ଓଡିଶା

odisha

ଶୌଚାଳୟ ଯାଉଥିଲେ ସାବଧାନ, ଜଗିଛି ଅହିରାଜ

By

Published : Jun 17, 2021, 9:43 PM IST

ନୟାଗଡ଼ ଜିଲ୍ଲା କୋରଡ଼ା ଗାଁର ଏକ ଶୌଚାଳୟରୁ ଉଦ୍ଧାର ହେଲା 15 ଫୁଟ ଲମ୍ବର ଅହିରାଜ ସାପ । ଅଧିକ ପଢନ୍ତୁ...

ଶୌଚାଳୟରେ ପସିଥିଲା 15 ଫୁଟ ଲମ୍ବର ଅହିରାଜ, ଉଦ୍ଧାର କଲେ ବନ କର୍ମଚାରୀ
ଶୌଚାଳୟରେ ପସିଥିଲା 15 ଫୁଟ ଲମ୍ବର ଅହିରାଜ, ଉଦ୍ଧାର କଲେ ବନ କର୍ମଚାରୀ

ନୟାଗଡ଼:15 ଫୁଟର ଅହିରାଜକୁ ଉଦ୍ଧାର କଲେ ବନ କର୍ମଚାରୀ । ନୟାଗଡ଼ ଜିଲ୍ଲା କୋରଡ଼ା ଗାଁର ନାରାୟଣ ମିଶ୍ରଙ୍କ ଶୌଚାଳୟରେ ଏକ ସାପ ପଶିଥିବା ଶବ୍ଦ ଶୁଣିବାକୁ ମିଳିଥିଲା। ଗତକାଲି ରାତିରେ ନାରାୟଣ ଶୌଚାଳୟ ବ୍ୟବହାର କରିବା ପାଇଁ ଆସିଥିବାବେଳେ ସାପର ଶବ୍ଦ ଶୁଣିବାକୁ ପାଇ ପଡୋଶୀଙ୍କୁ ଡାକିଥିଲେ ।

ଶୌଚାଳୟରେ ପସିଥିଲା 15 ଫୁଟ ଲମ୍ବର ଅହିରାଜ, ଉଦ୍ଧାର କଲେ ବନ କର୍ମଚାରୀ

କୌଶଳକ୍ରମେ ଶୌଚାଳୟର ଡୋର ଖୋଲାଯିବାରୁ ଏକ ବଡ ଅହିରାଜ ସାପ ପଶିଥିବା ଦେଖିବାକୁ ମିଳିଥିଲା । ପରେ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦିଆଯାଇଥିଲା । ଗୁମି ଫରେଷ୍ଟର ବନମାଳୀ ରାଉତ ଆସି ସାପକୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟିର ଲମ୍ବ 15 ଫୁଟ ହୋଇଥିବାବେଳେ ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଥିଲା । ପରେ ସାପଟିକୁ ସ୍ଥାନୀୟ ରଗଡିମଡ଼ା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ ବନ କର୍ମଚାରୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details