ଓଡିଶା

odisha

ଜଙ୍ଗଲୀ ବାରହା ଶିକାର କରି ଜଣେ ଗିରଫ

By

Published : Sep 30, 2020, 10:40 PM IST

ନବରଙ୍ଗପୁର ଜିଲ୍ଲା ଝରିଗାଁ ରେଞ୍ଜ ଅନ୍ତର୍ଗତ ମୋହରା ବିଟ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାରହା ଶୀକାର କରୁଥିବା ସମୟରେ ବନବିଭାଗ ଜଣଙ୍କୁ ଗିରଫ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜଙ୍ଗଲୀ ବାରହା ଶୀକାର କରି ଜଣେ ଗିରଫ
ଜଙ୍ଗଲୀ ବାରହା ଶୀକାର କରି ଜଣେ ଗିରଫ

ନବରଙ୍ଗପୁର: ଝରିଗାଁ ରେଞ୍ଜ ଅନ୍ତର୍ଗତ ମୋହରା ବିଟ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରୁଥିବା ସମୟରେ ବନବିଭାଗ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଫଟକୀ ପଞ୍ଚାୟତ ବକରାମୁଣ୍ଡି ଗ୍ରାମର ତିହାରୁ ମାଝୀ (୩୫)। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ବିରୋଧରେ ବନବିଭାଗ ଆଇନ ଧାରା ୯ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଧାରା ୫୧ ଅନୁସାରେ କୋର୍ଟ ଚାଲାଣ କରିଥିବା ସୁଚନା ଦେଇଛନ୍ତି । ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ତିହାରୁ ନୂଆପଡ଼ା ଜିଲ୍ଲାରୁ ଏଠାକୁ ଆସି ବେଆଇନ ଭାବରେ ଜଙ୍ଗଲ କାଟି ବକରାମୁଣ୍ଡିରେ ନିଜ ପରିବାର ସହ ରହିବା ସହିତ ମକାଚାଷ କରିଛି । ଏହା ସହିତ ବେଆଇନ ଭାବରେ ବିଦ୍ୟୁତ ତାର ବିଛାଇ ଜଙ୍ଗଲୀ ବାରହା ଶିକାର କରୁଥିଲା ।

ତିହାରୁ ମକାବାଡିରେ ବିଦ୍ୟୁତ ତାର ବିଛାଇ ଏକ ବାରହା ଶିକାର କରିଥିଲା । କୌଣସି ସୂତ୍ରରୁ ଚନ୍ଦାହାଣ୍ଡି ଫରେଷ୍ଟର ପ୍ରଦୀପ କୁମାର ଦାଶ, ପାରାଗାର୍ଡ ମହମ୍ମଦ ଫାରୁକ, ଡମ୍ଭରୁ ମାଝୀ ପ୍ରମୁଖ ଚଢ଼ଉ କରି ମୃତ ବାରହା ଏବଂ ବିଦ୍ୟୁତ ତାର ଜବତ କରିଥିଲେ । ଏଥିସହ ଅଭିଯୁକ୍ତ ତିହାରୁକୁ ଗିରଫ କରି ଝରିଗାଁ ରେଞ୍ଜ ଅଫିସ ଆଣିଥିଲେ । ସେଠାରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details