ନୂଆପଡା: ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ନୂଆପଡା MRS ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସରଗିଫୁଲ’ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଜିଲ୍ଲାର 46ଟି ଆଶ୍ରମ ବିଦ୍ୟାଳୟ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗର ଶିଶୁମାନେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ କରିଥିଲେ ।
ନୂଆପଡା MRS ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସରଗିଫୁଲ ଶିଶୁ ଉତ୍ସବ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି । ଉତ୍ସବରେ ଜିଲ୍ଲାର ସେବାଶ୍ରମ , ଆଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ନିଜକୁ ସାମିଲ କରିଛନ୍ତି। ବକୃତା,ସଙ୍ଗୀତ,ଏକକ ନୃତ୍ୟ,ଦଳଗତ ନୃତ୍ୟ,ଡ୍ରଇଙ୍ଗ,ସାଧାରଣ ଜ୍ଞାନ,ରଚନା,ପତ୍ରଲିଖନ ଭଳି ଏକାଧିକ ପ୍ରତିଯୋଗିତାରେ ଭାଗନେଇ ଉଚ୍ଚ କୋଟିର ଦକ୍ଷତା ଦେଖାଇ କୃତିତ୍ବ ଅର୍ଜନ କରିଛନ୍ତି ।