ଓଡିଶା

odisha

ପାରାଦୀପ ପୋର୍ଟର ଲାଞ୍ଚୁଆ ଡାକ୍ତର: ଲାଞ୍ଚ ଟଙ୍କାରେ ମା'ଙ୍କୁ ଗିଫ୍ଟ ଦେଇଥିଲେ 80ଲକ୍ଷ ଟଙ୍କାର ଫ୍ଲାଟ୍

By ETV Bharat Odisha Team

Published : Oct 17, 2023, 9:44 AM IST

ଖୋଲୁଛି ପାରାଦୀପ ପୋର୍ଟ ହେଲ୍ଥ ଅଫିସର‌ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଲାଞ୍ଚ କାରବାରର ଗୁମର । ଲାଞ୍ଚ ଟଙ୍କାରେ 80 ଲକ୍ଷ ଟଙ୍କାର ଫ୍ଲାଟ କିଣି ମାଆଙ୍କୁ ଗିଫ୍ଟ କରିଥିଲେ ଡାକ୍ତରବାବୁ । ଅନ୍ୟପଟେ ରିମାଣ୍ଡ ଅବଧି ଶେଷ ପରେ 14 ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଲାଞ୍ଚୁଆ ଡାକ୍ତର । ଆଗକୁ ପଢ଼ନ୍ତୁ

ପାରାଦୀପ ପୋର୍ଟର ଲାଞ୍ଚୁଆ ଡାକ୍ତର
ପାରାଦୀପ ପୋର୍ଟର ଲାଞ୍ଚୁଆ ଡାକ୍ତର

ଭୁବନେଶ୍ବର:ରିମାଣ୍ଡ ଅବଧି ଶେଷ ପରେ ହାଜତକୁ ଗଲେ ଅଭିଯୁକ୍ତ ଲାଞ୍ଚୁଆ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀ । ପାରାଦୀପ ବନ୍ଦରରେ ଲାଞ୍ଚ କାରବାର ବେଳେ ସିବିଆଇ ହାତରେ ଧରପଡ଼ିଥିଲେ ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀ । 2 ଦିନ ଧରି ରିମାଣ୍ଡରେ ନେଇ ପଚରାଉଚରା ପରେ ତାଙ୍କୁ କୋର୍ଟ ହାଜର କରାଯିବା ପରେ ତାଙ୍କୁ ଜେଲ୍‌କୁ ପଠାଯାଇଛି । ଅନ୍ୟପଟେ ରିମାଣ୍ଡ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସିବିଆଇ ହାତରେ ଲାଗିଥିବା ସୂଚନା ରହିଛି ।

ପାରାଦୀପ ପୋର୍ଟର ଲାଞ୍ଚୁଆ ଡାକ୍ତର

ଏହାମଧ୍ୟ ପଢନ୍ତୁ..ପାରାଦ୍ବୀପ ବନ୍ଦର ଡାକ୍ତର ଲାଞ୍ଚ ନେବା ଘଟଣା, CBI ରେଡ ବେଳେ ମିଳିଲା ୨୦ ହଜାର ଡଲାର

ସିବିଆଇର ରିମାଣ୍ଡ ଅବଧି ଶେଷ ପରେ 14 ଦିନିଆ ବିଚାର ବିଭାଗୀୟ ହାଜତ ଅର୍ଥାତ ଝାରପଡ଼ା ଜେଲ ଗଲେ ପାରାଦୀପର ପୋର୍ଟର ଲାଞ୍ଚୁଆ ସ୍ବାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀ । 2 ଦିନିଆ ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଉ ହାଜର ପରେ ଖୋଲିଛି ଲାଞ୍ଚୁଆ ଡ଼ାକ୍ତରଙ୍କ ଲାଞ୍ଚ କାରବାରର ପେଡି । ଲାଞ୍ଚ ଟଙ୍କାରେ 80 ଲକ୍ଷ ଟଙ୍କାର ଫ୍ଲାଟ କିଣି ମାଆଙ୍କୁ ଗିଫ୍ଟ କରିଥିଲେ ଡାକ୍ତରବାବୁ । ସିବିଆଇ ହାତରେ‌ ଲାଗିଥିବା ସୂଚନା ମୁତାବକ, ଭୁବନେଶ୍ୱରରର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା L S Avenue ପ୍ରୋଜେକ୍ଟରେ D-304ରେ 3 BHK ଫ୍ଲାଟ କିଣି ମା'ଙ୍କୁ ଗିଫ୍ଟ ଆକାରରେ ଦେଇଥିଲେ ।ଜଣେ ବିଲଡରଙ୍କୁ ଏନେଇ ନଗଦ 80ଲକ୍ଷ ଟଙ୍କା ଦେଇ କିଣିଥିବା ସିବିଆଇ ତଦନ୍ତ ବେଳେ‌ ଜଣାପଡିଛି । ଏହି ନୂଆ ଫ୍ଲାଟରେ ସିବିଆଇର ଚଢ଼ାଉ ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ସହ ଏବେ ସିବିଆଇ ରାଡାରକୁ ଆସିଛନ୍ତି ବିଲଡର । ଏନେଇ ଖୁବଶୀଘ୍ର ତାଙ୍କୁ ମଧ୍ୟ ପଚରାଉଚରା ହୋଇପାରେ ବୋଲି ସୂଚନା ମିଳିଛି ।

ପାରାଦୀପ ପୋର୍ଟର ଲାଞ୍ଚୁଆ ଡାକ୍ତର

ଏହାମଧ୍ୟ ପଢନ୍ତୁ..ଚାକିରି କାଳରେ ଲାଞ୍ଚ ନେଇଥିଲେ, ଅବସର ପରେ 4 ବର୍ଷ ଜେଲ ଦଣ୍ଡ ଭୋଗିବେ ପୋଲିସ ବାବୁ

କେବଳ ସେତିକି ନୁହେଁ ଭୁବନେଶ୍ୱରରେ ଅନେକ ସମ୍ପର୍କୀୟମାନଙ୍କୁ ମଧ୍ୟ ସିବିଆଇ ସନ୍ଦେହ ଘେରକୁ ନେଇଛି । କାରଣ ଅନେକ ସମୟରେ ଲାଞ୍ଚ ଟଙ୍କା ସମ୍ପର୍କୀୟଙ୍କ ଜରିଆରେ ସଞ୍ଚିତ ଓ କାରବାର ହୋଇଥିବା ସିବିଆଇ ଜାଣିବାକୁ ପାଇଛି । ଖୁବଶୀଘ୍ର ଏହି ଘଟଣାରେ ଡାକ୍ତରଙ୍କ ସମ୍ପର୍କୀୟଙ୍କୁ ସିବିଆଇର ସମନ ଯାଇପାରେ ।ଅନ୍ୟପଟେ ଡାକ୍ତରବାବୁଙ୍କ ରିମାଣ୍ଡ ଶେଷ ପରେ ତାଙ୍କର ଡାକ୍ତରୀ ଯାଞ୍ଚ ପରେ ତାଙ୍କୁ CBI କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ଦ୍ବିତୀୟ ଥର ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା । ମଙ୍ଗଳବାର(ଆଜି) ଏନେଇ‌ କୋର୍ଟରେ‌ ଶୁଣାଣି ହୋଇପାରେ । ଅନ୍ୟପଟେ ଅଭିଯୁକ୍ତ ଡାକ୍ତରଙ୍କୁ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଝାରପଡ଼ା ଜେଲ୍ ପଠାଯାଇଛି ।

ପାରାଦୀପ ପୋର୍ଟର ଲାଞ୍ଚୁଆ ଡାକ୍ତର

ସୂଚନା ଯୋଗ୍ୟ, ଗତ ୧୩ ତାରିଖରେ‌ ଜଣେ ବ୍ୟକ୍ତିଙ୍କୁ ଫିଟ୍‌ନେସ୍‌ ସାର୍ଟିଫିକେଟ ଦେବାକୁ ୫୪ହଜାର‌ ଟଙ୍କା ଲାଞ୍ଚ ନେବା ବେଳେ‌ ପାରାଦୀପ ପୋର୍ଟ ହେଲ୍ଥ୍‌ ଅଫିସର‌ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଲାଞ୍ଚ ଟଙ୍କା ସହ‌ ଟ୍ରାପ୍‌ କରିଥିଲା ସିବିଆଇ । ପରେ‌ ତାଙ୍କ ଘରେ‌ ରେଡ୍‌ ବେଳେ‌ ୨୦ହଜାର‌ ଡଲାର ସହ ୧୭ ଲକ୍ଷ ଟଙ୍କା ଓ‌ ୫ଟି ସ୍ଥାନରେ‌ ଜମି ଥିବା ସିବିଆଇ ରେଡ୍‌ ବେଳେ ଜାଣିବାକୁ ପାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details