କୋରାପୁଟ:କୋରାପୁଟର ଆରାଧ୍ୟ ଦେବୀ ମା ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଷୋଡ଼ଶ ଦିନାତ୍ମକ ପୂଜା । ଏହି ଅବସରରେ ଜୟପୁରବାସୀଙ୍କ ପ୍ରତିନିଧିତ୍ଵ କରି ବିଧାୟକ ତାରାପ୍ରସାଦ ବାହିନୀପତି ମା ଭଗବତୀଙ୍କଠାରୁ ଆଜ୍ଞାମାଳ ଗ୍ରହଣ କରିଥିଲେ । ଏଥିସହ ଜୟପୁରରେ ପ୍ରସିଦ୍ଧ ଦଶହରା ନୀତିର ଶୁଭାରମ୍ଭ ହୋଇଯାଇଛି ।
କୋରାପୁଟର ଆରାଧ୍ୟ ଦେବୀ ମା ଭଗବତୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ମୂଳାଷ୍ଟମୀ ଦିନଠୁ ଷୋହଳ ଦିନ ଧରି ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ । ତେବେ ଜୟପୁରବାସୀଙ୍କ ପ୍ରତିନିଧିତ୍ଵ କରି ବିଧାୟକ ତାରାପ୍ରସାଦ ବାହିନୀପତି ମା ଭଗବତୀଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରିବା ସହିତ ଜୟପୁରରେ ପ୍ରସିଦ୍ଧ ଦଶହରା ଉତ୍ସବର ଶୁଭାରମ୍ଭ ହୋଇଯାଇଛି ।
ଏହାମଧ୍ୟ ପଢନ୍ତୁ..ଯୋଗମାୟାଙ୍କ ଷୋଡଶ ଦିନାତ୍ମକ ଉପଚାର ବିଧି ଆରମ୍ଭ, ସୁନା ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ
ଷୋହଳ ଦିନ ଧରି ଚାଲିବାକୁ ଥିବା ଏହି ଦଶହରା ଉତ୍ସବରେ ଯୋଗଦେବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଭକ୍ତ ଓ ଦେବଦେବୀଙ୍କୁ ନିମନ୍ତ୍ରଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜାରାଜୁଡ଼ା ଅମଳରୁ ଚାଲି ଆସିଥିବା ପରମ୍ପରା ଅନୁଯାୟୀ ଚଳିତ ବର୍ଷ 50ରୁ ଉର୍ଦ୍ଧ୍ବ ଗ୍ରାମରୁ ଦେବୀଙ୍କ ପ୍ରତୀକ ଭାବେ ବିଶାଳ ଲାଠିକୁ ନେଇ ଗ୍ରାମବାସୀ ଜୟପୁର ଦଶହରାରେ ଯୋଗ ଦେବା ପାଇଁ ଆସିବେ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜଣାଇଛନ୍ତି । ମୂଳାଷ୍ଟମୀ ଠାରୁ ଆରମ୍ଭ କରି ଦଶହରାର ଅପରାଜିତା ପୂଜା ହେବା ପର୍ଯ୍ୟନ୍ତ ଏହି ପର୍ବରେ ବିଭିନ୍ନ ପର୍ଯ୍ୟାୟରେ ଜୟପୁର ସହର ଅନେକ ପାରମ୍ପରିକ ଉତ୍ସବ ମଧ୍ୟ ଦେଇ ଚଳଚଞ୍ଚଳ ହୋଇ ଉଠିବ ବୋଲି ସେ କହିଛନ୍ତି ।