ଓଡିଶା

odisha

Officer Assault Case: ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

By

Published : Mar 4, 2022, 9:52 PM IST

ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ମାରିବା ଘଟଣା । ତଦନ୍ତ ପାଇଁ ଥାନାରେ ଉପସ୍ଥିତ ହେଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

Officer Assault Case: ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ
Officer Assault Case: ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ବାରିପଦା: ଦୁଇ ଜଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ମାଡ଼ ମାରିବା ଘଟଣା । ଏହାକୁ ନେଇ ବାରିପଦା ଟାଉନ ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ । ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କରିବା ସହ ମାର୍ଚ୍ଚ ୪ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Officer Assault Case: ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ତେବେ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଆଜି(ଶୁକ୍ରବାର) ବାରିପଦା ଟାଉନ ଥାନା ଯାଇ ତଦନ୍ତକାରୀ ଅଫିସରଙ୍କୁ ଭେଟିଛନ୍ତି। ବିଶେଶ୍ୱର ଟୁଡୁ ଥାନାରେ ୫ ରୁ ୭ ମିନିଟ ରହି ତଦନ୍ତକାରୀ ଅଫିସରଙ୍କ ପାଖରେ ଆଲୋଚନା କରି ଆସିଥିଲେ। ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୧ତାରିଖରେ ନିଜ ସାଂସଦ ପାଣ୍ଠିର ଜିଲ୍ଲାରେ କାର୍ଯ୍ୟଧାରାକୁ ନେଇ ସମୀକ୍ଷା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଅଶ୍ଵନି କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇଥିଲେ।

ସେଠାରେ କିନ୍ତୁ କେନ୍ଦ୍ରମନ୍ତ୍ରୀ କୁଆଡ଼େ ଦୁଇ ଅଧିକାରୀଙ୍କୁ ମାଡ଼ ମାରିଥିବା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଇତି ମଧ୍ୟରେ ବାରିପଦା ସ୍ଥିତ ଜେଏମଏଫସି କୋର୍ଟରେ ଧାରା ୧୬୪ ଅନୁଯାୟୀ ଦୁଇ ଜଣ ସରକାରୀ ଅଧିକାରୀଙ୍କ ଅଭିଯୋଗକ୍ରମେ ବୟାନ ରେକର୍ଡ କରାଯାଇସାରିଛି।

ଏହାବି ପଢନ୍ତୁ :Officer Assault Case: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା

ତେବେ ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ବାରିପଦା ଟାଉନ ଥାନାରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହୋଇଥିଲେ। ପୂର୍ବରୁ ଉକ୍ତ ଘଟଣାକୁ କେନ୍ଦ୍ରମନ୍ତ୍ରୀ ଖଣ୍ଡନ କରିଥିବା ବେଳେ ଆଜିର ତଦନ୍ତ ପ୍ରକ୍ରିୟା ନେଇ କେନ୍ଦ୍ରମନ୍ତ୍ରୀ କିମ୍ବା ପୋଲିସ ପକ୍ଷରୁ କୋଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details