କୋରାପୁଟ: ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ । ବୋରିଗୁମ୍ମା ଅଞ୍ଚଳର ଜଣେ ଚାଷୀ ଲଘୁଚାଷ ବର୍ଷାରେ ଫସଲ ନଷ୍ଟ ହେବାରୁ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣକ ହେଲେ ଡୁମର ହରିଜନ ।
ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବିସିଂହପୁର ଥାନା ସୀମାବର୍ତ୍ତି ନକୁଳଗୁଡା ଗାଁରେ ବସବାସ କରନ୍ତି ଚାଷୀ ଡୁମର ହରିଜନଙ୍କ ପରିବାର । ମୃତ ଚାଷୀଙ୍କ ପୁଅ ରମେଶଙ୍କ କହିବା ଅନୁସାରେ,‘‘ ଡୁମର ହାତ ଉଧାରି ଆଣି କିଛି ଟଙ୍କା ଚାଷ ପାଇଁ ଉଧାର ଆଣିଥିଲେ । ତିନି ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ ଚଳିତ ଲଘୁଚାପ ବର୍ଷାରେ ତାଙ୍କ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଯାହାକୁ ନେଇ ସେ ଚିନ୍ତାରେ ରହୁଥିଲେ । ଏପରିକି ରମେଶ ଓ ତାଙ୍କ ସ୍ତ୍ରୀ ଘରେ ନ ଥିଲା ବେଳେ ଚାପଗ୍ରସ୍ତ ଥିବା ଡୁମର ଏକାକୀ କ୍ଷେତକୁ ଯାଇଥିଲେ ।