ଓଡିଶା

odisha

Justice For Mamita: ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମୟୂରଭଞ୍ଜ ବିଜେପି ମହିଳା ମୋର୍ଚ୍ଚା

By

Published : Dec 25, 2021, 7:38 AM IST

ପୁଣି ଜୋର ଧରିଲା ମମିତାଙ୍କୁ ନ୍ୟାୟ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି(Minister Dibyashankar Mishra resignation Demand) । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ବିଜେପି ମହିଳା ମୋର୍ଚ୍ଚାଙ୍କ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

Justice For Mamita: ମନ୍ତ୍ରୀଙ୍କ ଇସ୍ତାଫା ଦାବି କଲା ମୟୂରଭଞ୍ଜ ବିଜେପି ମହିଳା ମୋର୍ଚ୍ଚା
Justice For Mamita: ମନ୍ତ୍ରୀଙ୍କ ଇସ୍ତାଫା ଦାବି କଲା ମୟୂରଭଞ୍ଜ ବିଜେପି ମହିଳା ମୋର୍ଚ୍ଚା

ବାରିପଦା: ପୁଣି ଜୋର ଧରିଲା ମମିତାଙ୍କୁ ନ୍ୟାୟ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି(Minister Dibyashankar Mishra resignation Demand) । ମୟୂରଭଞ୍ଜ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲାପାଳ(Mayurbhanj BJP Mahila Morcha)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Justice For Mamita: ମନ୍ତ୍ରୀଙ୍କ ଇସ୍ତାଫା ଦାବି କଲା ମୟୂରଭଞ୍ଜ ବିଜେପି ମହିଳା ମୋର୍ଚ୍ଚା
ଶୁକ୍ରବାର ମୟୂରଭଞ୍ଜ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ରପ୍ରଦାନ କରାଯାଇଛି । ମହିଳା ମୋର୍ଚ୍ଚା କର୍ମୀମାନେ ଏକ ରାଲିରେ ଷ୍ଟାଡିୟମ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । କଳାହାଣ୍ଡି ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ରାଜ୍ୟ ତମାମ ବାରମ୍ବାର ବିରୋଧ ପ୍ରଦର୍ଶନ କରୁଥିବା ସତ୍ତ୍ବେ ଏଥିପ୍ରତି ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details