ଓଡିଶା

odisha

ଉଦାହରଣ ସୃଷ୍ଟିକଲା ବିରୁଡା ପଞ୍ଚାୟତ, ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ଜିତାଇଲେ

By

Published : Apr 14, 2022, 4:51 PM IST

ନୟାଗଡ ଜିଲ୍ଲା ବିରୁଡା ପଞ୍ଚାୟତର ଭୋଟରମାନେ କେବଳ ମହିଳାମାନଙ୍କୁ ପ୍ରତିନିଧି ଭାବେ ବାଛିଛନ୍ତି । ବିଭିନ୍ନ ପଦବୀ ପାଇଁ ପୁରୁଷ ମାନେ ମଧ୍ୟ ପ୍ରତିଦ୍ବନ୍ଦିତା କରୁଥିଲେ, ହେଲେ ଭୋଟର ମାନେ କେବଳ ମହିଳାଙ୍କୁ ସୁଯୋଗ ଦେଇଛନ୍ତି । ଯାହା ସାରା ଓଡ଼ିଶାରେ ଏକ ଉଦାହରଣ ପାଲଟିଛି । ଅଧିକ ପଢନ୍ତୁ

ଉଦାହରଣ ସୃଷ୍ଟି କଲା ବିରୁଡା ପଞ୍ଚାୟତ, ନିର୍ବାଚନରେ କେବଳ ମହିଳାଙ୍କୁ ନିର୍ବାଚିତ କଲେ ଭୋଟର
ଉଦାହରଣ ସୃଷ୍ଟି କଲା ବିରୁଡା ପଞ୍ଚାୟତ, ନିର୍ବାଚନରେ କେବଳ ମହିଳାଙ୍କୁ ନିର୍ବାଚିତ କଲେ ଭୋଟର

ନୟାଗଡ଼: ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଉଛନ୍ତି ସରକାର । ମହିଳାମାନେ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି । ଚଳିତ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ନୟାଗଡ ଜିଲ୍ଲା ବିରୁଡା ପଞ୍ଚାୟତର ଭୋଟରମାନେ କେବଳ ମହିଳାମାନଙ୍କୁ ପ୍ରତିନିଧି ଭାବେ ବାଛିଛନ୍ତି । ବିଭିନ୍ନ ପଦବୀ ପାଇଁ ପୁରୁଷ ମାନେ ମଧ୍ୟ ପ୍ରତିଦ୍ବନ୍ଦିତା କରୁଥିଲେ, ହେଲେ ଭୋଟର ମାନେ କେବଳ ମହିଳାଙ୍କୁ ସୁଯୋଗ ଦେଇଛନ୍ତି । ଯାହା ସାରା ଓଡ଼ିଶାରେ ଏକ ଉଦାହରଣ ପାଲଟିଛି ।

ଉଦାହରଣ ସୃଷ୍ଟି କଲା ବିରୁଡା ପଞ୍ଚାୟତ, ନିର୍ବାଚନରେ କେବଳ ମହିଳାଙ୍କୁ ନିର୍ବାଚିତ କଲେ ଭୋଟର

ସରପଞ୍ଚ, ସମିତି ସଭ୍ୟ ସମେତ ୧୭ଟି ୱାର୍ଡମେମ୍ବର ପଦବୀରେ କେବଳ ମହିଳା ମାନଙ୍କୁ ନିର୍ବାଚିତ କରି ରେକର୍ଡ ସୃଷ୍ଟି କରିଛନ୍ତି । ସମସ୍ତ ମହିଳା ପ୍ରତିନିଧି ଦାୟିତ୍ବ ଗ୍ରହଣ କରିବା ପରେ ନିଜ ନିଜ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ସେମାନେ ଭୋଟରଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଆଗେଇ ଆସିଛନ୍ତି । ପୁରୁଷଙ୍କ ସହଯୋଗରେ ଏହି ମହିଳାମାନେ ଜିତିଥିଲେ ମଧ୍ୟ ସମସ୍ତଙ୍କ ସହଯୋଗରେ ପଞ୍ଚାୟତରେ କିପରି ଉନ୍ନତି ହୋଇପାରିବ ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ପୂର୍ବରୁ ମହିଳା ସରପଞ୍ଚଙ୍କ ନେତୃତ୍ବରେ ପଞ୍ଚାୟତରେ ଅନେକ ଉନ୍ନତିମୂଳକ କାମ ହୋଇଥିଲା । ଏପରିକି ଏକ ଆଦର୍ଶ ପଞ୍ଚାୟତର ମାନ୍ୟତା ପାଇଁ ପୁରସ୍କୃତ ହୋଇଥିଲା । ଅଧୁରା ଥିବା ସବୁ କାର୍ଯ୍ୟ ଏହି ୫ ବର୍ଷ ମଧ୍ୟରେ ସରିବା ନେଇ ଆଶା ରଖିଛନ୍ତି ମହିଳା ପ୍ରତିନିଧି ମାନେ । ପଞ୍ଚାୟତର ବିକାଶକୁ ପ୍ରସଙ୍ଗ କରି ସମସ୍ତେ ଏକାଠି ହୋଇଛନ୍ତି । ଏବେ ମହିଳା ମାନଙ୍କ ନେତୃତ୍ବରେ ପଞ୍ଚାୟତର ଅନେକ ଉନ୍ନତିମୂଳକ କାର୍ଯ୍ୟ ହେବ । ଆସନ୍ତା ୫ ବର୍ଷ ମଧ୍ୟରେ ମହିଳା ପ୍ରତିନିଧିମାନେ ପଞ୍ଚାୟତର ବିକାଶ ରଥ କେତେଦୂର ଆଗକୁ ନେଇ ପାରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details