ଓଡିଶା

odisha

ଶାବର ଶ୍ରୀକ୍ଷେତ୍ରରେ ବଳଭଦ୍ର ଜନ୍ମୋତ୍ସବ, ଧାନ ତିଆରି ରାକ୍ଷୀ ପାଇଁ ଜମିଲା ଭିଡ

By

Published : Aug 22, 2021, 5:07 PM IST

ରକ୍ଷା ବନ୍ଧନ ଅବସରରେ ଶାବର ଶ୍ରୀକ୍ଷେତ୍ରରେ ହୋଇଥିଲା ବ୍ୟାପକ ପ୍ରସ୍ତୁତି । ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ପାଳନ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ସହରବାସୀ । ଅଧିକ ପଢନ୍ତୁ...

koraput
ଶାବର ଶ୍ରୀକ୍ଷେତ୍ରରେ ବଳଭଦ୍ର ଜନ୍ମୋତ୍ସବ, ଧାନ ତିଆରି ରାକ୍ଷୀ ପାଇଁ ଜମିଲା ଭିଡ

କୋରାପୁଟ: ଶାବର ଶ୍ରୀକ୍ଷେତ୍ରରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯିବା ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ପାଳିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରାଙ୍କ ତରଫରୁ ସ୍ବତନ୍ତ୍ର ଭାବେ ଶ୍ରୀଜୀଉଙ୍କ ବିଭିନ୍ନ ନୀତିକାନ୍ତି ସହ ପ୍ରସ୍ତୁତ ହୋଇଥିବା ରାକ୍ଷୀକୁ ଭାଇଙ୍କ ହାତରେ ବନ୍ଧାଯାଇଛି । ସେପଟେ କୋରାପୁଟ ସହରରେ ମଧ୍ୟ ଭାଇ ଭଉଣୀଙ୍କ ଅପୂର୍ବ ସମ୍ପର୍କର ନିଦର୍ଶନ ରୂପେ ଭଉଣୀ ମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଫୁଲ, ଚନ୍ଦନ ଦେଇ ପୂଜା କରିବା ସହ ମିଠା ଖୁଆଇ ଆନନ୍ଦରେ ପାଳନ କରିଛନ୍ତି ରାକ୍ଷୀ ।

ଶାବର ଶ୍ରୀକ୍ଷେତ୍ରରେ ପାଲିତ ହେଉଛି ରକ୍ଷାବନ୍ଧନ ଉତ୍ସବ

ଚଳିତ ବର୍ଷ ଓରମାସ ତରଫରୁ କୋଟପାଡ କଳାକାରଙ୍କ ଦ୍ବାରା ପ୍ରସ୍ତୁତ ଧାନରେ ତିଆରି ରାକ୍ଷୀକୁ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ କିଣିବାକୁ ପ୍ରବଳ ମାତ୍ରାରେ ଭିଡ ପରିଲକ୍ଷିତ ହୋଇଥିଲା । ଆଉ ଏହାର ଚାହିଦା ବେଶ ଉତ୍ସାହଜନକ ଥିବା ମଧ୍ୟ ଦେଖିବାକୁ ମିଳିଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details