ଓଡିଶା

odisha

ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଜେଲ୍ ଗଲା ପତ୍ନୀହନ୍ତା

By

Published : Jul 22, 2021, 7:28 AM IST

ନିଜ ପତ୍ନୀକୁ ହତ୍ୟା କରି ଦୀର୍ଘ ଦିନ ଧରି ଫେରାର ଥିବା ବେଳେ ବୁଧବାର ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ବହୁଦିନର ଲୁଚକାଳି ଖେଳ ପରେ ଜେଲ୍ ଗଲା ପତ୍ନୀ ହନ୍ତା
ବହୁଦିନର ଲୁଚକାଳି ଖେଳ ପରେ ଜେଲ୍ ଗଲା ପତ୍ନୀ ହନ୍ତା

ନୟାଗଡ: ନୂଆଗାଁ ପୋଲିସକୁ ମିଳିଛି ଆଉ ଏକ ସଫଳତା । ଜିଲ୍ଲାର ଆଉ ଏକ ଚର୍ଚ୍ଚିତ କରୁଚୁଲି ମର୍ଡର କେସରେ ପତ୍ନୀହନ୍ତା ପ୍ରହଲ୍ଲାଦ ଗୁରୁ ବୁଧବାର ଗିରଫ ହୋଇଛି । ଏନେଇ ନୂଆଗାଁ ପୋଲିସର ଅକ୍ଲାନ୍ତ ପରିଶ୍ରମ ପରେ ଗିରଫ ହୋଇଛି ଅଭିଯୁକ୍ତ । ସେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ନେଇ ସୂଚନା ମିଳିଛି । ଗିରଫ ପରେ ଜେଲ୍ ହାଜତକୁ ପଠାଇଛି ନୂଆଗାଁ ପୋଲିସ ।

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଆଦିବାସୀ ବହୁଳ ଜାକେଡା ଗ୍ରାମ ପଞ୍ଚାୟତ କରଚୁଲି ଗ୍ରାମର ଗୁରିଆ ଓ ତାଙ୍କ ସ୍ତ୍ରୀ ଅବନ୍ତିକା ଗୁରିଆ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଚଳି ଆସୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରତ୍ୟେହ କୌଣସି ନା କୌଣସି ସମୟରେ ବଚସା ହୋଇଥାଏ । କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ କଳହ ଲାଗୁ ରହିଥିଲା ।

ବହୁଦିନର ଲୁଚକାଳି ଖେଳ ପରେ ଜେଲ୍ ଗଲା ପତ୍ନୀ ହନ୍ତା

ତେବେ ଝଗଡା ଚରମ ସୀମାରେ ପହଞ୍ଚିବା ପରେ ସ୍ତ୍ରୀର ବେକକୁ କାଟି 2 କିଲୋମିଟର ଜଙ୍ଗଲ ମଝିରେ ପୋତି ଦେଇଥିଲା ସ୍ୱାମୀ । ସେବେ ଠାରୁ ଫେରାର ଥିଲା ଅଭିଯୁକ୍ତ ପତ୍ନୀହନ୍ତାକୁ ଖୋଜୁଥିଲା ପୋଲିସ । ଫେରାର ଅଭିଯୁକ୍ତ ଜଣକ ଗାଁରେ ଆସି ଗାଳିଗୁଲଜ କରିବା ପରେ ଗ୍ରାମବାସୀ ନୂଆଗାଁ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details