ଓଡିଶା

odisha

ପ୍ରଧାନମନ୍ତ୍ରୀ ଫସଲ ବୀମା ଆବେଦନ ଅବଧି ବୃଦ୍ଧି ଦାବି

By

Published : Aug 1, 2020, 5:45 AM IST

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଆବେଦନର ଶେଷ ତାରିଖ ଜୁଲାଇ 31 ପର୍ଯ୍ୟନ୍ତ ରହିଥିଲା । ତେବେ ଅଧିକ ଗୋଟିଏ ମାସ ଅର୍ଥାତ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଆବେଦନର ଅବଧି ବୃଦ୍ଧି କରିବାକୁ ନୂଆପଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷକୁ ଦାବି ହୋଇଛି ।

Nuapada BJD demand extend of registration PMFBY 2020 up to August 31
ପ୍ରଧାନମନ୍ତ୍ରୀ ଫସଲ ବୀମା ଆବେଦନ ଅବଧି ବୃଦ୍ଧି ଦାବି

ନୂଆପଡା: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ ପାଇଁ ଆବେଦନର ଶେଷ ତାରିଖ ଜୁଲାଇ 31 ପର୍ଯ୍ୟନ୍ତ ରହିଥିଲା । ତେବେ ଅଧିକ ଗୋଟିଏ ମାସ ଅର୍ଥାତ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଆବେଦନର ଅବଧି ବୃଦ୍ଧି କରିବାକୁ ନୂଆପଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷକୁ ଦାବି ହୋଇଛି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଆବେଦନ ଅବଧି ବୃଦ୍ଧି ଦାବି

ଏନେଇ ଦଳ ପକ୍ଷରୁ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ପ୍ରଦର୍ଶନ କରାଯାଇଛି । ମହାମାରୀ କୋରୋନା ଭାଇରସ ଯୋଗୁଁ, ଚଳିତ ବର୍ଷ ଜିଲ୍ଲାରେ ଲକଡାଉନ ଓ ସଟଡାଉନ ଜାରି ରହିଛି । ଫଳରେ ଚାଷକାମ ବାଧାପ୍ରାପ୍ତ ହେବାସହ, କୃଷକମାନେ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି । କୋଭିଡ୍ କଟକଣା ମଧ୍ୟରେ ଧାର୍ଯ୍ୟ ସମୟ ସୀମା 31 ଜୁଲାଇ ମଧ୍ୟରେ ପୂର୍ଣ୍ଣ ମାତ୍ରାରେ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ଆବେଦନ କରିପାରିନାହାନ୍ତି । ଫଳରେ ଜିଲ୍ଲାର ସମସ୍ତ ଚାଷୀଙ୍କ ହିତ ଦୃଷ୍ଟିରୁ, ଅଗଷ୍ଟ 31ପର୍ଯ୍ୟନ୍ତ ସମୟ ବୃଦ୍ଧି ପାଇଁ ଦଳ ପକ୍ଷରୁ ଦାବି ହୋଇଛି । ପାକୃତିକ ବିପର୍ଯ୍ୟୟ ତଥା ଅନ୍ୟକାରଣ ପାଇଁ ଫସଲ ହାନୀ ଘଟିଲେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବୀମା ରାଶି ଆକାରରେ ସହାୟତା ମିଳିଥାଏ ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ, ଏକ ଦାବିପତ୍ର ଖଡ଼ିଆଳ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ଦଳର ଜିଲ୍ଲା ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ସଭାନେତ୍ରୀ ସରସ୍ବତୀ ବାଗ, ସନ୍ତୋଷ ବିଶିଙ୍କ ନେତୃତ୍ବରେ ଏକାଧିକ ନେତା ଓ କର୍ମୀ ଉପସ୍ଥିତ ଗଣଧାରଣାରେ ସାମିଲ ହୋଇଥିଲେ ।

ନୂଆପଡାରୁ ମୋତିଲାଲ ବାଗ୍ , ଇଟିଭି ଭାରତ

ABOUT THE AUTHOR

...view details