ଓଡିଶା

odisha

ଦୁଇ ବାଇକ ମୁହାଁମୁହିଁ ଧକ୍କା: 2 ମୃତ, 2 ଆହତ

By

Published : Jan 15, 2020, 8:07 AM IST

ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ରାସ୍ତାରେ ଦୁର୍ଘଟଣା । ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ..

accident
ଦୁଇ ବାଇକ ମୁହାଁମୁହିଁ ଧକ୍କା

ନବରଙ୍ଗପୁର: ଜିଲ୍ଲାର ତେନ୍ତୁଳିଖୁଣ୍ଟି ଇନ୍ଦ୍ରାବତୀ ରାସ୍ତାର ତ୍ରୀନାଥ ମନ୍ଦିର ନିକଟରେ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗାଁର ଉମେଶ ମାଝୀ ଏବଂ ବଡ଼ ଡାଇଭଟ୍ଟାର ସମୀର ସୁନା ବୋଲି ଜଣାପଡିଛି ।

ନବରଙ୍ଗପୁରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା

ସୂଚନାନୁଯାୟୀ, ପୂଜାରୀଗୁଡାର ଉମେଶ ମାଝୀ ଏକ ହୋଣ୍ଡା ୟୁନିକର୍ନ ବାଇକ ଯୋଗେ ନିଜ ପରିବା ବଗିଚାକୁ ଯାଉଥିଲେ । ତେବେ ଡାଇଭଟ୍ଟା ଗାଁର ସମୀର ସୁନା, ତପନ ସୁନା ଏବଂ ଏଡମିନ ଡ଼ଙ୍ଗରି ଏକ ପଲସର ବାଇକ ଯୋଗେ ଇନ୍ଦ୍ରାବତୀରୁ ନିଜ ଗାଁ ଅଭିମୁଖେ ଫେରୁଥିଲେ । ଏହି ସମୟରେ କୁର୍ମାକୋଟ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲେ ହେଁ ବାଇକ ଚାଳକ ସମୀର ସୁନା ଏବଂ ଉମେଶ ମାଝୀଙ୍କର ମୃତ୍ୟୁ ହୋଇଛି । ତେବେ ଏଡମିନ ଡ଼ଙ୍ଗରି ଏବଂ ତପନ ସୁନା ସାମାନ୍ୟ ଆହତ ହୋଇ ଚିକିତ୍ସା ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକଥିବା ଜଣାପଡିଛି ।

ତେନ୍ତୁଳିଖୁଣ୍ଟି ଆଇଆଇସି ପରମାନନ୍ଦ ସୁନାନୀ ଓ ଏସଆଇ ଅଭିମନ୍ୟୁ ଦୁର୍ଗା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ -ତପନ କୁମାର ବିଷୟି, ନବରଙ୍ଗପୁର
ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇଜଣ ମୃତ
-----------------------------------------------------------------
ଆଜି ଅପରାହ୍ନ ସାଡେ ଚାରିଟା ସମୟରେ ତେନ୍ତୁଳିଖୁଣ୍ଟି -ଇନ୍ଦ୍ରାବତୀ ରାସ୍ତାର ତ୍ରିନାଥ ମନ୍ଦିର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁବରଣ ହୋଇଛି ! ମୃତକ ମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମର ଉମେଶ ମାଝୀ 20 ଏବଂ ନବରଙ୍ଗପୁର ସହର ନିକଟସ୍ଥ ବଡ଼ ଡାଇଭଟ୍ଟା ର ସମୀର ସୁନା 25 ବୋଲି ଜଣା ପଡିଛି !
ସୂଚନା ଅନୁଯାୟୀ ପୂଜାରୀଗୁଡା ର ଉମେଶ ମାଝୀ ଏକ ହୋଣ୍ଡା ୟୁନିକର୍ନ ବାଇକ ଯୋଗେ ନିଜ ପରିବା ବାଡ଼କୁ ଯାଉଥିଥିଲେ ! ତେବେ ଡାଇଭଟ୍ଟା ଗ୍ରାମର ସମୀର ସୁନା, ତପନ ସୁନା, ଏବଂ ଏଡମିନ ଡ଼ଙ୍ଗରି ଏକ ପଲସର ବାଇକ ଯୋଗେ ଇନ୍ଦ୍ରାବତୀ ରୁ ନିଜ ଗ୍ରାମ ଅଭିମୁଖେ ଫେରୁଥିବା ବେଳେ କୁର୍ମାକୋଟ ତ୍ରିନାଥ ମନ୍ଦିର ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ! ଘଟଣା ସ୍ଥଳରେ ଉପସ୍ଥିତ ଥିବା ଗଣେଶ ବାଘ, ନବୀନ କାର୍କରା, ଚିକୁନ ପଣ୍ଡା ପ୍ରମୁଖ ଙ୍କ ସହଯୋଗରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଭର୍ତି କରାଯାଥିଲେ ହେଁ ବାଇକ ଚାଳକ ସମୀର ସୁନା ଏବଂ ଉମେଶ ମାଝୀ ମୃତ୍ୟୁବରଣ କରିଥିବା ଡାକ୍ତର କବି ଶତପଥି ଘୋଷଣା କରିଛନ୍ତି ! ତେବେ ଏଡମିନ ଡ଼ଙ୍ଗରି ଏବଂ ତପନ ସୁନା ସାମାନ୍ୟ ଆହତ ହୋଇ ଚିକିତ୍ସାହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ତା ଠିକ ରହିଥିବା ଜଣାପଡିଛି ! ତେନ୍ତୁଳିଖୁଣ୍ଟି ଆଇ.ଆଇ.ସି ପରମାନନ୍ଦ ସୁନାନୀ, ଏସ.ଆଇ ଅଭିମନ୍ୟୁ ଦୁର୍ଗା ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତିBody:Tapan Kumar Bissoyi Conclusion:NABARANGPUR

ABOUT THE AUTHOR

...view details