ଓଡିଶା

odisha

ବ୍ଲକ ଉପାଧ୍ୟକ୍ଷଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଜାଲ ଦସ୍ତଖତରେ ଲୁଟିଛନ୍ତି ସରକାରୀ ଅର୍ଥ

By

Published : Jul 12, 2021, 11:23 AM IST

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବ୍ଲକ ଅଧକ୍ଷା । ଅଧିକ ପଢନ୍ତୁ...

ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବ୍ଲକ ଅଧ୍ୟକ୍ଷା, ଜାଲ ଦସ୍ତଖତ ରେ ଲୁଟିଛନ୍ତି ସରକାରୀ ଅର୍ଥ
ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବ୍ଲକ ଅଧ୍ୟକ୍ଷା, ଜାଲ ଦସ୍ତଖତ ରେ ଲୁଟିଛନ୍ତି ସରକାରୀ ଅର୍ଥ

ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବ୍ଲକ ଅଧକ୍ଷା । ଜାଲ ଦସ୍ତଗତ କରି ଗତ 2 ବର୍ଷ ହେଲା ସମସ୍ତ ସରକାରୀ ଅଧିକାରୀ ଏବଂ ଅର୍ଥ ଆତ୍ମସାତ କରିଛନ୍ତି ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା l ଏପରିକି ଜାଲ ଲେଟର ପ୍ୟାଡ଼କୁ ବ୍ୟବହାର କରି ସରକାରଙ୍କ କୋଟି କୋଟି ଟଙ୍କାକୁ ଆତ୍ମସାତ କରିଥିବା ନେଇ ଫତେଗଡ଼ ଥାନାରେ ଲିଖିତ ଏତଲା ଦେଲେ ବ୍ଲକ ଅଧକ୍ଷା ଶାନ୍ତିଲତା ବେହେରା l

ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବ୍ଲକ ଅଧ୍ୟକ୍ଷା, ଜାଲ ଦସ୍ତଖତ ରେ ଲୁଟିଛନ୍ତି ସରକାରୀ ଅର୍ଥ

ଶାନ୍ତିଲତା ଦଳିତ ଓ ନିରୀହ ମହିଳା ହୋଇଥିବାରୁ ବିଜେଡିର ହେଭିୱେଟ ନେତା ଗୟାଧର ପରିଡ଼ା ଅଧକ୍ଷାଙ୍କ ଅଗୋଚରରେ ଏଭଳି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଲିଖିତ ଏତଲାରେ ଦର୍ଶାଇଛନ୍ତି ଶାନ୍ତିଲତା l ବ୍ଲକ ଉପାଧ୍ୟକ୍ଷ ତାଙ୍କୁ ନାମକୁ ମାତ୍ର ଭାବରେ ବ୍ୟବହାର କରିଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଶାନ୍ତିଲତା । ଉଭୟ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ବିଜେଡ଼ି ଦଳର ହୋଇଥିବାବେଳେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ସମର୍ଥନରେ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ଶାନ୍ତିଲତା ।

ସେହିପରି ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ବିଜେଡିର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଛାମୁଆ ନେତା ଗୟାଧର ପରିଡା । ତେବେ ଗତ 2 ବର୍ଷ ହେଲା ଉପାଧ୍ୟକ୍ଷ ଗୟାଧର ପରିଡ଼ା ବ୍ଲକରେ ସମସ୍ତେ କାର୍ଯ୍ୟ କରୁଥିବାବେଳେ ଅଧକ୍ଷା ଶାନ୍ତିଲତାଙ୍କ ଜାଲ ଦସ୍ତଖତ କରୁଥିବା ଅଭିଯୋଗ ଆଣିଛନ୍ତି ଶାନ୍ତିଲତା । ଏପରିକି ଅଧ୍ୟକ୍ଷଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ତାଙ୍କୁ ସୁଯୋଗ ଦିଆଯାଇନଥିବା ମଧ୍ୟ ଅଭିଯୋଗ ହୋଇଛି ।

ବ୍ଲକର କୌଣସି ସରକାରୀ କାମରେ ଆବଶ୍ୟକୀୟ ଫାଇଲ ଗତ 2 ବର୍ଷ ହେଲା ଦସ୍ତଖତ କରିନାହାନ୍ତି ଶାନ୍ତିଲତା । ସମସ୍ତ ପଞ୍ଚାୟତର ସରକାରୀ ପ୍ରକଳ୍ପରେ ଦୁର୍ନୀତି କରାଯାଇ ଟଙ୍କା ହଡପ ଭଳି ସଂଗୀନ ଅଭିଯୋଗ ଆଣିଲେ ଶାନ୍ତିଲତା । ଶାନ୍ତିଲତା ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ଦେବାପରେ ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଜଣାଇବା ପାଇଁ ଯାଉଥିବା ଜଣାପଡ଼ିଛି l ଏନେଇ ନୟାଗଡ଼ ଏସପି ଏବଂ ଭିଜିଲାନ୍ସକୁ ମଧ୍ୟ ସମାନ ଅଭିଯୋଗ କରିଛନ୍ତି ଶାନ୍ତିଲତା । ତେବେ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ବିଜେଡିର ତୁଙ୍ଗ ନେତାଙ୍କ କଳା କାରନାମାକୁ ପଦାରେ ପକାଇଛନ୍ତି ବ୍ଲକ ଅଧକ୍ଷା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details