ଓଡିଶା

odisha

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ

By

Published : Nov 14, 2019, 8:17 PM IST

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ସମ୍ମୁଖରେ ମୃତଦେହକୁ ରଖାଯାଇ ରାସ୍ତାରୋକ କରାଯାଇଥିଲା ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ

ନବରଙ୍ଗପୁର: ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ସମ୍ମୁଖରେ ମୃତଦେହକୁ ରଖାଯାଇ ରାସ୍ତାରୋକ କରାଯାଇଥିଲା ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ

ଏହାପରେ ଘଟଣାସ୍ଥଳରେ ସ୍ଥାନୀୟ କୋଡ଼ିଗାଁ ତହସିଲଦାର ଓ କୋଡ଼ିଗାଁ ଥାନାଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ତହସିଲଦାର ଓ ଥାନାଧିକାରୀଙ୍କ ଉପସ୍ଥିତିରେ ରେଡ଼କ୍ରୋସ ତରଫରୁ ପରିବାରକୁ ସହାୟତା ଏବଂ ଟ୍ରକ ମାଲିକଙ୍କ ଦ୍ଵାରା ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ସମ୍ମତି ପ୍ରକାଶ କରିଥିଲେ ।

ତେବେ ଘଟଣା ଅନୁସାରେ ବୁଧବାର ସନ୍ଧ୍ୟାରେ ନବରଙ୍ଗପୁର କୋଡ଼ିଙ୍ଗା ଥାନା ଅନ୍ତର୍ଗତ ପାପଡାହାଣ୍ଡିରୁ କୋଶାଗୁମୁଡ଼ା ରାସ୍ତାର ମାଲେକୋଟ ଛକ ନିକଟରେଏକ ସଡକ ଦୁର୍ଘଟଣା ହୋଇଥିଲା l ବାଇକ ଓ ମିନି ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏହାସହ ବାଇକ୍ ପଛରେ ବସିଥିବା ମୃତକଙ୍କ ସାନ ଭାଇ ଗୁରୁତର ଆହତ ହୋଇଥିଲେ ।

ପରେ ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଏହାସହ ରାସ୍ତା ଉପରେ ମୃତଦେହ ରଖି ରାସ୍ତା ରୋକ କରିଥିଲେ । ପରବର୍ତ୍ତୀ ସମୟରେ ଆପୋଷ ବୁଝାବଣାରେ ଏହାର ସମାଧାନ ହୋଇଥିଲା । ମାତ୍ର ପ୍ରତିଶୃତିରେ ରାଜି ନହେବାରୁ ଗୁରୁବାର ପୁଣି ପରିବାର ତରଫରୁ ରାସ୍ତାରୋକ କରାଯାଇଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ସଡକ ଦୁର୍ଘଟଣାରେ ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ
ଫର୍ମାଟ - ଏଭିଓ, ୧୪/୧୧/୧୯
ରିପୋର୍ଟ - ତପନ ବିଷୋୟୀ , ନବରଙ୍ଗପୁର
-------------------------------------------------------
ଆଙ୍କର - ଗତକାଲି ଏକ ସଡକ ଦୁର୍ଘଟଣାରେ ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ସମ୍ମୁଖରେ ମୃତକଙ୍କ ଶବ ରଖାଯାଇ ରାସ୍ତାରୋକ କରାଯାଇଥିଲା । ଅଳ୍ପ ସମୟପରେ ଘଟଣା ସ୍ଥଳରେ ସ୍ଥାନୀୟ କୋଡ଼ିଗାଁ ତହସିଲଦାର ଓ କୋଡ଼ିଗାଁ ଥାନାଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ତହସିଲଦାର ଓ ଥାନାଧିକାରୀ ଙ୍କ ଉପସ୍ଥିତିରେ ରେଡ଼କ୍ରୋସ ତରଫରୁ ପରିବାର କୁ ସହାୟତା ଏବଂ ଟ୍ରକ ମାଲିକ ଙ୍କ ଦ୍ଵାରା ମୃତକ ଙ୍କ ପରିବାରକୁ ପରିବାର ଲୋକଙ୍କ ଦାବି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ସମ୍ମତି ପ୍ରକାଶ ପାଇବା ପରେ ରାସ୍ତାରୋକ ରୁ ହଟିଥିଲେ । ଘଟଣା ଅନୁସାରେ ଗତକାଲି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ପାପଡାହାଣ୍ଡି ରୁ କୋଶାଗୁମୁଡ଼ା ରାସ୍ତାର ମାଲେକୋଟ ଛକ ନିକଟରେ ଗତକାଲି ସନ୍ଧ୍ୟା ରେ ଏକ ସଡକ ଦୁର୍ଘଟଣା ହୋଇଥିଲା l ବାଇକ ଓ ମିନି ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣାସ୍ଥଳ ରେ ବାଇକ ଚାଳକ ମୃତ୍ୟୁ ହୋଇଥିବା ବେଳେ ବାଇକ ପଛରେ ବସିଥିବା ମୃତକ ର ସାନ ଭାଇ ଗୁରୁତର ଆହତ ହୋଇଥିଲେ । । ନିଜର କାମ ସାରି ପାପଡାହାଣ୍ଡି ବ୍ଲକ ଖୁଟୁଵାଈ ପଂଚାୟତ ଅନ୍ତର୍ଗତ ଆମଲିପଦର ଗ୍ରାମର ଦୁଇ ଭାଇ ବିଘ୍ନରାଜ ସିଂ ଓ ବାମଦେବ ସିଂ ନିଜର ମଟରସାଇକଲ ଦ୍ୱାରା ସନ୍ଧ୍ୟା ସମୟରର ପାପଡାହାଣ୍ଡି ରୁ ଘରକୁ ଫେରୁଥିବା ବେଳେ ମାଲେକଟ ଛକ ନିକଟରେ ସାମ୍ନା ପଟରୁ ଆସୁଥିବା ମିନିଟ୍ରକ ସହ ଧକ୍କା ହୋଇଥିଲା l ଫଳରେ ଘଟଣାସ୍ଥଳ ରେ ବଡଭାଇ ବିଘ୍ନରାଜ ଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ଗୁରୁତର ହେଇଥିଲା l ସ୍ଥାନୀୟ ଲୋକମାନେ ଓ କିଛି ଯାତାୟାତ କରୁଥିବା ଲୋକେ ଆହତ ବ୍ୟକ୍ତି ଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ କୁ ପଠାଇଥିଲେ l ରାସ୍ତା ଉପରେ ଶବ ରଖି ଗତକାଲି ବି ରାସ୍ତା ରୋକ ହୋଇଥିଲା ଆଉ ଆପୋଷ ବୁଝାବଣା ରେ ସମାଧାନ ହୋଇଥିଲା ରାସ୍ତାରୋକ ହଟିଥିଲା ଆଜି ପୁଣି ପରିବାର ତରଫରୁ ରାସ୍ତାରୋକ କରାଯାଇଥିଲା ।Body:Tapan Kumar Bissoyi Conclusion:NABARANGPUR

ABOUT THE AUTHOR

...view details