ଓଡିଶା

odisha

ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର

By

Published : Aug 17, 2023, 4:32 PM IST

Updated : Aug 18, 2023, 1:01 PM IST

ପୁଣି ଓଡ଼ିଆ ପାରିବାରିକ କାହାଣୀକୁ ନେଇ ଆସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ଶଙ୍କର । ଆଜି ଫିଲ୍ମର ଅଡିଓ ରିଲିଜ କରିଛନ୍ତି ନିର୍ମାତା । ସେପ୍ଟେମ୍ବର 19 ଅର୍ଥାତ୍ ଗଣେଶ ଚତୁର୍ଥୀରେ ରିଲିଜ ହେବ ଫିଲ୍ମ । ଅଧିକ ପଢନ୍ତୁ

ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର
ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର

ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର

ଭୁବନେଶ୍ବର:ଜହ୍ନ ରାତିର ସାଥୀ ପରେ ପୁଣି ଆଉ ଏକ ଓଡ଼ିଆ ପାରିବାରିକ କାହାଣୀକୁ ନେଇ ଆସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ଶଙ୍କର । ଆଜି ଫିଲ୍ମର ଅଡିଓ ଓ ପୋଷ୍ଟର ରିଲିଜ ହୋଇଯାଇଛି । ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଚରିତ୍ର ଶଙ୍କରରେ ନଜର ଆସୁଥିବା ବେଳେ ଶିବ, କୁନା ତ୍ରିପାଠୀ, କେକେ, କାଳୀ, ବିଜୁ ବଡ଼ଜେନା, ଦିପ୍ତୀରେଖା ପଣ୍ଡା, ସୁପ୍ରିୟା, ମୀତା ଚକ୍ରବର୍ତ୍ତୀ, ନୁପୁର ଘୋଷ ଏବଂ ଦିବ୍ୟା ମହାନ୍ତି ନଜର ଆସିବେ । ତେବେ ଏହି ଫିଲ୍ମ ସେପ୍ଟେମ୍ବର 19 ଅର୍ଥାତ୍ ଗଣେଶ ଚତୁର୍ଥୀରେ ରିଲିଜ ହେବ ।

ଭୁବନେଶ୍ୱରର ଏକ ହୋଟେଲରେ ଶଙ୍କର ଫିଲ୍ମର ଅଡିଓ ଓ ପୋଷ୍ଟର ରିଲିଜ ହୋଇଯାଇଛି । ଏସ୍‌ଡି ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶଙ୍କର "ଏକ ଜବରଦସ୍ତ ଆକ୍ସନ, ରୋମାଣ୍ଟିକ, ଓ ସସପେନ୍ସ ଭରା ଭିନ୍ନ ସ୍ୱାଦର କାହାଣୀ ଉପରେ ଆଧାରିତ । ଏଥିରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ସାବତ ପୁଅର ଭୂମିକାରେ ନଜର ଆସିବାକୁ ଥିବା ବେଳେ ଦେବା ଓ ଦିବ୍ୟାଙ୍କ ଯୋଡ଼ି ରୋମାନ୍ସ କରୁଥିବା ନଜର ଆସିବେ । ଦେବା ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ରଙ୍କ ସାନଭାଇ ଚରିତ୍ରରେ ଅଭିନୟ କରିଥିବାବେଳେ ଦିବ୍ୟା ଏକ ସରଳ ଜୀବନ ଜିଉଁଥିବା ସ୍କୁଲ୍‌ ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିବେ । ଫିଲ୍ମରେ ଦେବା ଏବଂ ଦିବ୍ୟାଙ୍କ ରୋମାଣ୍ଟିକ ଯୋଡ଼ିକୁ ବେଶ ପସନ୍ଦ କରିବେ ।

ଚଳଚ୍ଚିତ୍ରଟିର ପ୍ରଯୋଜନା ଦାୟିତ୍ୱରେ ଅରବିନ୍ଦ ସାହୁ ଥିବାବେଳେ ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଏନ୍‌. ପାଢ଼ୀ । ସଂଳାପ ଲେଖିଛନ୍ତି ମନୋରଞ୍ଜନ ଦାସ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ନିର୍ମଳ ନାୟକ ଗୀତ ଲେଖିଥିବା ବେଳେ ବଲିଉଡ୍‌ କଣ୍ଠଶିଳ୍ପୀ ଉଦିତ ନାରାୟଣ ଓ ଓଡ଼ିଶା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏଥିରେ କଣ୍ଠଦାନ କରିଛନ୍ତି । ଗୀତଗୁଡିକ ବହୁତ ସୁନ୍ଦର ହୋଇଥିବା ବେଳେ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ସଂଗୀତ ନିର୍ଦେଶକ ବୈଦନାଥ ଦାଶ ।

ଏହା ମଧ୍ୟ ପଢନ୍ତୁ: ରିଲ ନୁହେଁ ରିଅଲ ହିରୋ ସିଦ୍ଧାନ୍ତ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ବଞ୍ଚାଇଲେ ଜୀବନ

ତେବେ ଏହି ସିନେମାଟି ଏକ ପରିବାରିକ କାହାଣୀଙ୍କୁ ନେଇ ଗତିଶୀଳ ହୋଇଥିବା ବେଳେ ବର୍ତ୍ତମାନ ଘରେ ଘରେ ଘଟୁଥିବା ଦୃଶ୍ୟକୁ ଦେଖାଯାଇଛି । ଫ୍ୟାମିଲି ଡ୍ରାମା ସହ ଜବରଦସ୍ତ ଆକ୍ସନ, ରୋମାଣ୍ଟିକ, ଓ ସସପେନ୍ସ ଭରି ରହିଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ସିନେମାକୁ ଅଧିକ ରୁଦ୍ଧିମନ୍ତ କରିଥିବାରୁ ସବୁ ବର୍ଗର ଲୋକଙ୍କୁ ଏହା ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

Last Updated :Aug 18, 2023, 1:01 PM IST

ABOUT THE AUTHOR

...view details