ଓଡିଶା

odisha

ରାଇରଙ୍ଗପୁରରେ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

By ETV Bharat Odisha Team

Published : Aug 28, 2023, 10:34 PM IST

ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଉକ୍ତ ହତ୍ୟାକାଣ୍ଡ ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ୧୪ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ସହ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଦୋଷୀକୁ ଆଜୀବନ ଦଣ୍ଡାଦେଶ ନିର୍ଦ୍ଦେଶନାମା ଦେଇଛଛନ୍ତି । ଏଥି ସହିତ ଦୋଷୀକୁ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ମଧ୍ୟ ରାୟ ଦେଇଛନ୍ତି । ଅଧିକ ପଢନ୍ତୁ

ରାଇରଙ୍ଗପୁରରେ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ
ରାଇରଙ୍ଗପୁରରେ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

ରାଇରଙ୍ଗପୁର: ଏକ ହତ୍ୟାକାଣ୍ଡ ମାମଲାର ଗୁରୁତ୍ଵପୂର୍ଣ୍ଣ ରାୟ ଆଜି ପ୍ରକାଶ ପାଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ଉକ୍ତ ହତ୍ୟାକାଣ୍ଡ ମାମଲାର ଶୁଣାଣି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡାଦେଶ ରାୟ ଦେଇଛନ୍ତି କୋର୍ଟ ।

ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଉକ୍ତ ହତ୍ୟାକାଣ୍ଡ ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ୧୪ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ସହ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଦୋଷୀକୁ ଆଜୀବନ ଦଣ୍ଡାଦେଶ ନିର୍ଦ୍ଦେଶନାମା ଦେଇଛଛନ୍ତି । ଏଥି ସହିତ ଅଭିଯୁକ୍ତ କୁ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ମଧ୍ୟ ରାୟ ଦେଇଛନ୍ତି ।

ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମର ଶ୍ୟାମ କିସ୍କୁ (୨୨) ବୋଲି ଜଣାପଡିଛି। ରାୟ ପ୍ରକାଶ ପାଇବା ପରେ ଆସାମୀ ଶ୍ୟାମ କିସ୍କୁକୁ ରାଇରଙ୍ଗପୁର ଉପ କାରାଗାର ପଠାଇ ଦିଆଯାଇଛି। ଏହି ମାମଲାକୁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟର ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ।

ଏହାବି ପଢନ୍ତୁ- ଚର୍ଚ୍ଚିତ ରାଜଗାଙ୍ଗପୁର ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ସୂଚନାଯୋଗ୍ୟ ଯେ, ହତ୍ୟା ଘଟଣାଟି ଘଟିଥିଲା ୨୦୨୨ ମସିହା ଜୁଲାଇ ମାସ ୨୯ ତାରିଖରେ। ସେହି ଦିନ ସନ୍ଧ୍ୟା ସମୟରେ କୁସୁମୀ ଗାଁ ନିକଟରେ ଶ୍ୟାମ କିସ୍କୁ ଓ ନାଥ ନାଏକ (୩୦) ଗୋଟିଏ ସ୍ଥାନରେ ବସି ହାଣ୍ଡିଆ ପିଉଥିଲେ। ତେବେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ଶ୍ୟାମ କିସ୍କୁ ରାଗରେ ଉତ୍ୟକ୍ତ ହୋଇ ଘରକୁ ଯାଇ ଏକ କୁରାଢ଼ୀ ଆଣି ନାଥ ନାଏକର ବେକ କୁ ହାଣି ପକାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ନାଥ ନାଏକର ମୃତ୍ୟୁ ହୋଇଥିଲା ।

ସ୍ଥାନୀୟ ଲୋକଙ୍କ ଠାରୁ ଘଟଣା ସମ୍ପର୍କରେ ବାଦାମପାହାଡ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଆସିଥିଲା । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିବା ସହିତ ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲା। ପରେ ଅଭିଯୋଗ ଆଧାରରେ ପୋଲିସ ଶ୍ୟାମ କିସ୍କୁକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ କୁରାଢ଼ୀକୁ ଜବତ କରିଥିଲା। ପଚରାଉଚରା ପରେ ପୋଲିସ ନିକଟରେ ହତ୍ୟା କରିଥିବା ସ୍ବୀକାର କରିଥିଲା ଶ୍ୟାମ କିସ୍କୁ। ପୋଲିସ ପକ୍ଷରୁ ଏନେଇ ଏକ ହତ୍ୟା ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ ଶ୍ୟାମ କିସ୍କୁକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରା ଯାଇଥିଲା।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details