ଓଡିଶା

odisha

MV ୪୩ ଗାଁରେ ପ୍ରସ୍ତାବିତ ରେଳବାଇ ପ୍ରକଳ୍ପ ପାଇଁ ପଲ୍ଲୀ ସଭା ଅନୁଷ୍ଠିତ

By

Published : Aug 18, 2022, 11:43 AM IST

ମାଲକାନଗିରି ପୌର ପରିଷଦ ଅଧୀନରେ ରହିଥିବା ଏମଭି-୪୩ ଗ୍ରାମରେ ରେଳବାଇ ପକ୍ଷରୁ ଜମିଅଧିଗ୍ରହଣ ପାଇଁ ପଲ୍ଲୀ ସଭା ଅନୁଷ୍ଠିତ ହୋଇଯାଇଛି । ୫୦ରୁ ଊର୍ଦ୍ଧ୍ବ ଲୋକଙ୍କର ଜମି ରେଲ ଲାଇନ ପାଇଁ ଦରକାର ପଡୁଥିବାରୁ ସେହି ଜମି ମାଲିକମାନଙ୍କ ସହ ରେଳଵାଇ ଏବଂ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ବିସ୍ତୃତ ଭାବେ ଆଲୋଚନା । ଅଧିକ ପଢନ୍ତୁ

Village meeting for proposed railway project in MV-43 village
ଏମଭି-୪୩ ଗ୍ରାମରେ ପ୍ରସ୍ତାବିତ ରେଳବାଇ ପ୍ରକଳ୍ପ ପାଇଁ ପଲ୍ଲୀ ସଭା

ମାଲକାନଗିରି: ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ପଲ୍ଲୀ ସଭା ଅନୁଷ୍ଠିତ । ମାଲକାନଗିରି ପୌର ପରିଷଦ ଅଧୀନରେ ରହିଥିବା ଏମଭି-43 ଗ୍ରାମରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମଭି-୪୩ ଗ୍ରାମର ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

ସୂଚନା ଅନୁସାରେ, ବୈଠକରେ ଅଞ୍ଚଳର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କର ଜମି ରେଳଲାଇନ ପାଇଁ ଦରକାର ପଡୁଥିବାରୁ ସେହି ଜମି ମାଲିକମାନଙ୍କ ସହ ରେଳଵାଇ ଏବଂ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିସହ ସରକାରଙ୍କର ଏହି ପ୍ରୋଜେକ୍ଟ ଯୋଗୁଁ ମାଲକାନଗିରି ଜିଲ୍ଲାକୁ ରେଳପଥ ଆସିବା ସହ ଏହା ବର୍ଦ୍ଧିତ ହୋଇ ଭଦ୍ରାଞ୍ଚଲମ ପର୍ଯ୍ୟନ୍ତ ଯିବ ବୋଲି କୁହାଯାଇଥିଲା । ଅନ୍ୟପଟେ ସ୍ଥାନୀୟ ଲୋକେ କିପରି ସେମାନେ ଜମିର ଉଚିତ ମୂଲ୍ୟ ପାଇବେ ସେନେଇ ଆଲୋଚନା କରିଥିଲେ ।

ଏମଭି-୪୩ ଗ୍ରାମରେ ପ୍ରସ୍ତାବିତ ରେଳବାଇ ପ୍ରକଳ୍ପ ପାଇଁ ପଲ୍ଲୀ ସଭା

ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷ ମନୋଜ ବାରିକ,ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମି,ପୌର ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ,ରେଲଵାଇ ବିଭାଗର ସହାୟକ ଇଂଜିନିୟର ଭିଏଡି ସମଲିଙ୍ଗମ,ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅମୂଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବୈଠକରେ ବହୁ ଆଲୋଚନା ପରେ ସରକାର ଯଦି ଉଚିତ ମୂଲ୍ୟ ଦେବେ ତେବେ ନିଶ୍ଚିତ ଭାବେ ଜମି ପ୍ରଦାନ କରିବେ ବୋଲି ସ୍ଥାନୀୟ ଲୋକେ କହିଥିଲେ । ତେଣୁ ଏଥିସହ ଆଗାମୀ ଦିନରେ ପୁଣି ଥରେ ଏହି ବୈଠକ ବସିବ ବୋଲି କୁହାଯାଇଥିବା ବେଳେ ରେଳଵାଇ ପକ୍ଷରୁ ଯେଉଁ ଯେଉଁ ସ୍ଥାନରେ ଜମି ଅଧିଗ୍ରହଣ ନେଇ ବୈଠକମାନ ହେଉଛି ସବୁ ସ୍ଥାନରେ ଟଙ୍କା ହିଁ ପ୍ରତିବନ୍ଧକ ସାଜୁଥିବା ନେଇ ଜଣାପଡିଛି ।

ଇଟିଭି ଭାରତ,ମାଲକାନଗିରି

ABOUT THE AUTHOR

...view details