ଓଡିଶା

odisha

Winter Session Odisha Assembly: ସରଗରମ ହେବ ଶୀତକାଳୀନ ଅଧିବେଶନ: ସୁର ରାଉତରାୟ

By ETV Bharat Odisha Team

Published : Nov 6, 2023, 10:38 PM IST

ଆସନ୍ତା ବିଧାନସଭା ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ସଜବାଜ ହେଉଛନ୍ତି ବିରୋଧୀ । ନଭେମ୍ବର ମାସରେ 10 ଟି କାର୍ଯ୍ୟ ଦିବସ ରହିଛି । ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ ସ୍ବରକୁ ଶାଣିତ କରିବ କଂଗ୍ରେସ । ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ଅଭିଯୋଗ ଆଣି ଗୃହରେ ହଙ୍ଗାମା କରିବ ରାଜ୍ୟ କଂଗ୍ରେସ । ବିଭିନ୍ନ ପ୍ରସଙ୍ଗରେ ଚରମ ଅବହେଳାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ କଂଗ୍ରେସ । ଅଧିକ ପଢନ୍ତୁ

Winter Session Odisha Assembly: ସରଗରମ ହେବ ଶୀତକାଳୀନ ଅଧିବେଶନ: ବିଧାୟକ ସୁର ରାଉତରାୟ
Winter Session Odisha Assembly: ସରଗରମ ହେବ ଶୀତକାଳୀନ ଅଧିବେଶନ: ବିଧାୟକ ସୁର ରାଉତରାୟ

Winter Session Odisha Assembly: ସରଗରମ ହେବ ଶୀତକାଳୀନ ଅଧିବେଶନ: ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ଆସନ୍ତା 21 ତାରିଖରୁ ଷୋଡଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଡିସେମ୍ବର 30 ଯାଏଁ ଚାଲିବ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିବେଶନରେ ମୋଟ 30ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରୁ ସାଧାରଣ ନିର୍ବାଚନ ଥିବାବେଳେ ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ ବୋଲି ଅନୁମାନ କରାଯାଉଛି।

ଆସନ୍ତା ବିଧାନସଭା ଶୀତକାଳୀନ ଅଧିବେଶନରେ ସରକାର ଙ୍କୁ ଘେରିବାକୁ ସଜବାଜ ହେଉଛନ୍ତି ବିରୋଧୀ । ନଭେମ୍ବର ମାସରେ 10 ଟି କାର୍ଯ୍ୟ ଦିବସ ରହିଛି। ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ ସ୍ବରକୁ ଶାଣିତ କରିବ କଂଗ୍ରେସ । ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ଅଭିଯୋଗ ଆଣି ଗୃହରେ ହଙ୍ଗାମା କରିବ ରାଜ୍ୟ କଂଗ୍ରେସ । ବିଭିନ୍ନ ପ୍ରସଙ୍ଗରେ ଚରମ ଅବହେଳାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଏନେଇ ବିଧାୟକ ସୁର ରାଉତରାୟ କହିଛନ୍ତି ଅହେତୁକ ଦରଦାମ ବୃଦ୍ଧି ନେଇ ସାରା ଦେଶବାସୀ ଅତିଷ୍ଠ। ବେକାରୀ ସମସ୍ୟା ,ଚାଷୀ ପ୍ରସଙ୍ଗ , ଆଇନ ଶୃଙ୍ଖଳା ପରିସ୍ଥିତି ଲାଗି ରହିଛି । ତେଣୁ ଏ ପ୍ରସଙ୍ଗ ସବୁ ବିଧାନସଭାରେ ପଚାରିବୁ, କେବେ ସରକାର ଜାଗ୍ରତ ହେବେ, ଉତ୍ତର ମାଗିବୁ ।

ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ବିଧାନସଭା ଅନୁନ୍ୟ 60 ଦିନ ଚାଲିବା କଥା । ପୂର୍ବ ଅଧିବେଶନକୁ ମିଶାଇଲେ ପାଖାପାଖି 30 କାର୍ଯ୍ୟ ଦିବସ ହୋଇଛି । ତେଣୁ ଉପର ଠଉରିଆ ଭାବେ ଏହାକୁ ସମ୍ମାନ ଜଣାଇବା ପାଇଁ ଆସନ୍ତା ଅଧିବେଶନକୁ 30 ଦିନିଆ ରଖିଛନ୍ତି । ଚଳିତ କ୍ୟାଲେଣ୍ଡର ବର୍ଷର ଶେଷ ଅଧିବେଶନକୁ ସର୍ବାଧିକ କାର୍ଯ୍ୟ ଦିବସ ରହିଛି । ସରକାରଙ୍କ ଏଜେଣ୍ଡା କିଛି ନଥିବାବେଳେ ଏତେ କାର୍ଯ୍ୟଦିବସର ଆବଶ୍ୟକତା ନେଇ ସନ୍ଦେହ ସୃଷ୍ଟି ହେଉଛି ।

ସୂଚନାଯୋଗ୍ୟଯେ 21 ତାରିଖରୁ ଷୋଡଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଡିସେମ୍ବର 30 ଯାଏଁ ଚାଲିବ । ଏହି ଅଧିବେଶନରେ ୩ଟି ପ୍ରାଇଭେଟ ବିଜିନେସ ଥିବା ବେଳେ ଅନ୍ୟ କାର୍ଯ୍ୟଦିବସ ଗୁଡିକ ବିଧାନସଭାର ବିଭିନ୍ନ ବିଧେୟକ ଆଗତ ହେବ ହେବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details