ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଭୁବନେଶ୍ବର, କଟକ ଓ ପୁରୀରୁ କୋଲକାତାକୁ ମାଗଣା ବସ୍‌ ସେବା

By

Published : Jun 4, 2023, 1:32 PM IST

Updated : Jun 4, 2023, 4:30 PM IST

କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରେଳସେବା ସ୍ବାଭାବିକ ହେବା ପର୍ଯ୍ୟନ୍ତ ମାଗଣାରେ ବସ୍ ସେବା ମିଳିବ । ପୁରୀ, କଟକ ଓ ଭୁବନେଶ୍ବରରୁ କୋଲକାତାକୁ ମାଗଣା ବସ ସେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣା ଯୋଗୁଁ ରେଳସେବା ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର, କଟକ ଓ ପୁରୀରୁ କୋଲକାତାକୁ ମାଗଣାରେ ବସ୍ ଚାଳଚଳ କରିବ । ରେଳସେବା ସ୍ବାଭାବିକ ହେବା ପର୍ଯ୍ୟନ୍ତ ଏହି ବସ୍ ସେବା ଜାରି ରହିବ । ଏଥିପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବ ।

ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣା ଯୋଗୁଁ କୋଲକାତାକୁ ନିୟମିତ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ଫଳରେ ଲୋକମାନଙ୍କ ଯିବା ଆସିବା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଯାହାର ଫାଇଦା ଉଠାଉଛନ୍ତି ବହୁ ଅସାଧୁ ବସ୍ ମାଲିକ । ଯାତ୍ରୀଙ୍କ ଠାରୁ ବସ୍ ଭଡା ମନଇଚ୍ଛା ନେଉଛନ୍ତି । ଯେଉଁ କାରଣରୁ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଲୋକ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି । ପୁରୀ, ଭୁବନେଶ୍ୱର ଓ କଟକରୁ ଏହି ବସ ସେବା କୋଲକାତାକୁ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପ୍ରଥମେ ଏହି ବ୍ୟବସ୍ଥା ଆଗାମୀ ୪୮ ଘଣ୍ଟା ପାଇଁ ଜାରି ରହିବ । ବାଲେଶ୍ବର ରୁଟରେ ଟ୍ରେନ ଚଳାଚଳ ସ୍ବାଭାବିକ ନହେବା ପର୍ଯ୍ୟନ୍ତ ଏସବୁ ବ୍ୟବସ୍ଥା ବଳବତ୍ତର ରହିବ । ରାଜ୍ୟ ପରିବହନ ପ୍ରାଧିକରଣ ଦ୍ବାରା ଜାରି ଷ୍ଟେଜ କ୍ୟାରିଅର ପରମିଟ ଥିବା ସମସ୍ତ ବସ ଭୁବନେଶ୍ବର, ପୁରୀ ଏବଂ କଟକ ବସଷ୍ଟାଣ୍ଡରୁ କୋଲକାତା ପର୍ଯ୍ୟନ୍ତ ବସ ଚଲାଇପାରିବେ । ଏହି ସୁବିଧା OSRTC ବସରେ ମଧ୍ୟ ଉପଲବ୍ଧ ହେବ । ଯେଉଁ ଯାତ୍ରୀମାନେ ଟିକେଟ କିଣି ସାରିଛନ୍ତି, ସେମାନେ ଯାତ୍ରା ଆରମ୍ଭ ପୂର୍ବରୁ ବସଷ୍ଟାଣ୍ଡରେ ତାଙ୍କ ଟିକେଟ ବାବଦକୁ ଟଙ୍କା ଫେରସ୍ତ ପାଇପାରିବେ । ଯେକୌଣସି ସହାୟତା ପାଇଁ ଯାତ୍ରୀମାନେ ପ୍ରଦାନ କରାଯାଇଥିବା ବସ ଆସୋସିଏସନ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ । ଆବଶ୍ୟକ ହେଲେ ସେମାନେ ଭୁବନେଶ୍ବର, ପୁରୀ ଏବଂ କଟକର ଆରଟିଓଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବେ ।

ଏହାମଧ୍ୟ ପଢନ୍ତୁ : Balasore Train Accident: ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସେହିପରି ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ରେଳ ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିବେ ଓଡିଶା ସରକାର । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରଦାନ କରାଯିବ । ପ୍ରକାଶ ଥାଉ କି, ଗତ ଶୁକ୍ରବାର ରାତିରେ ବାଲେଶ୍ବର ବାହାନଗାରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 4, 2023, 4:30 PM IST

ABOUT THE AUTHOR

...view details