ଓଡିଶା

odisha

ନବରାତ୍ରୀରେ ଚଳଚଞ୍ଚଳ ଦନ୍ତେଶ୍ୱରୀ ପୀଠ, ଜାଣନ୍ତୁ ମା'ଙ୍କ ଇତିହାସ

By

Published : Oct 3, 2022, 9:00 PM IST

ମା'ଙ୍କ ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମାଲକାନଗିରି ଜିଲ୍ଲା ସିମାବର୍ତ୍ତୀ ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲା ସଦର ମହକୁମାରେ ଥିବା ମା' ଦନ୍ତେଶ୍ବରୀ ପୀଠ । ମାଓ ପ୍ରବଣ ଅଞ୍ଚଳ ହୋଇଥିଲେ ସୁଦ୍ଧା ମା'ଙ୍କ ମହିମା ଏବଂ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପୀଠକୁ ଭକ୍ତଙ୍କ ସୁଅ ଛୁଟେ । ଦେଖନ୍ତୁ ରିପୋର୍ଟ

ନବରାତ୍ରୀରେ ଚଳଚଞ୍ଚଳ ମା' ଦନ୍ତେଶ୍ବରୀ ପୀଠ
ନବରାତ୍ରୀରେ ଚଳଚଞ୍ଚଳ ମା' ଦନ୍ତେଶ୍ବରୀ ପୀଠ

ମାଲକାନଗିରି:ଶାରଦୀୟ ଦୁର୍ଗା ପୂଜା ଆସିଲେ ଚଳ ଚଞ୍ଚଳ ହୋଇଉଠେ ଧରାପୃଷ୍ଠ । ମା'ଙ୍କ ଆଗମନ ନେଇ ଉତ୍ସବ ମୁଖର ପୁରପଲ୍ଲୀ। ବିଭିନ୍ନ ଶକ୍ତିପୀଠ ସହ ମଣ୍ଡପରେ 9ଦିନ 9ଟି ରୂପରେ ପୂଜା ପାଉଛନ୍ତି ଶକ୍ତି ସ୍ବରୂପିଣି । ପାର୍ବଣରେ ଶକ୍ତିପୀଠରେ ନବରାତ୍ରୀ ପୂଜା ହେଉଥିବା ବେଳେ ପୀଠରେ ଭକ୍ତମାନଙ୍କ ଗହଳି ଦେଖାଯାଇଥାଏ। ମା'ଙ୍କ ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମାଲକାନଗିରି ଜିଲ୍ଲା ସିମାବର୍ତ୍ତୀ ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲା ସଦର ମହକୁମାରେ ଥିବା ମାଁ ଦନ୍ତେଶ୍ବରୀ ପୀଠ । ନବରାତ୍ରୀରେ ମା'ଙ୍କ ଦର୍ଶନ ପାଇଁ ଚଳଚଞ୍ଚଳ ଦନ୍ତେଶ୍ବରୀ ପୀଠ ।

ନବରାତ୍ରୀରେ ଚଳଚଞ୍ଚଳ ଦନ୍ତେଶ୍ୱରୀ ପୀଠ

କଣ ରହିଛି ଦନ୍ତେଶ୍ବରୀ ପୀଠର ଇତିହାସ :

ମାଲକାନଗିରି ଜିଲ୍ଲା ସିମାବର୍ତ୍ତୀ ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲା ସଦର ମହକୁମାରେ ରହିଛି ମାଁ ଦନ୍ତେଶ୍ବରୀ ପୀଠ । ପୌରାଣିକ କିମ୍ବଦନ୍ତୀ ଅନୁସାରେ ମାଶତୀଙ୍କ ଶରିର ବିଭିନ୍ନ ଅଙ୍ଗ ଯେଉଁ ସ୍ଥାନଗୁଡିକରେ ପଡିଥିଲା ସେହି ଗୁଡିକ ଏକ ଶକ୍ତିପୀଠ ରୂପେ ପରିଚିତ । ସେହିଭଳି ଏହି ସ୍ଥାନରେ ମାଶତୀଙ୍କର ଦାନ୍ତ ଅଶଂ ପଡିଥିବାରୁ ଏଠାରେ ମାଁ ଶତୀ ଦନ୍ତେଶ୍ବରୀଙ୍କ ନାମରେ ପୂୂଜା ପାଉଥିବା ପୁରାଣରେ ଲେଖାଯାଇଛି । ଏଣୁ ମା ଦନ୍ତେଶ୍ବରୀଙ୍କ ନାମରେ ଏଠାକାର ନା ଦାନ୍ତେଓ୍ବାଡା ରଖାଯାଇଥିବା କୁହାଯାଉଛି ।

ଅନ୍ୟ ପଟେ ଲୋକକଥା ଅନୁସାରେ ତତ୍କାଳୀନ ବସ୍ତର ମହାରାଜ ପ୍ରବିର୍ ସିଂହ ଭଞ୍ଜଦେବ ନିଜ ରାଜ ଉଆସରେ ଗଡଦେବୀ ରୂପେ ସ୍ଥାପନା କରିବା ପାଇଁ ବର୍ତ୍ତମାନର ଆନ୍ଧ୍ର ପ୍ରଦେଶର ଓ୍ବାରଙ୍ଗଲ ଜିଲ୍ଲାରେ ଥିବା ପୂର୍ବର ଦଣ୍ଡକାରଣ୍ୟର ରାଜା ଦଣ୍ଡକ୍ୟଙ୍କ ଇଷ୍ଟଦେବୀ ମାଁ ଦନ୍ତେଶ୍ବରୀଙ୍କୁ ଉପାସନା ଓ ସାଧନା କରି ନିଜ ରାଜ୍ୟର ମଙ୍ଗଳ କରିବା ପାଇଁ ବସ୍ତର ରାଜଧାନୀ ଜଗଦଲପୁରକୁ ଆଣିଥିଲେ।

ମା' ଦନ୍ତେଶ୍ବରୀ ମହାରାଜ ପ୍ରବିର୍ ସିଂହ ଭଞ୍ଜଦେବଙ୍କୁ କଣ କହିଥିଲେ?

ପୌରାଣିକ କଥାବସ୍ତୁ ଅନୁସାରେ ମା ରାଜାଙ୍କୁ କହିଥିଲେ ଯେ, ତୁମେ ଆଗରେ ଚାଲ ମୁଁ ତୁମ ପଛରେ ଆସୁଛି। ତୁମେ ମତେ ପଛକୁ ବୁଲି ଚାହିଁବନାହିଁ, ମୋ ପାଦରେ ବନ୍ଧା ଯାଇଥିବା ଘୁଙ୍ଗୁର ଶବ୍ଦରେ ଜାଣିପାରିବ ମୁଁ ତୁମସାଥିରେ ଯାଉଛି । ପରେ ରାଜାଙ୍କ ସହ ମା ବସ୍ତର ଅଭିମୁଖେ ବାହାରିଥିଲେ କିନ୍ତୁ ମାଁ ବସ୍ତର ପହଁଚିବା ପୂର୍ବରୁ ଡାଙ୍କିନି ଓ ଶାଙ୍କିନି ଦୁଇ ନଦୀ ସଂଯୋଗ କରୁଥିବା ମୁହାଣ ବାଲି ଉପରେରେ ମାଁଙ୍କ ପାଦ ଦବିଜିବାରୁ ମାଁଙ୍କ ଘୁଙ୍ଗୁର ଶବ୍ଦ ଶୁଭାଯାଇନଥିଲା । ଫଳରେ ରାଜା ପଛକୁ ବୁଲି ଦେଖିଥିଲେ ଫଳରେ ମାଁ ସେଠାରେ ପଥର ମୁର୍ତ୍ତି ହୋଇଯାଇଥିଲେ । ଯାହା ଫଳରେ ସେଠାରେ ରହି ପୂଜା ପାଇବାପାଇଁ କହିଥିଲେ ଓ ଏଠାରୁ ଆଜ୍ଞାମାଳନେଇ ବସ୍ତର ରାଜଧାନୀ ଜଗଦଲପୁର ଠାରେ ମନ୍ଦିର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଦିନଠାରୁ ମାଁ ଏଠି ଦନ୍ତେଶ୍ବରୀ ରୂପେ ପୂଜା ପାଉଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ମା' ଖିଲାମୁଣ୍ଡା: ଆସ୍ଥା ଓ ବିଶ୍ୱାସର ପ୍ରତୀକ, ରଣପୁର ଇତିହାସ ସହ ଜଡ଼ିତ ଏହି ଶକ୍ତିପୀଠ

ମା ଦନ୍ତେଶ୍ବରୀଙ୍କ ଶକ୍ତିପୀଠଟି ଓଡିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟର ସୀମାରେ ଥିବାରୁ ଏଠାକୁ ଏହି ତିନଟି ରାଜ୍ୟର ନବରାତ୍ର ସମୟରେ ବହୁ ଭକ୍ତଙ୍କ ସୁଅ ଛୁଟୁଥାଏ । ମାନସିକଧାରିମାନେ ସହସହ କିଲୋମିଟର ଚାଲିଚାଲି ଯାଇ ମାଁଙ୍କ ଦର୍ଶନ କରିବାପାଇଁ ଏଠାକୁ ପହଞ୍ଚିଥାନ୍ତି ଓ ନିଜର ମନସ୍କାମନା ପୂରଣ ପାଇଁ ମା'ଙ୍କ ପୀଠରେ 9ଦିନ ଯାଏଁ ଅଖଣ୍ଡ ଦୀପ ଜାଳିଥାନ୍ତି । ପ୍ୟାଣ୍ଟ ଓ ଜିନ୍ସ୍ ପିନ୍ଧି ମାଁଙ୍କ ମନ୍ଦିର ଭିତରକୁ ପ୍ରବେଶ ନିଷେଦ୍ଧ ଥିବାରୁ ପୁରୁଷ ଭକ୍ତମାନେ ଧୋତି ଓ ମହିଳା ଭକ୍ତମାନେ ଶାଢୀ ଏବଂ ଚୁଡିଦାର ପିନ୍ଧି ମାଁଙ୍କୁ ଦର୍ଶନ କରିଥାନ୍ତି। ଏଠାରେ ମାଁଙ୍କୁ କତାଥିବା ଗୋଟା ନଡିଆ ପ୍ରସାଦ ରୂପେ ଚଢାଯାଉଥିବାବଳେ ମନ୍ଦାର ମାଳରେ ମାଁ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ନବରାତ୍ରର ପଞ୍ଚମି ଦିନ ବସ୍ତର ରାଜା ମାଁଙ୍କ ଆଜ୍ଞାମାଳ ଚନ୍ଦନ ରୂପି ଯନ୍ତ୍ର ସହ ଜଗଦଲପୁର ମନ୍ଦିରକୁ ଯାଇ ଦଶହରା ପାଇଁ ଅନୁମତି ମାଗିଥାନ୍ତି। ସେଠାରେ ଗୋଣ୍ଡିଆ ସମ୍ପ୍ରଦାୟର ଆଦିବାସୀଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ରଥକୁ ପୂଜାକରି ମାଁ ଦନ୍ତେଶ୍ବରୀଙ୍କ ଦଶହରା ରଥଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଏହି ରଥକୁ ଗୋଣ୍ଡିଆ ସମ୍ପ୍ରଦାୟର ଆଦିବାସୀମାନେ ମୁଣ୍ଡରେ ପଗଡି ବାନ୍ଧି ଟାଣିଥାନ୍ତି। ନବାରାତ୍ରୀ ପୂଜା ସମୟରେ ଭକ୍ତଙ୍କ ଗହଳିରେ ଚଳଚଞ୍ଚଳ ହୋଇଥାଏ ମା'ଙ୍କ ପୀଠ। ମାଁ ଦନ୍ତେଶ୍ବରୀ ଆଦିବାସୀ ଅଞ୍ଚଳର ଆଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ଏହି ରଥଯାତ୍ରା ଆଦିବାସୀମାନେ କରୁଥିବା ପରମ୍ପରାର ରହି ଆସୁଅଛି । ଭକ୍ତମାନଙ୍କ ଭିଡକୁ ଦେଖି ଛତିଶଗଡ ସରକାରଙ୍କ ପକ୍ଷରୁ କିଭଳି ଭକ୍ତମାନେ ସୁରୁଖୁରୁରେ ମାଁଙ୍କୁ ଦର୍ଶନ କରିବେ ସେଥିପାଇଁ ପୋଲିସର କଡା ବ୍ୟବସ୍ଥା କରାଯାଇଛି ।



ମାଁ ଦନ୍ତେଶ୍ବରୀଙ୍କ ଅନେକ ମହିମା ରହିଛି । ମାଓ ପ୍ରବଣ ଅଞ୍ଚଳ ହୋଇଥିଲେ ସୁଦ୍ଧା ମା'ଙ୍କ ମହିମା ଏବଂ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପୀଠକୁ ଭକ୍ତଙ୍କ ସୁଅ ଛୁଟେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details