ଓଡିଶା

odisha

ମାଲକାନଗିରିରେ ଅଜଣାରୋଗ ଆତଙ୍କ, ହାତଗୋଡ ଫୁଲି ଗଲାଣି 5 ଜୀବନ

By

Published : Nov 5, 2020, 12:35 PM IST

ଜିଲ୍ଲାରେ ପଡିଆ ବ୍ଲକ ଭେଞ୍ଚଲପଲ୍ଲୀ ଗ୍ରାମର ଲୋକମାନେ ଅଜଣା ରୋଗରେ ଆତଙ୍କିତ ହୋଇପଡିଛନ୍ତି । ଏହି ରୋଗରେ ଗ୍ରାମରେ ପ୍ରାୟ ୧୦ ଜଣ ଲୋକଙ୍କ ହାତ, ଗୋଡ଼ ଓ ପେଟ ଫୁଲି ପରେ ସେମାନଙ୍କ ମୃତ୍ୟୁ ହେଉଥିବା ଜଣାପଡିଛି । ଅଧିକ ପଢନ୍ତୁ...

People terrified for unknown disease in Malkangiri, 5 dead
ହାତଗୋଡ ଫୁଲି ଗଲାଣି 5 ଜୀବନ, ଆତଙ୍କିତ ଗ୍ରାମବାସୀ

ମାଲକାନଗିରି: ଜିଲ୍ଲାର ପଡିଆ ବ୍ଲକ ଭେଞ୍ଚନପଲ୍ଲୀ ଗ୍ରାମରେ ପ୍ରାୟ ୧୦ ଜଣ ଲୋକଙ୍କ ହାତଗୋଡ ଫୁଲିବା ସହ ଶରୀର ଦୁର୍ବଳ ହେବା ଭଳି ଲକ୍ଷଣ ଦେଖାଯାଉଛି । ଏହି ରୋଗରେ ଗତ ଦୁଇମାସ ମଧ୍ୟରେ ଗ୍ରାମର ୫ ଜଣଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଗ୍ରାମବାସୀ। ଏହି ଅଜଣା ରୋଗକୁ ନେଇ ଗ୍ରାମବାସୀ ଆତଙ୍କରେ ରହିଥିବା ସୂଚନା ମିଳିଛି ।

ହାତଗୋଡ ଫୁଲି ଗଲାଣି 5 ଜୀବନ, ଆତଙ୍କିତ ଗ୍ରାମବାସୀ

ସୂଚନା ମୁତାବକ ଦୁଇମାସ ପୂର୍ବେ ଗ୍ରାମର ମୁକା ତେଲାମଙ୍କ ହାତ, ଗୋଡ଼ ଓ ପେଟ ଫୁଲିବା ସହ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ପୀଡିତ ମୁକା ଖାଦ୍ୟ ଗ୍ରହଣ କରି ନପାରିବାରୁ ତାଙ୍କ ଶରୀର ଧୀରେ ଧୀରେ ଦୁର୍ବଳ ହୋଇପଡିଲା, ଫଳରେ ଏହି ରୋଗରେ ଗ୍ରାମର ପ୍ରଥମ ବ୍ୟକ୍ତି ଭାବେ ସେ ମୃତ୍ୟୁବରଣ କରିଥିଲେ । ଏହାପରେ ଗ୍ରାମର ବାଟା ଗଙ୍ଗା (୩୬), ଯୋଗେନ୍ଦ୍ର ବାଟା (୩୫), ଗଙ୍ଗା ବାଟା(୪୦) ଓ ବେଟୀ ଲାଛାଙ୍କଠାରେ ଅନୁରୂପ ଲକ୍ଷଣ ପରିଲକ୍ଷିତ ହେବା ସହ ଏହି ରୋଗରେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

କୋରୋନା ଯୋଗୁଁ ଗ୍ରାମବାସୀ ମେଡିକାଲ ଯିବାକୁ ଭୟ କରୁଥିବା ବେଳେ ଦେଶୀ ଔଷଧ ସହ ଗୁଣିଗାରେଡ଼ି ଭରସାରେ ବଞ୍ଚିରହିଛନ୍ତି । ତେବେ ଗତକିଛିଦିନ ଧରି ସୋୟାମ୍ ମୂକା ନାମକ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେ ଜଣେ ଦିଶାରୀ ପାଖରେ ଚିକିତ୍ସିତ ହେଉଥିବା ଗ୍ରାମବାସୀ କହିଛନ୍ତି । ଏପରି ସ୍ଥିତିରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳଯାଇଥିବା ବେଳେ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରତି ତୁରନ୍ତ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ପଡିଆ ବ୍ଳକର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡିକରେ ଏଭଳି ରୋଗ ପରିଲକ୍ଷିତ ହେବା ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଲୋକଙ୍କଠାରେ ହିମୋଗ୍ଲୋବିନ ଅଭାବ ଯୋଗୁଁ ଏଭଳି ହେଉଥିବା ପୂର୍ବରୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା । ଭେଞ୍ଚନପଲ୍ଲୀ ଗ୍ରାମରେ ଦେଖାଦେଇଥିବା ଏଭଳି ସ୍ଵାସ୍ଥ୍ୟ ସମସ୍ୟା ସମ୍ପର୍କରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅଧିକାରୀଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ କାହାର ପ୍ରତିକ୍ରିୟା ମିଳି ପାରିନାହିଁ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details