ଓଡିଶା

odisha

ଲାଞ୍ଜ ନେଇ ନିଲମ୍ବିତ ହେଲେ ଫରେଷ୍ଟ ଗାର୍ଡ, ଟ୍ରାକ୍ଟର ମୁକୁଳାଇବା ପାଇଁ ୨୦ହଜାର ନେଇଥିଲେ

By

Published : Oct 22, 2022, 7:19 PM IST

ଲାଞ୍ଜ ନେଇ ନିଲମ୍ବିତ ହେଲେ ଫରେଷ୍ଟ ଗାର୍ଡ । ଜବତ ଟ୍ରାକ୍ଟର ମୁକୁଳାଇବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ରାଇଘର ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀ ଚାକିରୀରୁ ନିଲମ୍ବିତ । ଅଧିକ ପଢନ୍ତୁ

ଲାଞ୍ଜ ନେଇ ନିଲମ୍ବିତ ହେଲେ ଫରେଷ୍ଟ ଗାର୍ଡ, ଟ୍ରାକ୍ଟର ମୁକୁଳାଇବା ପାଇଁ ୨୦ହଜାର ନେଇଥିଲେ
ଲାଞ୍ଜ ନେଇ ନିଲମ୍ବିତ ହେଲେ ଫରେଷ୍ଟ ଗାର୍ଡ, ଟ୍ରାକ୍ଟର ମୁକୁଳାଇବା ପାଇଁ ୨୦ହଜାର ନେଇଥିଲେ

ନବରଙ୍ଗପୁର: ମହଙ୍ଗାପଡିଲା ଲାଞ୍ଚ ନେବା, ଲାଞ୍ଜ ନେଇ ନିଲମ୍ବିତ ହେଲେ ଫରେଷ୍ଟ ଗାର୍ଡ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଚାକିରୀରୁ ନିଲମ୍ବିତ ହେଲେ ରାଇଘର ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀ (Raighar forest guard suspend )। ଜବତ ଟ୍ରାକ୍ଟର ମୁକୁଳାଇବା ପାଇଁ ଜଣଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ନବରଙ୍ଗପୁର ACF ଧର୍ନୁଜୟ ମହାପାତ୍ର l ଜଙ୍ଗଲ ଜମିରେ ଚାଷ କରିବା ଅଭିଯୋଗରେ ରୂପଚାନ୍ଦ ଗଣ୍ଡଙ୍କ ଟ୍ରାକ୍ଟରକୁ ଜବତ କରାଯାଇଥିଲା ।

ଲାଞ୍ଜ ନେଇ ନିଲମ୍ବିତ ହେଲେ ଫରେଷ୍ଟ ଗାର୍ଡ, ଟ୍ରାକ୍ଟର ମୁକୁଳାଇବା ପାଇଁ ୨୦ହଜାର ନେଇଥିଲେ

ମିଳିଥିବା ସୂଚନା ଅନୁଯାୟୀ ହାତୀଗାଁ ସଂରକ୍ଷିତ ଜଙ୍ଗଲ ଅଧୀନସ୍ଥ କୁସୁମପୁର ଅଞ୍ଚଳର ଜଙ୍ଗଲ ଜମିରେ ଜୁଲାଇ ୨୧ ତାରିଖରେ ଏକ ଟ୍ରାକ୍ଟରେ ଚାଷ କରୁଥିଲେ ଟ୍ରାକ୍ଟର ମାଲିକ ତଥା ଡ୍ରାଇଭର ରୂପଚାନ୍ଦ ଗଣ୍ଡ । ଏହା ଦେଖି ରାଇଘର ବନ ବିଭାଗ ଟ୍ରାକ୍ଟର ଜବତ କରିବା ସହିତ ଟ୍ରାକ୍ଟର ମାଲିକ ତଥା ଡ୍ରାଇଭର ରୂପଚାନ୍ଦ ଗଣ୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ରୂପଚାନ୍ଦ କୋର୍ଟରୁ ଜାମିନରେ ଆସିବା ପରେ ନିଜ ଟ୍ରାକ୍ଟର ମୁକୁଳାଇବା ପାଇଁ ରାଇଘର ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । କିନ୍ତୁ ଟ୍ରାକ୍ଟର ମୁକୁଳାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଭୁବନେଶ ପୂଜାରୀ କହିବା ସହିତ ସମସ୍ତଙ୍କୁ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ:ଗ୍ରାମକୁ ଦୋଷ ଲାଗିଥିବାରୁ ଗଡୁଛି ମୁଣ୍ଡ ! ପ୍ରତିକାର ପାଇଁ ଘୁଷୁରୀ ବଳି

ଏଥି ରାଇଘର ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀ କୋଡ଼ିଏ ହଜାର ଟଙ୍କା ମାଗିଥିଲେ । ଏହାପରେ ଫୋନ ପେ ନମ୍ବରରେ ୧୧ ହଜାର ଟଙ୍କା ଓ ନଗଦ ୯ ହଜାର ଟଙ୍କା ଦେଇଥିଲେ ରୂପଚାନ୍ଦ ଗଣ୍ଡ । କିନ୍ତୁ ଟ୍ରାକ୍ଟର ନମୁକୁଳିବାରୁ ସେ ଏନେଇ ଡିଏଫଓ ଅଫିସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ପରେ ତାଙ୍କୁ ନବରଙ୍ଗପୁର ACF ଧର୍ନୁଜୟ ମହାପାତ୍ର ତାଙ୍କ ବିରୋଧରେ ଆକ୍ସନ ନେଇଛନ୍ତି । ରାଇଘର ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀଙ୍କୁ ଚାକିରୀକୁ ନିଲମ୍ବିତ କରାଯିବ ନେଇ ସେ ଏକ ଚିଠି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-CYCLONE UPDATE: ଅବପାତରେ ପରିଣତ ହେଲା ଲଘୁଚାପ, କାଲିଠୁ ବର୍ଷା !

ଏନେଇ ଏସିଏଫ ଧର୍ନୁଜୟ ମହାପାତ୍ର କହିଛନ୍ତି ଯେ, ''ରୂପଚାନ୍ଦ ଗଣ୍ଡଙ୍କ ଟ୍ରାକ୍ଟର ଗତ ଜୁଲାଇ ମାସରେ ଧରାଯାଇଥିଲା, ବର୍ତ୍ତମାନ ଏହା କୋର୍ଟରେ ବିଚାରଧିନ ଅଛି । ରାଇଘର କୋର୍ଟ ଓ ନବରଙ୍ଗପୁର ଅଥରାଇଜ ଅଫିସ କୋର୍ଟରେ ମଧ୍ୟ ଏହା ବିଚାରଧିନ ଅଛି । ଏହି ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।''

ନବରଙ୍ଗପୁର, ଇଟିଭି ଭାରତ

ABOUT THE AUTHOR

...view details