ଓଡିଶା

odisha

ଆସ୍ଥା ଓ ବିଶ୍ବାସର ପର୍ବ ନିଆଁମଡା

By

Published : Oct 8, 2022, 9:25 AM IST

ଝରାଡିହି ନିକଟସ୍ଥ କଣ' ଗ୍ରାମରେ ଖନ୍ଦାମଡା ବା ନିଆଁମଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ପର୍ବ ଦେଖିବାକୁ ପଡୋଶୀ ଝାଡଖଣ୍ଡରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଅଧିକ ପଢନ୍ତୁ

ଆସ୍ଥା ଓ ବିଶ୍ବାସର ପର୍ବ ନିଆଁମଡା
ଆସ୍ଥା ଓ ବିଶ୍ବାସର ପର୍ବ ନିଆଁମଡା

ରାଇରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଅଧିବାସୀ ଯେତିକି ଭିନ୍ନ ତାଙ୍କ ସଂସ୍କୃତି ବି ସେତିକି ନିଆରା । ବାରମାସରେ ତେର ପର୍ବ ଭଳି ଏଠାରେ କାହିଁ କେଉଁ କାଳରୁ ବହୁ ଆଡମ୍ବରରେ ପାଳନ ହେଉଛି ନିଆଁମଡା ବା ଖନ୍ଦାମଡା ପର୍ବ । ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆଁମଡା ପର୍ବରେ ମସଗୁଲ ସାନ୍ତାଳୀ ସମ୍ପ୍ରଦାୟ । ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ନିକଟସ୍ଥ କଣ' ଗ୍ରାମରେ ଖନ୍ଦାମଡା ବା ନିଆଁମଡା ଉତ୍ସବ ଉଦଯାପିତ ହୋଇଯାଇଛି।

ଏହା ମଧ୍ୟ ପଢନ୍ତୁ-ଶ୍ରୀକ୍ଷେତ୍ରରେ ନିଆରା ଶାରଦୀୟ ପୂଜା, ମଣ୍ଡପରେ ପୂଜା ପାଆନ୍ତି ନାଗା ମୂର୍ତ୍ତି

ଗ୍ରାମରେ ଥିବା ଦୁର୍ଗା'ଙ୍କ ମନ୍ଦିରରେ ଦଶହରା ପର୍ବ ଶେଷ ପରେ ବିଜୟା ଦଶମୀ ପର ଦିନ ଖନ୍ଦା ମଡା ବା ନିଆଁରେ ଚାଲିବା ପର୍ବ ପାଳିତ ହୋଇଥାଏ । ଏହି ଖନ୍ଦା ମଡା ଉତ୍ସବ ଦେଖିବାକୁ ପଡୋଶୀ ଝାଡଖଣ୍ଡ ଅଞ୍ଚଳର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକ'ଙ୍କ ସମାଗମ ହୋଇଥାଏ । ଏହି ଉତ୍ସବ ବହୁ ପୁରାତନ କାଳରୁ ଅନୁଷ୍ଠିତ ହୋଇ ଆସୁଛି।

ଆସ୍ଥା ଓ ବିଶ୍ବାସର ପର୍ବ ନିଆଁମଡା

ନିଃସନ୍ତାନ ଦମ୍ପତି, ରୋଗ ବ୍ୟାଧି ତଥା ବିଭିନ୍ନ ସମସ୍ୟାରୁ ମୁକୁଳିବାକୁ ମା'ଙ୍କ ନିକଟରେ ଭକ୍ତ ମାନସିକ ରଖିଥାନ୍ତି । ମା' ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରୁଥିବା ମଧ୍ୟ ବିଶ୍ବାସ ରହିଛି । ଏହି ମନ୍ଦିରରେ ଦେବୀ ଦୁର୍ଗା'ଙ୍କ କୌଣସି ପ୍ରତିମୂର୍ତ୍ତି ପୂଜା ପାଇ ନଥାଏ, ବରଂ ଏଠାରେ ମନ୍ଦିରର କାନ୍ଥରେ ନାଲି ମାଟିର ରଙ୍ଗ ଉପରେ ଅରୁଆ ଚାଉଳ ଗୁଣ୍ଡରେ ଝଟି ଦ୍ବାରା ଅଙ୍କିତ ବୁଇଥ ଚିତ୍ରରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ପ୍ରତ୍ୟେକ ବର୍ଷ ବିଧି ବିଧାନର ସହିତ ପୂଜାପାଠ ଏବଂ ନୀତିକାନ୍ତି ସମ୍ପନ୍ନ ହେଉଥିବା ବେଳେ ମନ୍ଦିର ପୂଜକଙ୍କ ସହିତ ଭକ୍ତ ମାନେ ଖଣ୍ଡା ଧରି ନିକଟସ୍ଥ ନଦୀରୁ ଘଟ ଆଣିବା ବେଳେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ । ପାରମ୍ପରିକ ବାଦ୍ୟର ତାଳରେ ଭକ୍ତ ମାନେ ନୃତ୍ୟ କରିବା ସହ କଳି ଗଛର କଣ୍ଟା ଉପରେ ଗଡିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଶେଷରେ ଅପରାହ୍ନ ସମୟରେ ଭକ୍ତ ମାନେ ଅଙ୍ଗାର ଉପରେ ଚାଲି ପୂଜାବିଧି ସମ୍ପନ୍ନ କରିଥାନ୍ତି ।

ଦେହୁରୀ ଘସିରାମ ଦଳେଇ ଏବଂ ଗାୟକ କୁଲଦୀପ ମହାକୁଡଙ୍କଦ୍ବାରା ସମସ୍ତ ପୂଜା କାର୍ଯ୍ୟ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିବା ବେଳେ ଦାସୀ ବ୍ରହ୍ମାନନ୍ଦ ମହାକୁଡ, ମଧୁସୂଦନ ଦାସ,ସୁବଧ ବେହେରା, ସର୍ବେଶ୍ବର ଦାସ, ପ୍ରହରାଜ ପଲେଇ, ପରିକ୍ଷିତ ବାରିକ, ମଣ୍ଟୁ ଦାସ, ବଡବାବୁ ଦାସ ପ୍ରମୁଖ ପୂଜାବିଧିର ସହଯୋଗ ପ୍ରଦାନ କରିଥିଲେ। ଏହି ଖନ୍ଦାମଡା ଉତ୍ସବ ମା ଦୁର୍ଗା ପୂଜା ସମିତିର ସଭାପତି କିଶୋରି ମହାକୁଡ ଓ ସଂପାଦକ ରାଜାରାମ ବାରିକ ପ୍ରମୁଖଙ୍କ ତତ୍ବାବଧାନରେ ପରିଚାଳନା ହୋଇଥିଲା।

ABOUT THE AUTHOR

...view details