ଓଡିଶା

odisha

ଫିଲ୍ମ ଷ୍ଟାଇଲରେ ଲୁଟ; ମିଠା ଦେଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

By

Published : Mar 2, 2021, 12:34 PM IST

ମାଲକାନଗିରି ବିବିଗୁଡା କଲୋନୀରେ ମିଠାରେ ନିଶାଦ୍ରବ୍ୟ ଦେଇ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଫିଲ୍ମ ଷ୍ଟାଇଲରେ ଲୁଟ; ନିଶାଦ୍ରବ୍ୟ ଦେଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ଅଳଙ୍କାର
ଫିଲ୍ମ ଷ୍ଟାଇଲରେ ଲୁଟ; ନିଶାଦ୍ରବ୍ୟ ଦେଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ଅଳଙ୍କାର

ମାଲକାନଗିରି: ଜିଲ୍ଲାର ସଦର ମହକୁମା ବିବିଗୁଡା କଲୋନୀରେ ଫିଲ୍ମ ଷ୍ଟାଇଲରେ ଲୁଟ ହୋଇଛି । ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ ଅତି ସହଜରେ ସୁନାରୀଙ୍କ ଘରୁ 35 ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ 2 ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡିଛି ।

ଫିଲ୍ମ ଷ୍ଟାଇଲରେ ଲୁଟ; ନିଶାଦ୍ରବ୍ୟ ଦେଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ଅଳଙ୍କାର

ଲୁଟ ପାଇଁ 3 ମାସ ଆଗରୁ ହୋଇଥିଲା ବ୍ଲୁ ପ୍ରିଣ୍ଟ । 3 ମାସ ତଳେ ସୁନାରୀଙ୍କ ଘରେ ଭଡାରେ ରହୁଥିଲା ଲୁଟେରା । ଗତିବିଧିକୁ ଦେଖି ଲୁଟର ଯୋଜନା ହୋଇଥିଲା । ସୋମବାର ରାତି 8ଟା ସମୟରେ ନିଜର ଚାକିରୀ ହୋଇଥିବା କହି ସୁନାରୀଙ୍କ ପରିବାରକୁ ମିଠା ଦେବା ସହ ନିକଟସ୍ଥ 7ରୁ 8ଟି ପରିବାରକୁ ମିଠା ଖୁଆଇଥିଲା । ମିଠା ଖାଇବାର 2 ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ । ପରେ ଅତି ସହଜରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରେ ପ୍ରବେଶ କରି ଘରର କବାଟ ତାଡି ଘରେ ପଶି ଲୁଟେରାମାନେ ଅତି ସହଜରେ ଲୁଟି ନେଇଥିଲେ ସୁନା ଗହଣା।

ଏପରିକି ଆଲମୀରା ପାଖରେ ଶୋଇଥିଲେ ମଧ୍ୟ ଜାଣିପାରିଲେ ନାହିଁ ପରିବାର ଲୋକେ । ଏବେବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି । ଏହି ଘଟଣା ଜାଣିବା ପରେ ସଦର ମହକୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ଦିଗକୁ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି । ସେପଟେ ଲୁଟେରାମାନେ ସିସିଟିଭିକୁ କାଟି ନେଇଯାଇଥିବା ଜଣାପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details