ଓଡିଶା

odisha

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଖୋର୍ଦ୍ଧାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ

By

Published : Oct 1, 2022, 12:04 PM IST

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର ସ୍ବାଧୀନତା ପୀଠ ଓ ଐତିହ୍ୟ ପୀଠରୁ ପବିତ୍ର ମାଟି ଓ ଜଳ ସଂଗ୍ରହ ହୋଇଛି । ଅଧିକ ପଢନ୍ତୁ

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଖୋର୍ଦ୍ଧାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଖୋର୍ଦ୍ଧାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ

ଖୋର୍ଦ୍ଧା:ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସ୍ବାଧୀନତା ପୀଠ, ଐତିହ୍ୟ ପୀଠରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରାଯାଇଛି । ଗାନ୍ଧିଜୀ ଗସ୍ତ କରିଥିବା ବାଣପୁର ସହର ସ୍ଥିତ ପଲଟନ ପଡିଆରୁ ମାଟି ଓ ସାଳନ୍ଦୀ ନଦୀରୁ ପାଣି ସଂଗ୍ରହ ହୋଇଛି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ପରାମର୍ଶ ଅନୁଯାୟୀ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷ ପ୍ରାଚୀପ୍ରଭା ସ୍ବାଇଁ, ବାଣପୁର ବିଡିଓ ବୁଲବୁଲ ବେହେରା, ତହସିଲଦାର କୁଞ୍ଜବିହାରୀ ବଡଜେନା, ଏନଏସି ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖଙ୍କ ଉପସ୍ଥିତରେ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଇଥିଲା ।

ଏପରିକି ଗାନ୍ଧିଜୀ ଗସ୍ତ କରିଥିବା ବୋଲଗଡ ଖଦି କେନ୍ଦ୍ର ପରିସରରୁ ମଧ୍ୟ ମାଟି ସଂଗ୍ରହ ହୋଇଛି । ଏହି ମାଟି ଓ ପାଣିକୁ ଭୁବନେଶ୍ବରକୁ ପ୍ରେରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଏହି ପବିତ୍ର ମାଟି ଓ ସଂଗୃହିତ ଜଳକୁ ହସ୍ତାନ୍ତର କରିଛନ୍ତି । ଏହି ପବିତ୍ର ମାଟି ସଂଗ୍ରହ ସମୟରେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଗାନ୍ଧୀଙ୍କ ଆଦର୍ଶ, ବିଚାର, ଜୀବନୀ ଓ ଓଡିଶା ଆଗମନ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଅହିଂସା ରଥ ନାମରେ ୪ଟି ରଥ ସମଗ୍ର ଓଡିଶା ପରିକ୍ରମଣ କରି ସ୍ବାଧୀନତା ସଂଗ୍ରାମ ଓ ଅହିଂସା ମନ୍ତ୍ରର ଗାଥା ବାଣ୍ଟି ଚାଲିଛି । ଏହି ରଥକୁ ପ୍ରତ୍ୟେକ ଜିଲ୍ଲାରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଶପ୍ରୀତିର ନମୁନା ଦେଉଛି ।

ଏହାମଧ୍ୟ ପଢନ୍ତୁ: Vigilance Trap: ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ

ସେହିପରି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକସେବା ଭବନ ପରିସରରେ ଶାନ୍ତି ଓ ପ୍ରଗତିର ପ୍ରତୀକ ସ୍ବରୂପ ଅଶ୍ବତ୍ଥ ଚାରାରୋପଣ କରାଯିବ । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଯେଉଁଠାକୁ ମହାତ୍ମାଗାନ୍ଧୀଙ୍କ ଆଗମନ ହୋଇଥିଲା, ସ୍ବାଧୀନତା ସଂଗ୍ରାମରେ ପ୍ରମୁଖ ସ୍ଥାନ କିମ୍ବା ସ୍ବାଧୀନତା ସଂଗ୍ରାମ ସହ ଜଡିତ ପ୍ରମୁଖ ସ୍ଥାନରୁ ପବିତ୍ର ମାଟି, ଓ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଭୁବନେଶ୍ବର ସ୍ଥିତ ଜୟଦେବ ଭବନକୁ ପଠାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details