ଓଡିଶା

odisha

ସରକାର ଗଠନ ପାଇଁ କଂଗ୍ରେସ ଲଢେଇ କରିବ: ପିସିସି ସଭାପତି

By ETV Bharat Odisha Team

Published : Dec 2, 2023, 7:55 PM IST

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ଆଗକୁ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ରାଜ୍ୟ ସରକାରଙ୍କ ବିଫଳତା, ଦୂର୍ନୀତି, ଭ୍ରଷ୍ଟାଚାର ଭଳି ପ୍ରସଙ୍ଗ ଲୋକଙ୍କ ପାଖରେ ରଖିବ । ରାଜ୍ୟ ସରକାର କିଭଳି ଲୋକଙ୍କୁ ଲୁଟ କରୁଛି ତାହା ବୁଝାଣଇବ । ଅଧିକ ପଢନ୍ତୁ

ସରକାର ଗଠନ ପାଇଁ କଂଗ୍ରେସ ଲଢେଇ କରିବ: ପିସିସି
ସରକାର ଗଠନ ପାଇଁ କଂଗ୍ରେସ ଲଢେଇ କରିବ: ପିସିସି

ସରକାର ଗଠନ ପାଇଁ କଂଗ୍ରେସ ଲଢେଇ କରିବ: ପିସିସି

ଭୁବନେଶ୍ବର: ଲଢେଇ ପୂର୍ବରୁ ବଳ କଷିଲା ରାଜ୍ୟ କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୋଧରେ ପ୍ରସ୍ତୁତ ହେଲା ରଣନୀତି । ବନବାସରୁ ଫେରିବାକୁ ପୁରା ପ୍ରସ୍ତୁତ କଂଗ୍ରେସ। ଏକତ୍ରିତ ହୋଇ ଲଢିବ କଂଗ୍ରେସ । ସଫଳ ହେବ 9 ରୁ 90 ମିଶନ । ଯୋଜନାବଦ୍ଧ ଭାବେ ଲଢିବ ହାତଦଳ । ଆଜି ଦଳୀୟ କାର୍ଯ୍ୟାଳୟରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ଆଗକୁ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ରାଜ୍ୟ ସରକାରଙ୍କ ବିଫଳତା, ଦୂର୍ନୀତି, ଭ୍ରଷ୍ଟାଚାର ଭଳି ପ୍ରସଙ୍ଗ ଲୋକଙ୍କ ପାଖରେ ରଖିବ । ରାଜ୍ୟ ସରକାର କିଭଳି ଲୋକଙ୍କୁ ଲୁଟ କରୁଛି ତାହା ବୁଝାଣଇବ । କଂଗ୍ରେସ ସରକାର ସମୟରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ଲୋକଙ୍କୁ ବୁଝାଇବ । ଆଗାମୀ ଦିନରେ କଂଗ୍ରେସ ସରକାର ଆସିଲେ ରାଜ୍ୟର କଣ ବିକାଶ ହେବ ତାହା କହିବ ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଲାଣି ସେମାନେ ନବୀନ ପଟ୍ଟନାୟକଙ୍କ କଥାରେ ଭୋଟ ଦେବେ ନା ପାଣ୍ଡିଆନଙ୍କ କଥାରେ ଭୋଟ ଦେବେ ? ଆଗରୁ ନବୀନ ବାବୁଙ୍କ ନେତୃତ୍ବରେ ବିଜେଡି ଆଗକୁ ବଢୁଥିଲା ଏବଂ ନିର୍ବାଚନ ଲଢୁଥିଲା | କିନ୍ତୁ ଏବେ ନିଷ୍ପତ୍ତି ନେବାକୁ ଦ୍ବିତୀୟ ଲୋକ ଆସିଗଲେଣି ବୋଲି ଆଲୋଚନା ହେଉଛି । ଏହାଶହ ଅନ୍ୟ ପ୍ରସଙ୍ଗ ହେଉଛି ଯଦି ନବୀନ ବାବୁଙ୍କ ଛଡା ଆଉ କିଏ ରାଜ୍ୟରେ ନେତୃତ୍ବ ନିଏ ତେବେ ଓଡିଶାବାସୀଙ୍କ ତାଙ୍କ ପ୍ରତି ଆସ୍ଥା ରଖିବେ କି ନାହିଁ ? କାହା ନେତୃତ୍ବରେ ବିଜେଡି ନିର୍ବାଚନକୁ ଓହ୍ଲାଇବ ।

ଅଧିକ ପଢନ୍ତୁ- 5 ରାଜ୍ୟରେ ନିର୍ବାଚନ ଜିତିବା ନେଇ କଂଗ୍ରେସର ଦମ୍ଭୋକ୍ତି, ଶରତ କହିଲେ ଓଡ଼ିଶାରେ ପଡିବ ବଡ଼ ପ୍ରଭାବ

ସେହିପରି ଶରତ ପଟ୍ଟନାୟକ କହିଛନ୍ତି 2024 ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରସ୍ତୁତ ଅଛି । ନିର୍ବାଚନ କମିଟି ଖୁବଶୀଘ୍ର ଗଠନ କରାଯିବ। ଜିଲ୍ଲା ସଭାପତି ଦେଇଛଥିବା ପ୍ରାର୍ଥୀ ତାଳିକା ନେଇ ଆଲୋଚାନ ହେବ । ଅଧିକ ଯୁବକ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ । ଯାହାର ଜିତିବାର ସମ୍ଭାବନା ଥିବା ତାକୁ ଦିଆଯିବ ଗୁରୁତ୍ଵ। ଯେଉଁ ମହିଳା ସାମାଜିକ ସେବା, ଆଇଟି, ଉଦ୍ୟୋଗୀ ହୋଇଥିବେ ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକେଟ ମିଳିବ । ଖୁବଶୀଘ୍ର ନିର୍ବାଚନ କମିଟି ବୈଠକରେ ଚୂଡାନ୍ତ ପ୍ରାର୍ଥୀ ନେଇ ଆଲୋଚନା ହେବ।

ସେହିଭଳି ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଆଗାମୀ ଦିନରେ କିଭଳି କଂଗ୍ରେସ ଶାସନ କ୍ଷମତା କୁ ଆସିବ ସେ ନେଇ ମାନସ ମନ୍ଥନ ହେଲା । କଂଗ୍ରେସ ସଂଗଠନ କୁ ସୁଦୃଢ଼ କରି ଜନସାଧାରଣଙ୍କ ସମର୍ଥନ ହାସଲ କରିବ ସେ ନେଇ ଆଲୋଚନା ହୋଇଛି। ପ୍ରାୟ ସ୍ଥାନରେ ବିଧାୟକ ପ୍ରାର୍ଥୀ ମାନଙ୍କୁ ଗ୍ରୀନ ସିଗ୍ନାଲ ଦିଆ ସରିଛି। ସେମାନେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଗକୁ କଂଗ୍ରେସ ଭଲ ପ୍ରଦର୍ଶନ କରିବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details