ଓଡିଶା

odisha

ସିବିଆଇ ତଦନ୍ତ ହେଲେ ପ୍ରକୃତ ଦୋଷୀ ଧରାପଡ଼ିବ: ନାବାଳିକାଙ୍କ ବାପା ଓ ମା

By

Published : Jan 14, 2021, 10:30 PM IST

ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ନ ଥିବାରୁ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲି। ନୟାଗଡ଼ ନାବାଳିକା ହତ୍ୟାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ସୌଦାମିନୀ ସାହୁ। ଅଧିକ ପଢ଼ନ୍ତୁ...

if cbi investigate the pari murder case the real accused will arrest says paris father and mother
ସିବିଆଇ ତଦନ୍ତ ହେଲେ ପ୍ରକୃତ ଦୋଷୀ ଧରାପଡ଼ିବ: ନାବାଳିକାଙ୍କ ବାପା ଓ ମା

ନୟାଗଡ଼: "ଏସଆଇଟି ତଦନ୍ତର କିଛି ମୂଲ୍ୟ ନାହିଁ। କାରଣ ମୋ ଝିଅର ଉଦ୍ଧାର ହୋଇଥିବା ଦେହାବଶେଷରୁ କୌଣସି ଦୁର୍ଗନ୍ଧ ବାହାରୁ ନଥିଲା। ଏହି ପ୍ରଶ୍ନକୁ ନେଇ ବାରମ୍ବାର ଏସଆଇଟି ଏଡ଼ାଇ ଚାଲିଥିଲା। ନିରପେକ୍ଷ ତଦନ୍ତ ଆମେ ଚାହୁଁଥିଲୁ। ମୋ ଝିଅର ହତ୍ୟାକାରୀକୁ ଧରିବା ପାଇଁ ଆମେ ସିବିଆଇ ତଦନ୍ତ ଚାହୁଁଛୁ। ସିବିଆଇ ତଦନ୍ତ ହେଲେ ହିଁ ପ୍ରକୃତ ଅଭିଯୁକ୍ତ ଧରା ପଡ଼ିବ। ଅଙ୍ଗ ତସ୍କରୀ ପାଇଁ ହିଁ ମୋ ଝିଅକୁ ହତ୍ୟା କରାଯାଇଛିା ଏଥିପାଇଁ ମୁଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।" ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ନାବାଳିକାଙ୍କ ମାଆ ସୌଦାମିନୀ ସାହୁ।

ସିବିଆଇ ତଦନ୍ତ ହେଲେ ପ୍ରକୃତ ଦୋଷୀ ଧରାପଡ଼ିବ: ନାବାଳିକାଙ୍କ ବାପା ଓ ମା

ଗତକାଲି(ବୁଧବାର) ଝିଅର ହତ୍ୟାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୌଦାମିନୀ ସାହୁ। ଆବେଦନକାରୀଙ୍କ ପକ୍ଷ ଶୁଣିବା ପରେ ସିବିଆଇକୁ ନୋଟିସ ଜାରି କରାଯାଇଛି। ସୁପ୍ରିମକୋର୍ଟରେ ରିଟ ପିଟିସନ ଦାଖଲ କରି ତଦନ୍ତବେଳେ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

ଖାଲି ସୌଦାମିନୀ ନୁହେଁ, ତାଙ୍କ ସ୍ବାମୀ ମଧ୍ୟ ଝିଅର ହତ୍ୟାକାଣ୍ଡକୁ ନେଇ ଏସଆଇଟି ତଦନ୍ତ ଉପରେ ଅସନ୍ତୁଷ୍ଟ ରହିଛନ୍ତି। କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ବଞ୍ଚାଇବା ଭଳି ଏସଆଇଟି ତଦନ୍ତ କରିଥିଲା ବୋଲି ନାବାଳିକାଙ୍କ ବାପା ଅଶୋକ ସାହୁ ଅଭିଯୋଗ କରିଛନ୍ତି। ସେପଟେ ନାବାଳିକା ହତ୍ୟାକାଣ୍ଡରେ ପଡ଼ୋଶୀ ନାବାଳକ ଅଭିଯୁକ୍ତକୁ ସୁଧାରଗୃହକୁ ପଠା ଯାଇଛି। ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସଆଇଟି ଆବେଦନ କରିଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ କୋର୍ଟ ଖାରଜ କରି ଦେଇଥିଲେ ।


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details