ନବରଙ୍ଗପରୁ :ଜିଲ୍ଲାରେ ଧାନ ପରେ ଦ୍ୱିତୀୟ ପାରମ୍ପରିକ ଚାଷ ହେଉଛି ଆଖୁ ଚାଷ । ନଦୀ ଅବବାହିକାରେ ପ୍ରଚୁର ପରିମାଣର ଆଖୁ ଚାଷ ହୁଏ । ଏଣୁ 70 ଦଶକରେ ନବରଙ୍ଗପୁର ସହର ଉପକଣ୍ଠରେ ଏକ ଚିନି କଳ ମଧ୍ୟ ଥିଲା ଯାହା ଦୀର୍ଘ ଦିନ ହେଲା ବନ୍ଦ ରହିଛି । ଅନେକ ଚାଷୀ ନିଜ ନଦୀ କୂଳିଆ ଜମିରେ ଆଖୁ ଚାଷ କରନ୍ତି । ହେଲେ ଜିଲ୍ଲା ଓ ଆଖପାଖ ଜିଲ୍ଲାର ଚିନି କାରଖାନାଗୁଡ଼ିକ ବନ୍ଦ ହୋଇଯିବା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ନବରଙ୍ଗପୁର ଜିଲ୍ଲାର ଆଖୁଚାଷ ଉପରେ ପଡ଼ିଛି ।
ସେହିପରି ବର୍ତ୍ତମାନ ଉତ୍ପାଦନ କରୁଥିବା ଆଖୁ ପାଇଁ ଉପଯୁକ୍ତ ବଜାର ଅଭାବ ଯୋଗୁଁ ଚାଷୀ ବାଧ୍ୟ ହୋଇ ଗୁଡ଼ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଯାହା ଫଳରେ ଚାଷୀ କମ ଲାଭ ପାଉଛନ୍ତି । ପ୍ରତି ବର୍ଷ ନବରଙ୍ଗପୁର ଜିଲ୍ଲାରେ ପ୍ରଚୁର ପରିମାଣରେ ଆଖୁ ଚାଷ ହୋଇଥାଏ କିନ୍ତୁ ଉପଯୁକ୍ତ ବଜାର ଅଭାବ ଯୋଗୁଁ ଚାଷୀ ଆଖୁ ବିକ୍ରି କରି ପାରେ ନାହିଁ । ଏଣୁ ବାଧ୍ୟ ହୋଇ ଗୁଡ଼ ତିଆରି କରି ବିକ୍ରି କରୁଛନ୍ତି । ଆଜିକାଲି ଚିନିର ବହୁଳ ବ୍ୟବହାର ଯୋଗୁଁ ଗୁଡ଼ର ଚାହିଦା କମି ଯାଉଛି ଏଣୁ ଗୁଡ଼ ମଧ୍ୟ ବିକ୍ରି କମ ହେଉଛି । ଆଖୁ ଚାଷ ପାଇଁ ଯେତିକି ପରିଶ୍ରମ କରୁଛନ୍ତି ତାହାର ମୂଲ୍ୟ ମିଳୁ ନଥିବାରୁ ଅଧିକାଂଶ ଚାଷୀ ଆଖୁ ଚାଷରୁ ମୁହଁ ମୋଡିଲେଣି । ଆଉ କିଛି ବର୍ଷ ଗଲେ ଆଖୁ ଚାଷ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ତେବେ ବର୍ତ୍ତମାନ୍ ଗୁଡ଼ କିଲୋ ପ୍ରତି ୩୦ରୁ ୩୫ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଯାହା ପର୍ଯ୍ୟାପ୍ତ ନୁହେଁ ବୋଲି ଆଖୁ ଚାଷୀ ପ୍ରକାଶ କରିଛନ୍ତି ।