ଓଡିଶା

odisha

ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

By

Published : Nov 14, 2022, 10:15 PM IST

ନୟାଗଡ଼ ଦଶପଲ୍ଲା ଏନଏସି ଅନ୍ତର୍ଗତ ୧୬ ନମ୍ବର ୱାର୍ଡରେ ନିର୍ମମ ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ ଯୁବକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ
ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ନୟାଗଡ଼: ସାମାନ୍ୟ ବଚସାରୁ ଯୁବକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ଅନ୍ତର୍ଗତ ୧୬ ନମ୍ବର ୱାର୍ଡରେ ଘଟିଛି ଏଭଳି ନିର୍ମମ ହତ୍ୟାକାଣ୍ଡ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ମୃତକ ହେଉଛନ୍ତି ୧୬ ନଂ ୱାର୍ଡର ପ୍ରଫୁଲ ଦାସଙ୍କ ପୁଅ ବୀରସେନ ଦାସ ।

ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ସୂଚନା ଅନୁସାରେ ବୀରସେନ ରବିବାର ରାତି ୮ଟା ସମୟରେ ସାଙ୍ଗ ରବୀନ୍ଦ୍ର ସାହୁଙ୍କ ସହିତ ମିଶି ଭୋଜି କରୁଥିବାବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ କିଛି ସମୟ ବଚସା ହେବାପରେ ଉଭୟ ଝଗଡା ହୋଇ ମାରପିଟ ହୋଇଥିଲେ । ଏଥିରେ ରବୀନ୍ଦ୍ର ରାଗିଯାଇ ତାର କିଛି ସହଯୋଗୀଙ୍କୁ ଡାକି ମଦ ନିଶାରେ ବୀରସେନକୁ କାଠଫାଳିଆରେ ପିଟିପିଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୀରସେନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ଲୋକେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ବିଳମ୍ବିତ ରାତି କହି ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଦଶପଲ୍ଲା ଥାନା ସମ୍ମୁଖ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ନୟାଗଡ ଏସଡିପିଓ ଶୁଭେନ୍ଦୁ କୁମାର ସିହ୍ନା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details