ଓଡିଶା

odisha

ଅସମ୍ପୂର୍ଣ୍ଣ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପରେ ପାଣି ଛଡାଯିବାକୁ ନେଇ ବିଜେପିର ବିକ୍ଷୋଭ

By

Published : Jul 29, 2021, 7:05 AM IST

ଅସମ୍ପୂର୍ଣ୍ଣ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପରେ ପାଣି ଛଡା ଯିବା ପରେ ଚାଷ ଜମିରେ ପାଣି ମାଡ଼ି ଫସଲ ନଷ୍ଟ ହୋଇଛି। ତେବେ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ବିଜେପି ପକ୍ଷରୁ ଆଜି ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଇରିଗେସନ୍ ପ୍ରୋଜେକ୍ଟ କାର୍ଯ୍ୟାଳୟରେ ଗଣ ଧାରଣା ଦିଆଯାଇଥିଲା। ଅଧିକ ପଢନ୍ତୁ...

ଅସମ୍ପୂର୍ଣ୍ଣ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପରେ ଛଡା ହେଲା ଜଳ: ବ୍ୟାପକ ଫସଲ ନଷ୍ଟ
ଅସମ୍ପୂର୍ଣ୍ଣ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପରେ ଛଡା ହେଲା ଜଳ: ବ୍ୟାପକ ଫସଲ ନଷ୍ଟ

ବାରିପଦା: ଅସମ୍ପୂର୍ଣ୍ଣ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପରେ ପାଣି ଛଡା ଯିବା ପରେ ଚାଷୀଙ୍କ ଚାଷ ଜମିରେ ପାଣି ମାଡ଼ି ଫସଲ ନଷ୍ଟ ହୋଇଛି । ତେବେ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ବିଜେପି ପକ୍ଷରୁ ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଇରିଗେସନ୍ ପ୍ରଜେକ୍ଟ କାର୍ଯ୍ୟାଳୟରେ ଗଣଧାରଣା ଦିଆଯାଇଥିଲା।

ଗତ ୧୯ ତାରିଖରେ ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପରୁ ବାରିପଦା କାଠପାଳ ନିକଟ କୁରୁଡ଼ିହି ନିକଟରେ ଭୁବନେଶ୍ୱରରୁ ଥାଇ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ଜରିଆରେ ପାଣି ଛାଡିଥିଲେ । ତେବେ ସୁବର୍ଣ୍ଣରେଖା କେନାଲ ଅସମ୍ପୂର୍ଣ୍ଣ ଥିବା ବେଳେ ଏହାର ଉଦଘାଟନ କରାଯାଇ ଜଳ ପ୍ରବାହିତ କରିବାରୁ ବିଭିନ୍ନ ବ୍ଲକର ଚାଷୀଙ୍କ ଚାଷଜମିରେ ପାଣି ମାଡ଼ିଯାଇ କ୍ଷତିଗ୍ରସ୍ତ ହୋଇଛି।

ଅସମ୍ପୂର୍ଣ୍ଣ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପରେ ଛଡା ହେଲା ଜଳ: ବ୍ୟାପକ ଫସଲ ନଷ୍ଟ

ଏଣୁ, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପାଇଁ ଦାବି କରି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଇରିଗେସନ୍ ପ୍ରଜେକ୍ଟ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି କାନ୍ଦ୍ରା ସରେନଙ୍କ ନେତୃତ୍ୱରେ ବିଧାୟକ ଓ କାର୍ଯ୍ୟକର୍ତ୍ତା ମାନେ ଗଣଧାରଣା ଦେଇଥିଲେ। ଏହି ଜଳପ୍ରବାହ ଦ୍ଵାରା ବିଭିନ୍ନ ବ୍ଲକର ୫୦ ହେକ୍ଟରର ଚାଷ ଜମି ଫସଲ ନଷ୍ଟ ହୋଇଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏଥି ସହିତ ସମସ୍ତଙ୍କୁ ଯଥାଶୀଘ୍ର ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details