ଓଡିଶା

odisha

ନିଖୋଜଙ୍କ ମିଳିଲା ପତ୍ତା, ପୋଖରୀରୁ ମୃତଦେହ ଉଦ୍ଧାର

By

Published : Dec 26, 2019, 11:51 PM IST

ଡାବୁଗାଁରେ ଚାଞ୍ଚଲ୍ୟ । ପୋଖରୀରୁ ଉଦ୍ଧାର ହୋଇଛି ଏକ ମୃତଦେହ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

deadbody found
ନିଖୋଜ ବ୍ୟକ୍ତି ମିଳିଲା ପତ୍ତା, ପୋଖରୀରୁ ମୃତଦେହ ଉଦ୍ଧାର

ନବରଙ୍ଗପୁର: ଡାବୁଗାଁ ବ୍ଲକ ପକନାଗୁଡା ଗାଁରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତି ହେଲେ ସେହି ଗାଁର ସମଦୁ ମାଝୀ । ସେ ବୁଧବାର ଅପରାହ୍ନ ଠାରୁ ନିଖୋଜ ଥିଲେ ।

ନିଖୋଜ ବ୍ୟକ୍ତି ମିଳିଲା ପତ୍ତା, ପୋଖରୀରୁ ମୃତଦେହ ଉଦ୍ଧାର

ଗୁରୁବାର ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏନେଇ ଗାଁଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ମେଡିକାଲ ପଠାଯାଇଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ନିଖୋଜ ବ୍ୟକ୍ତି ଙ୍କ ଶବ ଉଦ୍ଧାର
ଫର୍ମାଟ - ଏଭିଓ, ୨୬/୧୨/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------
ଆଙ୍କର - ନବରଂଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ପକନାଗୁଡା ଗାଁ ରେ ଜଣେ ବୃଦ୍ଧା ଗତକାଲି ଅପରାହ୍ନ ୪ଟା ରୁ ନିଖୋଜ ଥିଲେ। ପରିବାର ତରଫରୁ ଅନେକ ଖୋଜା ଖୋଜି ପରେ ଆଜି ନିଜ ଗାଁ ର ପୋଖରି କୁଳରେ ଅକାତକାତ ପାଣି ରେ ବୁଡି ମୃତ୍ୟୁ ବରଣ କରି କୁଳରେ ଭାସୁଥିବା ଗ୍ରାମ ବାସି ମାନେ ଦେଖିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ କୁ ଉଧାର କରି ଶବ ବ୍ୟବଚ୍ଛେଦ ପାଇଁ ଡାବୁଗାଁ କୁ ନେଇଥିଲେ। ତେବେ ଉଦ୍ଧାର ମୃତଶରୀର ଟି ନିଖୋଜ ବ୍ୟକ୍ତିଙ୍କ ସମଦୁ ମାଝିଙ୍କ ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ଡାବୁଗାଁ ପୋଲିସ ।Body:Tapan Kumar Bissoyi Conclusion:NABARANGPUR

ABOUT THE AUTHOR

...view details