ଓଡିଶା

odisha

ସ୍ୱଚ୍ଛ ଓ ଟ୍ରାଫିକ ମୁକ୍ତ ହେବ ନୟାଗଡ, ହଟିଲା ଜବରଦଖଲ

By

Published : Oct 22, 2021, 7:03 AM IST

ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସହରକୁ ସ୍ୱଚ୍ଛ, ସୁନ୍ଦର ଏବଂ ଟ୍ରାଫିକ ମୁକ୍ତ କରିବା ଉଦ୍ଦେଶ୍ୟରେ ମ୍ୟୁନିସିପାଲିଟି ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସ୍ୱଚ୍ଛ, ସୁନ୍ଦର ଏବଂ ଟ୍ରାଫିକ ମୁକ୍ତ ହେବ ନୟାଗଡ: ମୁନିସିପାଲିଟି ପକ୍ଷରୁ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା
ସ୍ୱଚ୍ଛ, ସୁନ୍ଦର ଏବଂ ଟ୍ରାଫିକ ମୁକ୍ତ ହେବ ନୟାଗଡ: ମୁନିସିପାଲିଟି ପକ୍ଷରୁ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ନୟାଗଡ଼: ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସହରକୁ ସ୍ୱଚ୍ଛ, ସୁନ୍ଦର ଏବଂ ଟ୍ରାଫିକ ମୁକ୍ତ କରିବା ଉଦ୍ଦେଶ୍ୟରେ ମ୍ୟୁନିସିପାଲିଟି ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତିରେ ୩୦ ଜଣ କର୍ମଚାରୀ ଉଚ୍ଛେଦ କାର୍ଯ୍ୟରେ ଲାଗିଛନ୍ତି । ମୁନିସିପାଲିଟି ପକ୍ଷରୁ ଜବରଦଖଲକାରୀଙ୍କୁ ବାରମ୍ବାର ଉଚ୍ଛେଦ ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ଶୁଣୁନଥିଲେ । ତେଣୁ, ବାଧ୍ୟ ମୁନିସିପାଲିଟି ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

ସ୍ୱଚ୍ଛ, ସୁନ୍ଦର ଏବଂ ଟ୍ରାଫିକ ମୁକ୍ତ ହେବ ନୟାଗଡ: ମୁନିସିପାଲିଟି ପକ୍ଷରୁ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ସହରର ରାସ୍ତା ପାଶ୍ୱର୍ରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ବେଆଇନ ଭାବେ ଜବରଦଖଲ କରିବା ଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜବରଦଖଲ ଉଚ୍ଛେଦ ହେଉଥିବା ପୌରପରିଷଦ ପକ୍ଷରୁ ସୂଚନା ଦିଆଯାଇଛି l ଏହା ଫଳରେ ସହରରେ କିଛି ମାତ୍ରାରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details