ଓଡିଶା

odisha

Budget2023: ବଜେଟ କେବଳ କାନକୁ ଭଲ ଶୁଭୁଛି କହିଲେ ପୂର୍ବତନ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା

By

Published : Feb 3, 2023, 3:29 AM IST

ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଶି ଭୂଷଣ ବେହେରା କହିଛନ୍ତି ‘‘ ବଜେଟ କେବଳ କାନକୁ ଭଲ ଶୁଭୁଛି । କିନ୍ତୁ ବାସ୍ତବରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତ ବଜେଟର ବ୍ୟୟ ଅଟକଳରେ ବିଭିନ୍ନ ବିଭାଗକୁ ଗୁରୁତ୍ୱ ଦିଆଯାଇ ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ କମିଛି । ଦେଶର ସାମଗ୍ରିକ ଓ ସମବିକାଶ କରିବା ପାଇଁ ବଜେଟରେ କିଛି ଯୋଜନା କରାଯାଇ ନାହିଁ । ଅଧିକ ପଢନ୍ତୁ

ବଜେଟ କେବଳ କାନକୁ ଭଲ ଶୁଭୁଛି: ପୂର୍ବତନ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା
ବଜେଟ କେବଳ କାନକୁ ଭଲ ଶୁଭୁଛି: ପୂର୍ବତନ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା

Budget2023: ବଜେଟ କେବଳ କାନକୁ ଭଲ ଶୁଭୁଛି: ପୂର୍ବତନ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା

ଭୁବନେଶ୍ବର: କେନ୍ଦ୍ରୀୟ ବଜେଟ ଏକ ସାର୍ବଜନୀନ ବଜେଟ ନୁହେଁ । ଓଡିଶା ଏହି ବଜେଟରୁ କୌଣସି ଫାଇଦା ପାଇବ ନାହିଁ। କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଯଦିଓ ବଜେଟ ଆକାର 45 ଲକ୍ଷ କୋଟି ଛୁଇଁଛି ପୂର୍ବବର୍ଷ ବଜେଟ କୁ ଅତିକ୍ରମ କରିଛି । କିନ୍ତୁ ଅନେକ କ୍ଷେତ୍ର ଯାହା ସାଧାରଣ ଲୋକଙ୍କ ପାଇଁ ଉଦିଷ୍ଠ ତାହାକୁ ଅଣଦେଖା କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି ।

ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଶି ଭୂଷଣ ବେହେରା କହିଛନ୍ତି, ‘‘ବଜେଟ କେବଳ କାନକୁ ଭଲ ଶୁଭୁଛି । କିନ୍ତୁ ବାସ୍ତବରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତ ବଜେଟର ବ୍ୟୟ ଅଟକଳରେ ବିଭିନ୍ନ ବିଭାଗକୁ ଗୁରୁତ୍ୱ ଦିଆଯାଇ ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ କମିଛି । ଦେଶର ସାମଗ୍ରିକ ଓ ସମବିକାଶ କରିବା ପାଇଁ ବଜେଟରେ କିଛି ଯୋଜନା କରାଯାଇ ନାହିଁ । ଓଡିଶାକୁ ମିଳିଲା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ । ତାଠୁ ଅଧିକ ହେଉଛି ଓଡ଼ିଶା ସବୁବେଳେ କେନ୍ଦ୍ର ଅବହେଳାର ଶିକାର ହୋଇ ଆସିଛି । ରେଳବାଇ କ୍ଷେତ୍ରରେ କିଛି ବର୍ଷ ହେବ ଅର୍ଥରାଶୀ ବଢିଥିଲେ ବି ଓଡ଼ିଶାରୁ କେନ୍ଦ୍ର ସରକାର ଯେତିକି ଆୟ କରୁଛନ୍ତି ସେହି ଅନୁଯାୟୀ ଟଙ୍କା ମିଳୁ ନାହିଁ ।’’

ସେହିପରି ଆୟୁଷ୍ମାନ ଯୋଜନାକୁ ନେଇ ଯେତିକି ପ୍ରଚାର କରାଯାଉଛି ସେହି ଅନୁଯାୟୀ ଟଙ୍କା ବ୍ୟୟ ବରାଦ ହୋଇନାହିଁ । ଆଉ ଯେତିକି ଟଙ୍କା ବ୍ୟୟ ବରାଦ ହୋଇଛି ଓଡ଼ିଶା ସେତିକି ଟଙ୍କା ବର୍ଷକୁ BSKYରେ ଖର୍ଚ୍ଚ କରୁଥିବା କହିଛନ୍ତି ଶଶୀ ବେହେରା । ଏହା ସହ ମନରେଗା ଯୋଜନାରେ ବି ଅର୍ଥ କାଟି ଦେଇଛନ୍ତି କେନ୍ଦ୍ର ସରକାର । ଏଥିରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଭଙ୍ଗୀ ପ୍ରମାଣିତ ହେଉଛି ବୋଲି କହିଛନ୍ତି ଓଡ଼ିଶାରେ ପ୍ରଚଳିତ ମିଲେଟ ମିଶନକୁ ଶ୍ରୀ ଅନ୍ନ ଯୋଜନା ଭାବେ ନିଆଯାଇଛି । ଯେଉଁମାନେ ସାଧାରଣ ବର୍ଗ ଲୋକେ ସେମାନଙ୍କର ରୋଜଗାରର ସ୍ଥିତି 75 ବର୍ଷରେ ବଢି ନଥିବା ବେଳେ ପ୍ରଧାନମନ୍ତ୍ରୀ ଅମୃତକାଳ କଥା କହୁଛନ୍ତି ଯାହା ଗ୍ରହଣୀୟ ନୁହେଁ। ନିମ୍ନ ବର୍ଗର ଜନସାଧାରଣଙ୍କ ସ୍ଥିତି, ଆର୍ଥିକ ଅବସ୍ଥା ନବଢ଼ିଲେ ଭାରତ ବଢି ପାରିବନାହିଁ । ବିଭିନ୍ନ ଯୋଜନାରେ ଅର୍ଥ କାଟ ହୋଇଛି । ଏହି ବଜେଟ ଦରଦାମ ବୃଦ୍ଧିକୁ ରୋକିପାରିବ ନାହିଁ ଏହି ବଜେଟ । ମଧ୍ୟମବର୍ଗ ଆୟକର ସଂକ୍ରାନ୍ତରେ କିଛି ସୂଚନା ଦେଖେଇ ସାରା ଦେଶର ଅର୍ଥନୀତିକୁ ଏକ ଭୁଲ ଧାରଣା ଦେଉଛନ୍ତି କେନ୍ଦ୍ର ସରକାର । ରେଳ ବଜେଟରେ ଓଡ଼ିଶା ବହୁ ଗୁଣା ରାଜସ୍ୱ ଦେଉଛି ହେଲେ ରେଳ ସଂଯୋଗୀକରଣ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ଦେଶରେ ପୁଞ୍ଜିପତି ବଡ଼ ହେବେ ଏବଂ ଗରିବ ଲୋକେ ଗରିବ ରହିବେ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details