ଓଡିଶା

odisha

କେନ୍ଦ୍ରୀୟ ବଜେଟ ଓଡିଶା ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ: ବିଜେପି ସଭାପତି

By

Published : Feb 3, 2023, 3:32 AM IST

ଏକ ପ୍ରେସମିଟ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ବଜେଟରେ ଗରିବ, କିଷାନ, ଆଦିବାସୀ, ଦଳିତ ଏବଂ ପଛୁଆବର୍ଗଙ୍କୁ ପାଇଁ ସଶକ୍ତ କରିବ। ପୁରା ଦେଶବାସୀଙ୍କ ପାଇଁ ସମର୍ପିତ ଏହି ବଜେଟ । ଅଧିକ ପଢନ୍ତୁ

କେନ୍ଦ୍ରୀୟ ବଜେଟ ଓଡିଶା ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ: ବିଜେପି ସଭାପତି
କେନ୍ଦ୍ରୀୟ ବଜେଟ ଓଡିଶା ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ: ବିଜେପି ସଭାପତି

କେନ୍ଦ୍ରୀୟ ବଜେଟ ଓଡିଶା ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ: ବିଜେପି ସଭାପତି

ଭୁବନେଶ୍ବର: କେନ୍ଦ୍ରୀୟ ବଜେଟ ହେଉଛି ଐତିହାସିକ ବଜେଟ । ଏହି ବଜେଟରେ ଗରିବ, କିଷାନ, ଆଦିବାସୀ, ଦଳିତ ଏବଂ ପଛୁଆବର୍ଗଙ୍କୁ ପାଇଁ ସଶକ୍ତ କରିବ । ପୁରା ଦେଶବାସୀଙ୍କ ପାଇଁ ସମର୍ପିତ ଏହି ବଜେଟ । ଏହି ବଜେଟ ସାତଟି ପିଲାର ଉପରେ ପର୍ଯ୍ୟବେସିତ ହୋଇଛି । ସେଥିପାଇଁ ଆମେ ଏହାକୁ ସପ୍ତର୍ଷୀ ବଜେଟ ବୋଲି କହୁଛୁ । ବଜେଟ ଓଡିଶା ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି । ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ରୀୟ ବଜେଟକୁ ନେଇ ଏଭଳି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି ସମୀର ମହାନ୍ତି କହିଛନ୍ତି ‘‘ବଜେଟରେ ଗରିବ, କିଷାନ, ଆଦିବାସୀ, ଦଳିତ ଏବଂ ପଛୁଆବର୍ଗଙ୍କୁ ପାଇଁ ସଶକ୍ତ କରିବ। ପୁରା ଦେଶବାସୀଙ୍କ ପାଇଁ ସମର୍ପିତ ଏହି ବଜେଟ। ଏହି ବଜେଟ ସାତଟି ପିଲାର ଉପରେ ପର୍ଯ୍ୟବେସିତ ହୋଇଛି । ସେଥିପାଇଁ ଆମେ ଏହାକୁ ସପ୍ତର୍ଷି ବଜେଟ ବୋଲି କହୁଛୁ । ବଜେଟ ଓଡିଶା ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି । ଯାହାଦ୍ୱାରା ଓଡ଼ିଶା ବେଶ ଲାଭବାନ ହୋଇ ପାରିବ । ଓଡ଼ିଶାର ଆଦିମ ଅଧ୍ଯୁଷିତ ଅଞ୍ଚଳର ବିକାଶ ବି ହୋଇ ପାରିବ ।’’

ପ୍ରେସମିଟରେ ସମୀର କହିଛନ୍ତି, "ଦୁଃଖର କଥା ହେଉଛି ବଜେଟରେ ବ୍ୟୟ ବରାଦ ଅର୍ଥକୁ ନେଇ ରାଜ୍ୟରେ ଖର୍ଚ୍ଚର ସଠିକ ବ୍ୟବସ୍ଥା ହୋଇ ପାରୁନାହିଁ । ରାଜ୍ୟ ସରକାର ନିକଟରେ ଦାବି କରୁଛୁ ଏହି ବଜେଟର ସଦ ବ୍ୟବହାର କରି ଓଡିଆ ଯୁବକଙ୍କୁ ସମୃଦ୍ଧ କରନ୍ତୁ । ସେହିପରି ଆୟୁଷ୍ମାନ ଭାରତ ଯୋଜନା ନେଇ ବିଜେଡି କରିଥିବା ଅଭିଯୋଗର ଜବାବ ଦେଇଛନ୍ତି ସମୀର । କହିଛନ୍ତି ନିର୍ବାଚନ ବର୍ଷ ଥିବାରୁ ମୁଖ୍ୟମନ୍ତ୍ରୀ ଗତକାଲି ବାଧ୍ୟ ବାଧକତାରେ କିଛି ବିଷୟକୁ ସାମ୍ନାକୁ ଆଣିଛନ୍ତି । ବିଜୁ ସ୍ୱାସ୍ଥ୍ୟକାର୍ଡ଼କୁ ନେଇ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ରାଜନୈତିକ ବୟାନବାଜି । ତାଙ୍କ ମୁହଁରୁ ଏହା ଶୋଭା ପାଏନି । କାରଣ ବିଭିନ୍ନ ସମୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେଉଁ ରୋଗୀ କେତେ ଟଙ୍କା କେତେ ଥର ଚିକିତ୍ସା ଯୋଗାଇ ଦିଆଯାଇଛି ତାହାର ତଥ୍ୟକୁ ସାର୍ବଜନୀନ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details