ଓଡିଶା

odisha

ଫେଲ ମାରିଛି କି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା !

By

Published : Jul 9, 2019, 4:58 AM IST

ବଡ ବଡ ନାରାବାଜି ପରେ ବି ଆଜି ଯାଏଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ଅନେକ ଚାଷୀ । ସରକାର ଝରିଗାଁକୁ ମରୁଡି ଘୋଷଣା କରିବାର 8 ମାସ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ମିଳିପାରି ନାହିଁ ବୀମା ରାଶି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ବଡ ବଡ ନାରାବାଜି ପରେ ବି ଆଜି ଯାଏଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ଅନେକ ଚାଷୀ । ଖରିଫ ଋତୁରେ ଚାଷୀମାନେ ଧାନ ଚାଷ କରିଥିଲେ ଏବଂ ଭାବିଥିଲେ ଚାଷ ଭଲ ହେଲେ ପରିବାର ପ୍ରତିପୋଷଣରେ ସହାୟକ ହେବ । ହେଲେ ମରୁଡି ଆସି ସବୁ ଫସଲ ନଷ୍ଟ ହୋଇଥିଲା । ସରକାର ଏନେଇ ଝରିଗାଁକୁ ମରୁଡି ଘୋଷଣା ମଧ୍ୟ କରିଥିଲେ । ହେଲେ ଘଟଣାର 8 ମାସ ବିତିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ମିଳିପାରି ନାହିଁ ବୀମା ରାଶି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏନେଇ ଝରିଗାଁ ବ୍ଲକ ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନିଜର ଅସୁବିଧା ଜଣାଇଛନ୍ତି । ତେବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀମାନଙ୍କ ସୁବିଧା ପାଇଁ ଅନେକ ପ୍ରକାର ଯୋଜନା କରୁଛନ୍ତି । କିନ୍ତୁ ତାହା କେତେ କାର୍ଯ୍ୟକାରୀ ହେଉଛି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେଣେ ଖୁବଶୀଘ୍ର ଝରିଗାଁ ବ୍ଲକର ସମସ୍ତ ଚାଷୀମାନଙ୍କୁ କେନ୍ଦ୍ର ସରକାରଙ୍କ ଫସଲ ବୀମା ଯୋଜନା ଟଙ୍କା ଦିଆଯାଉ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ଏଯାଏଁ ମିଳିଲାନି ଫସଲ ବୀମା ଯୋଜନା ଟଙ୍କା, ଜିଲ୍ଲାପାଳଙ୍କ ଦ୍ଵାରାସ୍ତ ହେଲେ ବ୍ଲକବାସୀ ।
ଫୋର୍ମାଟ-ଏଭିଓ,୦୮/୦୭/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର
---------------------------------------------
ଆଙ୍କର-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଚାଷୀମାନେ ଏଯାଏଁ ପାଇ ପାରିଲେନି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଟଙ୍କା ଏନେଇ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହେଲେ ଝରିଗାଁ ବ୍ଲକ ଚାଷୀ।ଗତ ଖରିପ ଋତୁରେ ଝରିଗାଁ ଚାଷୀ ମାନେ ଧାନ ଚାଷ କରିଥିଲେ,ଭାବିଥିଲେ ଧାନ ଚାଷ ଭଲ ହେଲେ ପରିବାର ପ୍ରତିପୋଷଣ କରି ଶାନ୍ତିରେ ଜୀବନ ଯାପନ କରିବେ କିନ୍ତୁ ଭାଗ୍ୟର ବିଡମ୍ବନା ଯୋଗୁଁ ମରୁଡ଼ି ମାଡ଼ି ଆସି ସବୁ ଧାନ କୁ ନଷ୍ଟ କରିଦେଲା।ଚାଷୀ ମୁଣ୍ଡରେ ହାତ ଦେଇ ବସିଲେ।ଫସଲ ନଷ୍ଟ ହେବାରୁ ସରକାର ଝରିଗାଁ ବ୍ଲକ କୁ ମରୁଡ଼ି ଘୋଷଣା ମଧ୍ୟ କଲେ।ସରକାରଙ୍କ ତରଫରୁ ଚାଷୀ ମାନଙ୍କ କ୍ଷତିପୂରଣ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରାଯାଇଥିଲା।କିନ୍ତୁ ୮ ମାସ ବିତିଲା ଏଯାଏଁ ପାଇ ପାରିଲେନି ଫସଲ ବୀମା ଟଙ୍କା।ତେବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀ ମାନଙ୍କ ସୁବିଧା ପାଇ ଅନେକ ପ୍ରକାର ଯୋଜନା କରୁଛନ୍ତି କିନ୍ତୁ ତାହା କେତେ କାର୍ଯ୍ୟକାରୀ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଖୁବଶୀଘ୍ର ଝରିଗାଁ ବ୍ଲକର ସମସ୍ତ ଚାଷୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ଫସଲ ବୀମା ଯୋଜନା ଟଙ୍କା ଦିଆଯାଉ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ଝରିଗାଁ ବ୍ଲକ ଚାଷୀ।Body:Byte_jharigaon chasi Conclusion:Byte_jharigaon chasi

ABOUT THE AUTHOR

...view details