ଓଡିଶା

odisha

OBC ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ରାଜନୈତିକ ଦଳ

By

Published : Jan 29, 2022, 7:54 PM IST

ରାଜନୈତିକ ଦୃଶ୍ୟ ପଟରେ ଓବିସି ବର୍ଗ ଜାହିର କଲେ ନିଜ ପତିଆରା। ଓବିସି ଭୋଟର ଙ୍କୁ ପଞ୍ଚାୟତ ନିର୍ବାଚନରେ ପତିଆରା ବୃଦ୍ଧି ପାଇଁ ସବୁ ଦଳ ଚଳାଇଛନ୍ତି ଅଙ୍କକଷା । ଓବିସି ବର୍ଗର ଲୋକଙ୍କ ଭୋଟ ହାତେଇବା ପାଇଁ ସବୁ ଦଳ ଖେଳିଛନ୍ତି ଓବିସି କାର୍ଡ। ଅଧିକ ପଢନ୍ତୁ

obc-politics
ଜିଲ୍ଲାରେ ଓବିସି ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ରାଜନୈତିକ ଦଳ

ନବରଙ୍ଗପୁର:ରାଜନୀତିରେ ନିଜ ପତିଆରା ଦେଖାଇବେ ଓବିସି ପ୍ରାର୍ଥୀ । ବର୍ତ୍ତମାନ ଓବିସି ପ୍ରାର୍ଥୀଙ୍କ ଉପରେ 3 ପ୍ରମୁଖ ରାଜନୈତିକ ଦଳର ଆଖି। ଓବିସିଙ୍କ ପାଇଁ ସଂରକ୍ଷଣ ହୋଇପାରିନାହିଁ ସତ। କିନ୍ତୁ ତିନି ପ୍ରମୁଖ ଦଳର ଶୁଭଦୃଷ୍ଟି ପଡିଛି ଓବିସିଙ୍କ ଭାଗ୍ୟରେ । କେନ୍ଦ୍ର ଓ ରାଜ୍ୟ ସରକାର ଓବିସି ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାକଯୁଦ୍ଧ ଜାରି ରଖିଥିବା ବେଳେ ପଞ୍ଚାୟତ ପ୍ରାର୍ଥୀଙ୍କୁ ନବରଙ୍ଗପୁର ନେଇ ହଟଚମଟ ରାଜନୀତି। ନବରଙ୍ଗପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ଓବିସି ପ୍ରାର୍ଥୀ ଓ ଭୋଟରଙ୍କୁ ନେଇ ଏକ ରିପୋର୍ଟ।

ଜିଲ୍ଲାରେ ଓବିସି ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ରାଜନୈତିକ ଦଳ

ନବରଙ୍ଗପୁରର ରାଜନୈତିକ ଦୃଶ୍ୟ ପଟରେ ଓବିସି ବର୍ଗ ଜାହିର କଲେ ନିଜ ପତିଆରା। ଓବିସି ଭୋଟରଙ୍କୁ ପଞ୍ଚାୟତ ନିର୍ବାଚନରେ ପତିଆରା ବୃଦ୍ଧି ପାଇଁ ସବୁ ଦଳ ଚଳାଇଛନ୍ତି ଅଙ୍କକଷା। ଓବିସି ବର୍ଗର ଲୋକଙ୍କ ଭୋଟ ହାତେଇବା ପାଇଁ ସବୁ ଦଳ ଖେଳିଛନ୍ତି ଓବିସି କାର୍ଡ। ଜିଲ୍ଲାର ଓବିସି ସମ୍ପ୍ରଦାୟର ଲୋକମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବାରୁ କଂଗ୍ରେସ, ବିଜେପି ଓ ବିଜେଡି ଅଧିକ ଓବିସି ବର୍ଗର ପ୍ରାର୍ଥିଙ୍କୁ ଟିକେଟ ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ବିଶେଷ କରି ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର ପଦବୀକୁ ନେଇ ରାଜ୍ୟରେ ଓବିସି ବର୍ଗକୁ ପ୍ରାଧାନ୍ୟ ଦିଆଯାଇଛି ।

ନବରଙ୍ଗପୁର ରାଜନୀତିରେ ଓବିସିଙ୍କୁ ନେଇ ଟ୍ରମ୍ପ କାର୍ଡ ଆଶୀର୍ବାଦ ହୋଇଥିବା ବେଳେ ଭବିଷ୍ୟତରେ ରାଜ୍ୟ ରାଜନୀତି ଏକ ଦୃଷ୍ଟାନ୍ତ ମୂଳକ ଉଦାହରଣ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details