ଓଡିଶା

odisha

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଲୁକ; ସ୍ପୋର୍ଟସ ଜର୍ସିରେ ଭାଇରାଲ ହେଲା ନବୀନଙ୍କ ଫଟୋ

By

Published : Jan 25, 2023, 8:01 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସବୁଜ ରଙ୍ଗର ଜର୍ସି ଓ ଧଳା ରଙ୍ଗର ପାଇଜାମା ପିନ୍ଧିଥିବାର ନୂଆ ଲୁକରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

odisha chief minister naveen patnaik
odisha chief minister naveen patnaik

ଭୁବନେଶ୍ବର: ନୂଆ ଲୁକରେ ଆଜି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଏକ ସବୁଜ ରଙ୍ଗର ଜର୍ସି ଓ ଧଳା ରଙ୍ଗର ପାଇଜାମା ପିନ୍ଧିଥିବାର ଦେଖିବାକୁ ମିଳିଛି । ତେବେ ନବୀନ ନିବାସରେ ପ୍ରାତଃ ଭ୍ରମଣ କରୁଥିବା ନଜର ଆସିଛନ୍ତି ନବୀନ। ଏନେଇ ସ୍ପୋର୍ଟସ ଜର୍ସିରେ ନବୀନଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଜର୍ସିର ଛାତିରେ ଇଂରାଜୀରେ ଲେଖାଯାଇଛି ‘ଓଡିଶା ଅନ ଦି ମୁଭ୍ '। ଜର୍ସି ପଛରେ ଲେଖା ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । 1997ରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ସବୁବେଳେ ସାଧାସିଧା ବେଶଭୁଷାରେ ଦେଖିବାକୁ ମିଳନ୍ତି । ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟକ୍ରମରେ ସର୍ବଦା ଧଳା କୁର୍ତ୍ତା ଓ ପଞ୍ଜାବୀ ପିନ୍ଧନ୍ତି ମୁଖ୍ୟମନ୍ତ୍ରୀ । ତା ସାଙ୍ଗକୁ ସାଧାରଣ ଚପଲରେ ସେ ଦେଖିବାକୁ ମିଳନ୍ତି । ଏଥିସହ ଶୀତ ଦିନେ ନବୀନ କେବଳ ମଠା ସାଲ ପିନ୍ଧୁଥିବାର ଦେଖିବାକୁ ମିଳନ୍ତି ।

2019 ସାଧାରଣ ନିର୍ବାଚନ ପୂର୍ବରୁ ନବୀନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବା ଅନେକ ଗୁଜବ ଉଡିଥିଲା । ସେତେବେଳେ ନବୀନ ବ୍ଲାକ ଟ୍ରାକ ଓ ଟିସାର୍ଟରେ ନଜର ଆସିଥିଲେ । ଏହି ଗେଟଅପରେ ବ୍ୟାୟାମ କରୁଥିବା ଫଟୋ ଓ ଭିଡିଓ ବେଶ ଭାଇରାଲ ହୋଇଥିଲା । ହେଲେ ବର୍ତ୍ତମାନ ହକି ବିଶ୍ବକପ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ପୋର୍ଟି ଲୁକ୍ସ ଲୋକଙ୍କୁ ବେଶ ପସନ୍ଦ ଆସୁଛି। ଅନ୍ୟପଟେ ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର। ଏହି ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details