ଓଡିଶା

odisha

Post Budget Press meet: ବଡ ଶିଳ୍ପ ପ୍ରତିଷ୍ଠା ପାଇଁ ଆସନ୍ତା ବର୍ଷ ହେବ ଜମି ଅଧିଗ୍ରହଣ: ଶିଳ୍ପମନ୍ତ୍ରୀ

By

Published : Mar 21, 2023, 9:50 PM IST

ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଶିଳ୍ପାଞ୍ଚଳ ଗୁଡିକର ବିକାଶ ପାଇଁ ୧୦ ଜିଲ୍ଲାର ୨୫ ଶିଳ୍ପକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ଓ୍ବେ । ବୃହତ ଶିଳ୍ପ ସହ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ମଧ୍ୟ ରାଜ୍ୟ ସରକାର ଅଧିକ ଫୋକସ ଦେଉଛନ୍ତି । ବୃହତ ଶିଳ୍ପ ପାଇଁ ବିଶ୍ବସ୍ତରୀୟ ବ୍ୟବସ୍ଥା ହେଉଛି । ଫୋକସରେ ଦୀର୍ଘମିଆଦି ଭିତ୍ତିଭୂମି ନିର୍ମାଣ ରହିଛି । ଅଧିକ ପଢନ୍ତୁ

Post Budget Press meet
Post Budget Press meet

ଭୁବନେଶ୍ବର: ଶିଳ୍ପ କ୍ଷେତ୍ରରେ ଆସିବ ବ୍ୟାପକ ପରିବର୍ତ୍ତନ। ରାଜ୍ୟରେ ଶିଳ୍ପର ହେବ ବୃହତ ବିକାଶ। ଶିଳ୍ପ ବଜେଟ ବଢିବା ସହ ବଢିବ ଶିଳ୍ପ ପ୍ରତିଷ୍ଠା । ଶିଳ୍ପ ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ଫୋକସରେ ରହିଛି । ନୂଆ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ନିର୍ମାଣ କରିବା ସହ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଚଳିତ ବଜେଟରେ ଏଥିପାଇଁ ୭୧୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ୨୦୨୪ ରେ ୬ଟି ଜିଲ୍ଲାରେ ନୂଆ ଶିଳ୍ପ ପ୍ରତିଷ୍ଟା ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବ। ଆଜି ପୋଷ୍ଟ ବଜେଟ ପ୍ରେସମିଟ କରି ଏହା କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ।

ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଶିଳ୍ପାଞ୍ଚଳ ଗୁଡିକର ବିକାଶ ପାଇଁ ୧୦ ଜିଲ୍ଲାର ୨୫ ଶିଳ୍ପକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ଓ୍ବେ । ବୃହତ ଶିଳ୍ପ ସହ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ମଧ୍ୟ ରାଜ୍ୟ ସରକାର ଅଧିକ ଫୋକସ ଦେଉଛନ୍ତି । ବୃହତ ଶିଳ୍ପ ପାଇଁ ବିଶ୍ବସ୍ତରୀୟ ବ୍ୟବସ୍ଥା ହେଉଛି । ଫୋକସରେ ଦୀର୍ଘମିଆଦି ଭିତ୍ତିଭୂମି ନିର୍ମାଣ ରହିଛି । ନିବେଶକଙ୍କ ସୁଯୋଗ ସୁଗମ ପାଇଁ ଅନଲାଇନ କ୍ଳିୟରାନ୍ସ । ୧୦ ଜିଲ୍ଲାର ୨୫ ଶିଳ୍ପକୁ ଯୋଡିବ ବିଜୁ ଏକ୍ସପ୍ରେସଓ୍ବେ । ବଡ ଶିଳ୍ପ ପ୍ରତିଷ୍ଠା ପାଇଁ ଆସନ୍ତା ବର୍ଷ ୬ ଜିଲ୍ଲାରେ ଆରମ୍ଭ ହେବ ଜମି ଅଧିଗ୍ରହଣ । ବଜେଟରେ ୭୧୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ନିର୍ମାଣ ହେବ ୬ଟି ନୂଆ ଇଣ୍ଡଷ୍ଟ୍ରିଆଲ ପାର୍କ । ୨୫ ହଜାର ଶ୍ରମିକଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ବ୍ୟୟବରାଦ । ଶିଳ୍ପ ବିଭାଗର ବଜେଟ ସମୀକ୍ଷାରେ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ।

ଏହାବି ପଢନ୍ତୁ- CM Naveen Statement: ଓଡିଶା ଶାନ୍ତିପ୍ରିୟ ରାଜ୍ୟ, ଆଇନଶୃଙ୍ଖଳା ଠିକ ଅଛି: ମୁଖ୍ୟମନ୍ତ୍ରୀ

ପୁଞ୍ଜିନିବେଶ ସହ ରାଜ୍ୟରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅହରହ ଉଦ୍ୟମ ସହ ଭିତ୍ତିଭୂମି ନିର୍ମାଣକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଆଗାମୀ ବର୍ଷ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ରପଡା, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ରାୟଗଡା ଏବଂ କଳାହାଣ୍ଡିରେ ଜମି ଅଧିଗ୍ରହଣ ଆରମ୍ଭ ହେବ । ସେହିପରି ଡେରାସରେ ସିଫୁଡ, ପାରାଦୀପରେ ପ୍ଳାଷ୍ଟିକ ପାର୍କ, ଅନୁଗୁଳରେ ଆଲୁମିନିୟମ ପାର୍କ, ଖୋର୍ଦ୍ଧାରେ ଇଲେକ୍ଟ୍ରୋନିକ ପାର୍କ ଏବଂ ଭଦ୍ରକରେ ଟେକ୍ନିକାଲ ଟେକ୍ସଟାଇଲ ପାର୍କ ନିର୍ମାଣ କରିବା ପାଇଁ ବ୍ୟୟଅଟକଳ କରାଯାଇଛି ।

ମେକଇନ ଓଡ଼ିଶା କନକ୍ଳେଭରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାକୁ ଥିବା ବେଳେ ୭୪୧ଟି ଶିଳ୍ପ ପ୍ରତିଷ୍ଠା ହେବ । ବର୍ତ୍ତମାନ ସୁଦ୍ଧା ୧୪୩ଟି ଶିଳ୍ପ ସଂସ୍ଥା ଜମି ପାଇଁ ଆବେଦନ କରିଥିବା ବେଳେ ୩୧ଟି ଶିଳ୍ପକୁ ଜମି ପ୍ରଦାନ କରାଯାଇଛି । ବୃହତ ଶିଳ୍ପ ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଅଧିକ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ୫୭୦ କୋଟି ଟଙ୍କାର ବଜେଟ କରାଯାଇଛି । ଉଦ୍ୟୋଗୀମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଶିଳ୍ପ ନୀତିରେ ବିଭିନ୍ନ ପ୍ରକାର ଆର୍ଥିକ ରିହାତି ପ୍ରଦାନ କରାଯାଉଛି । ବିଶେଷ କରି ସିଫୁଡ ପ୍ରକ୍ରିୟାକରଣ, ଷ୍ଟାଟଅପ ପଲିସି ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଉଛି । ବିଭିନ୍ନ ସହରରେ କ୍ଷୁଦ୍ର ଶିଳ୍ପଗୁଡିକ ପାଇଁ ଖୋର୍ଦ୍ଧା, ଅନୁଗୁଳ, ସମ୍ବଲପୁର, ଯାଜପୁର, ପାରାଦୀପ, ବାଲେଶ୍ବର, ବ୍ରହ୍ମପୁର ଓ ବଡବିଲରେ ୮ଟି ନୂଆ ଇଡକୋ ଟାଓ୍ୱାର ନିର୍ମାଣ କରାଯିବ। ଅନ୍ୟ ୩ଟି ସ୍ଥାନରେ ବାଣିଜ୍ୟିକ କ୍ଷେତ୍ର ନିର୍ମାଣ ପାଇଁ ଭିତ୍ତିଭୂମି ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଏମଏସଏମଇ ବିଭାଗ ସରକାରଙ୍କର ମୁଖ୍ୟ ବିଭାଗ ହେବ ବୋଲି ସଚିବ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details