କୋରାପୁଟ: ଆସନ୍ତାକାଲି(ମଙ୍ଗଳବାର) ଭୁବନେଶ୍ୱରରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ । ପୋଲାଭରମ ସମେତ ଅନ୍ୟାନ୍ୟ ନଦୀବନ୍ଧ ଯୋଜନାର ସୁପରିଚାଳନା ପାଇଁ ଆଲୋଚନା ହେବ । ଏହାସହ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଥିବା କୋଟିଆ ସୀମା ବିବାଦକୁ ନେଇ ଆଲୋଚନାକୁ ଗୁରୁତ୍ୱ ଦେବା ପାଇଁ କୋରାପୁଟ ଜିଲ୍ଲା ବୁଦ୍ଧିଜୀବୀ ଓ ନେତାମାନେ ଦାବି କରିଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବିବାଦର ସମାଧାନ ବିଷୟରେ ଆଲୋଚନା କରିବା ନିତାନ୍ତ ଆବଶ୍ୟକ । ଓଡ଼ିଶାର ସ୍ୱାର୍ଥ ରକ୍ଷା କରି ବର୍ତ୍ତମାନ ଆଲୋଚନା କରିବା ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।