ଓଡିଶା

odisha

ହୀରାକୁଦରେ ହେବ ଆକ୍ବା କଲଚର ଫାର୍ମ, ଖର୍ଚ୍ଚ ହେବ 100 କୋଟି

By ETV Bharat Odisha Team

Published : Oct 12, 2023, 7:47 PM IST

ହୀରାକୁଦ ଜଳଭଣ୍ଡାରରେ ଆକ୍ବା କଲଚର ଫାର୍ମ ନିର୍ମାଣ ହେବ । ଉତ୍ପାଦନ ସ୍ଥାନ, ପ୍ରକ୍ରିୟାକରଣ, ସାଧାରଣ ଭିତ୍ତିଭୂମି ଆଦି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଅଧିକ ପଢନ୍ତୁ

odisha govt to set up aqua culture farm
ହୀରାକୁଦରେ ହେବ ଆକ୍ବା କଲଚର ଫାର୍ମ

ଭୁବନେଶ୍ବର:ହୀରାକୁଦ ଜଳଭଣ୍ଡାରରେ ଆକ୍ବା କଲଚର ଫାର୍ମ ନିର୍ମାଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଫାର୍ମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ପ୍ରାୟ 100 କୋଟି ଟଙ୍କା । ମଧୁର ଜଳ ମାଛ ଚାଷକୁ ସମର୍ଥନ କରି ରାଜ୍ୟ ସରକାର ଅନେକ ପ୍ରକାର ଯୋଜନା ହାତକୁ ନେଇଛନ୍ତି । ଯେଉଁଥିପାଇଁ ରାଜ୍ୟର ମତ୍ସ୍ୟଚାଷୀଙ୍କୁ ମିଳିଛି ସଫଳତା । ଆକ୍ବା କଲଚର ଫାର୍ମ ନିର୍ମାଣ ସହ ସେଠାରେ ମାଛ ଉତ୍ପାଦନ ସ୍ଥାନ, ପ୍ରକ୍ରିୟାକରଣ, ସାଧାରଣ ଭିତ୍ତିଭୂମି, ଆଦି ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ।

ଦେଶରେ ମତ୍ସ୍ୟ ଉତ୍ପାଦନରେ ଚତୁର୍ଥ ବୃହତ୍ତମ ରାଜ୍ୟ ହେଉଛି ଓଡିଶା । ମାଛ ଜାଆଁଳ ଉତ୍ପାଦନରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛି । ବାର୍ଷିକ 31.50 ପ୍ରତିଶତ ହାରରେ ମତ୍ସ୍ୟ ଉତ୍ପାଦନରେ ରାଜ୍ୟରେ ଅଭିବୃଦ୍ଧି ଦେଖିବାକୁ ମିଳିଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକରେ ମତ୍ସ୍ୟ ଉତ୍ପାଦନ ଓ ଆନୁସଙ୍ଗିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଏହି ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଉପସ୍ଥିତ ଥିଲେ ।

ଅସିତ କହିଛନ୍ତି ଯେ, ଦେଶରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ଓଡିଶା ସପ୍ତମ ବୃହତ୍ତମ ରାଜ୍ୟ ହୋଇଛି । ମାଛ ରପ୍ତାନୀ କରିବାରେ ମଧ୍ୟ ଓଡିଶା ଆଗୁଆ ରହିଛି । ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ, ବିକ୍ରୟ ଓ ବିତରଣରେ ଆଖି ଦୃଶିଆ ଅଭିବୃଦ୍ଧି ହୋଇପାରିଛି । ଏହି କ୍ଷେତ୍ରରେ ରାଜ୍ୟ ସରକାର 100 କୋଟିର ବ୍ୟୟ ବରାଦରେ ହୀରାକୁଦ ଜଳଭଣ୍ଡାରରେ ଆକ୍ବା କଲଚର ଫାର୍ମ ନିର୍ମାଣ କରିବାକୁ ଯାଉଥିବା ନେଇ ବୈଠକରେ ଆଲୋଚନା କରାଯାଇଛି । ମଧୁର ଜଳ ମାଛ ଚାଷକୁ ସମର୍ଥନ କରି ରାଜ୍ୟ ସରକାର ଅନେକ ପ୍ରକାର ଯୋଜନା ହାତକୁ ନେଇଛନ୍ତି ।

ଏହା ବି ପଢନ୍ତୁ...ସମୁଦ୍ରରେ ପଞ୍ଜୁରୀ ମତ୍ସ୍ୟଚାଷ, ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ଆରମ୍ଭ


ଏହାସହ 'ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା' ମାଧ୍ୟମରେ ବିଭିନ୍ନ ଜଳାଶୟକୁ ମାଛ ଚାଷ ପାଇଁ ପ୍ରସ୍ତୁତ କରିବା, ଜାଆଁଳ ଉତ୍ପାଦନକୁ ବୃଦ୍ଧି କରିବା, ମାଛ ଚାଷୀମାନଙ୍କୁ ରିହାତି ଦେବା ଏବଂ ଚାଷୀମାନଙ୍କୁ ମାଛ ଖାଦ୍ୟ ଯୋଗାଇ ଦେବାରେ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଫଳରେ ରାଜ୍ୟରେ ମାଛ ଉତ୍ପାଦନ 7 ଲକ୍ଷ 62 ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଆଗକୁ ଉପକୂଳ ଓଡିଶାରେ ଲୁଣି ଜଳରେ ମାଛ ଚାଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଉପକୂଳ ଓଡିଶାର ମତ୍ସ୍ୟଜୀବୀଙ୍କୁ ଟ୍ରଲର, ମାଛ ଧରିବା ଜାଲ, ଜେଟି, ମାଛ ବଜାର ସୃଷ୍ଟି କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details