ଓଡିଶା

odisha

Panchayat Poll: ରଣାଙ୍ଗନରେ ବିଜାତଳା ବ୍ଲକର ପୂର୍ବତନ ଚେୟାରମ୍ୟାନଙ୍କ ସ୍ତ୍ରୀ

By

Published : Feb 19, 2022, 7:49 AM IST

ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ। ମୟୂରଭଞ୍ଜ ଜିଲ୍ଲା ୩୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ପ୍ରାର୍ଥୀନୀ ଭାବେ ନିର୍ବାଚନ ଲଢୁଛନ୍ତି ବିଜାତଳା ବ୍ଲକର ପୂର୍ବତନ ଚେୟାରମ୍ୟାନ ତଥା ବ୍ଲକ ସଭାପତିଙ୍କ ପତ୍ନୀ । ଅଧିକ ପଢନ୍ତୁ

Panchayat Poll : ନିର୍ବାଚନ ମଇଦାନରେ ବିଜାତଳା ବ୍ଲକର ପୂର୍ବତନ ଚେୟାରମ୍ୟାନଙ୍କ ସ୍ତ୍ରୀ
Panchayat Poll : ନିର୍ବାଚନ ମଇଦାନରେ ବିଜାତଳା ବ୍ଲକର ପୂର୍ବତନ ଚେୟାରମ୍ୟାନଙ୍କ ସ୍ତ୍ରୀ

ରାଇରଙ୍ଗପୁର: ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ । ବିଜୟ ମୁକୁଟ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିଜ ନିଜର ରଣକୌଶଳ ପ୍ରସ୍ତୁତ କରି ଏବେ ଜୋରଦାର ପ୍ରଚାର । କାରଣ ଆଉ ଅଳ୍ପଦିନ ରହିଛି ମତଦାନ ପାଇଁ।

Panchayat Poll : ନିର୍ବାଚନ ମଇଦାନରେ ବିଜାତଳା ବ୍ଲକର ପୂର୍ବତନ ଚେୟାରମ୍ୟାନଙ୍କ ସ୍ତ୍ରୀ

ମୟୂରଭଞ୍ଜ ଜିଲ୍ଲା ୩୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ପ୍ରାର୍ଥିନୀ ଭାବେ ଲଢେ଼ଇ କରୁଛନ୍ତି ବିଜାତଳା ବ୍ଲକର ପୂର୍ବତନ ଚେୟାରମ୍ୟାନ ତଥା ବ୍ଲକ ସଭାପତିଙ୍କ ପତ୍ନୀ ପାର୍ବତୀ ଟୁଡୁ। ତେବେ ପାର୍ବତୀ ଟୁଡୁ ବିଜାତଳା ବ୍ଲକର ମାଣିକପୁର ପଞ୍ଚାୟତରେ ପଞ୍ଚାୟତ ସମିତି ସଦସ୍ୟ ମଧ୍ୟ ଅଛନ୍ତି । ମତଦାନ ପାଇଁ ଆଉ କେଇଟା ଦିନ ବାକି ରହିଥିବା ବେଳେ ସ୍ବାମୀ ଓ କର୍ମୀ ମାନଙ୍କ ସହିତ ପାର୍ବତୀ ଟୁଡୁ ପ୍ରଚାରକୁ ଜୋରଦାର ଆଗେଇ ନେଇଛନ୍ତି।

ଏହାବି ପଢନ୍ତୁ :Panchayat Poll: ବାଲାଟ ବାକ୍ସ ପୋଖରୀକୁ ପିଙ୍ଗିଦେଲେ ଦୁର୍ବୃତ୍ତ

ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହିତ ଲୋକଙ୍କ ସୁଖଦୁଃଖ ବୁଝୁଛନ୍ତି। ତେବେ ଗତ ପଞ୍ଚାୟତ ନିର୍ବାଚନ ରେ ୩୧ ନମ୍ବର ଜୋନରୁ ବିଜେପି ପ୍ରାର୍ଥୀ ଡମାନ ମୁର୍ମୁ ବିଜୟୀ ହୋଇଥିବା ବେଳେ ପାଞ୍ଚ ବର୍ଷ ଧରି ଅଞ୍ଚଳର କିଛି ଉନ୍ନୟନମୂଳକ କାର୍ଯ୍ୟ କରି ନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ପହଞ୍ଚାଇବା ଓ ବିକାଶ କାର୍ଯ୍ୟକୁ ଆଗେଇ ନେଇଯିବା ଲକ୍ଷ୍ୟ ରଖି ଜୋରଦାର ପ୍ରଚାର କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉପରେ ଜନସାଧାରଣଙ୍କ ଆଶା, ଭରସା ଓ ବିଶ୍ବାସ ରହିଥିବାରୁ ଚଳିତ ନିର୍ବାଚନରେ ବିଜେଡି ବିଜୟ ଲାଭ କରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ସ୍ବାମୀ ମାଝିଆ ରାମ ଟୁଡୁ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details