ଓଡିଶା

odisha

Russian Tourists Death Case: 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCର ନିର୍ଦ୍ଦେଶ

By

Published : Jan 2, 2023, 12:12 PM IST

ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କଲା ଜାତୀୟ ମାନବ ଅଧିକାର କମିଶନର । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ରାୟଗଡା ଏସପିଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Russian Tourists Death Case
Russian Tourists Death Case

ଭୁବନେଶ୍ବର: ବହୁଚର୍ଚ୍ଚିତ ଋଷ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଓ ପାଭେଲ ଆଣ୍ଟୋଭ ମୃତ୍ୟୁ ଘଟଣା । ଦିନ ଗଡିବା ସହ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ଏହି ଘଟଣାରେ ଜାତୀୟ ମାନବ ଅଧିକାର କମିଶନରେ ଏକ ମାମଲା ଦାୟର କରାଯାଇଛି । ଏନେଇ ରାୟଗଡା ଏସପିଙ୍କୁ ନୋଟିସ କରିଛି NHRC । ୪ ସପ୍ତାହ ମଧ୍ୟରେ ଏହି ଘଟଣାରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ,ଏହି ଘଟଣାରେ କଣ ସବୁ ପଦକ୍ଷେପ ନେଇଛନ୍ତି ତାହା ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି (NHRC seeks action taken report from Rayagada SP)। ଏନେଇ ମାନବାଧିକାର କର୍ମୀ ରବୀନ୍ଦ୍ର ମିଶ୍ର କମିଶନଙ୍କ ଦ୍ୱାରସ୍ତ ହେବା ପରେ କମିଶନ ରାୟଗଡା ଏସପିଙ୍କୁ ପକ୍ଷଭୁକ୍ତ କରି ଓଡ଼ିଶା ପୋଲିସ ଡିଜିଙ୍କୁ ନୋଟିସ ପଠାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ,ବର୍ତ୍ତମାନ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି । ତଦନ୍ତର ପ୍ରଥମ ଦିନରେ ହୋଟେଲକୁ ଯାଇ ତଦନ୍ତ କରିଥିବା ବେଳେ ଦ୍ବିତୀୟ ଦିନରେ ଫୋରେନସିକ୍ ଓ ସାଇଣ୍ଟିଫିକ ଟିମ୍ ଶ୍ମଶାନରୁ ହାଡ ଓ ଶରୀରର ଅନ୍ୟକିଛି ଅଂଶ ସହିତ ପାଉଁଶ ସଂଗ୍ରହ କରିଥିଲେ । ତାପରେ ପୁଣି ଥରେ ହୋଟେଲକୁ ଯାଇ ମୃତକଙ୍କ ଲ୍ୟାପଟପ୍, ମୋବାଇଲ, ପାସପୋର୍ଟ ସମେତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷପତ୍ର ଜବତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ସେହିଭଳି ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଆବଶ୍ୟକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯାଇପାରେ ବୋଲି କୁହାଯାଉଛି ।

ଗତକାଲି ତଦନ୍ତର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ପୁଣି କିଛି ତଥ୍ୟ ସଂଗ୍ରହ କରିଥିଲା । ଏହାପରେ ହୋଟେଲ କର୍ମଚାରୀଙ୍କୁ ଜେରା କରିଥିବା ନଜରକୁ ଆସିଥିଲା । ଅଲଗା ଅଲଗା ଭାବରେ ଡିଏସପି ସରୋଜକାନ୍ତ ମହାନ୍ତ ଓ ଇନ୍ସପେକ୍ଟର ମମତା ରାଣୀ ପଣ୍ଡା କର୍ମଚାରୀଙ୍କୁ ଜେରା କରି ସେମାନଙ୍କ ବୟାନ ରେକର୍ଡ କରିଥିଲେ । ଆଜି କ୍ରାଇମବ୍ରାଞ୍ଚର ତଦନ୍ତ ଚତୁର୍ଥ ଦିନରେ ପହଞ୍ଚିଛି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details