥିବା ହିତାଧିକାରୀ ବାଦ ପଡିଥିବା ସ୍ବୀକାର କରିଛନ୍ତି । ତେବେ ଏନେଇ ସରପଞ୍ଚ ନିଜେ ଅସହାୟ ପ୍ରକାଶ କରିଛନ୍ତି । ଏନେଇ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିବାକୁ କହିଛନ୍ତି।

ଏହା ବି ପଢନ୍ତୁ...ଟ୍ରେନ ଆଗକୁ ଡେଇଁଲେ ଯୁବକ, ମରଣ ମୁହଁରୁ ଟାଣି ଆଣିଲେ ଆରପିଏଫ ଯବାନ

ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ଅଯୋଗ୍ୟ ହିତାଧିକାରୀ ବିରୋଧରେ ଅଭିଯୋଗ ପାଇଁ ପଞ୍ଚାୟତ ,ବ୍ଲକ ସ୍ତରରେ ଅଭିଯୋଗ କରିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଟୋଲ ନମ୍ବରର ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଏହା ଉପରେ ବିଶ୍ବାସ ନ କରି ନିଜ ଘର ସମ୍ମୁଖରେ ପ୍ରତିବାଦ କରିଛନ୍ତି ଜଳନ୍ଦର । ଯାହାକି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ତେବେ ପୁରୀ ଜିଲ୍ଲାରେ ଆବାସ ଯୋଜନାରେ ଯୋଗ୍ୟ ହିତାଧୀକାରୀ ଚୟନ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details