ଓଡିଶା

odisha

ଉଈ ଭଳି ଓଡିଶାକୁ ଖାଇ ଖୋଳ କରି ସାରିଲାଣି ବିଜେଡ଼ି: ଲେଖାଶ୍ରୀ

By

Published : Jun 18, 2023, 5:44 PM IST

ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଯାଜପୁର ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ଗିରଫକୁ ନିନ୍ଦା କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର: ଯାଜପୁର ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ଗିରଫ ନିନ୍ଦା କରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରିଛନ୍ତି । "ଶାସକ ଦଳର 23 ବର୍ଷ ଶାସନ ପୁରିଗଲା ହେଲେ ରାଜ୍ୟରେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବିଗିଡିବାରେ ଲାଗିଛି। 23 ବର୍ଷ ଭିତରେ ବିଜେଡି ଓଡିଶାକୁ ଉଇ ଭଳି ଭିତରୁ ଖାଇ ନଷ୍ଟ କରି ସାରିଲେଣି ।" ଏହା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଏହାସହ ସେ କହିଛନ୍ତି, "ରାଜ୍ୟରେ ଦୁର୍ନୀତି ଲୁଚାଇବା ପାଇଁ ବିଜୁ ଜନତା ଦଳ ଆକ୍ରୋଶର ରାଜନୀତି କରୁଛି । ଯିଏ ବିଜେଡିର କ୍ଷମତାକୁ ଚ୍ୟାଲେଞ୍ଜ କଲା ତାକୁ ଆକ୍ରମଣ କରାଯାଉଛି । ଏପରି ଏକ ଘଟଣା ଘଟିଛି ଯାଜପୁରରେ ଘଟିଥିବା ଜଣାପଡିଛି ।" ବିଜେପି କର୍ମୀ ତଥା ଯାଜପୁର ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ଗିରଫ ନିନ୍ଦା କରି ଏମିତି ଅଭିଯୋଗ କରିଛି ବିଜେପି। କ୍ଷମତାକୁ ଆକ୍ରମଣ କରିବାରୁ ତାଙ୍କୁ ମିଛ ମାମଲାରେ ଗିରଫ କରାଯାଥିବା ପ୍ରେସମିଟରେ କୁହାଯାଇଛି।

ଏହାସହ ସର୍ବେଶ୍ବରଙ୍କ ଗିରଫ ପ୍ରସଙ୍ଗରେ ଲେଖାଶ୍ରୀ କହିଛନ୍ତି, "ଯାଜପୁର ଜିଲ୍ଲାରେ ଖଣି ଲୁଟକୁ ସାମ୍ନାକୁ ଆଣିଥିଲେ ସର୍ବେଶ୍ଵର । ଡଙ୍କାରୀ ଏବଂ ବିଛାଖଣ୍ଡି ବେଆଇନ ଖଣି ଲୁଟ ବନ୍ଦ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସର୍ବେଶ୍ଵର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କର ବେଆଇନ ଇଟା ଭାଟିକୁ ବି ବିରୋଧ କରିଥିଲେ ସର୍ବେଶ୍ଵର । ତେଣୁ ବିଭିନ୍ନ ସମୟରେ ତାଙ୍କ ବିରୋଧରେ ମିଛ ମାମଲା କରିଛି ପ୍ରଶାସନ ।"

"ପୂର୍ବରୁ 2021ରେ ବି ତାଙ୍କ ଉପରେ ବୋମାମାଡ଼ ହୋଇଥିଲା । ଉଈ ଭଳି ଓଡ଼ିଶାକୁ ଖାଇ ଖୋଳ କରି ସାରିଲାଣି ବିଜେଡି । ଏସବୁକୁ ଚାପିବାକୁ ଏବେ ଏମିତି ରାଜନୀତି କରୁଛି ଶାସକ ଦଳ । ସେହିପରି ଯାଜପୁରରେ ଖଣି ଖାଦାନ ବେଆଇନ ଖନନକୁ ଲୋକାୟୁକ୍ତ ପ୍ରତିବନ୍ଧକ ଲଗାଇଥିବାବେଳେ ଭିଜିଲାନ୍ସକୁ ଦାୟିତ୍ଵ ଦିଆଯାଇଥିଲା ଏହି ଦୁଇଟି ଖନନ ମାମଲାର ତଦନ୍ତ ପାଇଁ । କିନ୍ତୁ ସେଠାରେ ବେଆଇନ ଭାବେ ଖନନ ଚାଲିଥିବାବେଳେ ବିରୋଧ କଲେ ତାଙ୍କ ନାଁରେ ମିଥ୍ଯା କେସ୍ ଲଗାଇ ଥାନାରେ ଗିରଫ କରାଯାଉଛି" ବୋଲି ପ୍ରେସ୍‌ମିଟରେ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି ଲେଖାଶ୍ରୀ । ସେହିପରି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ମଧ୍ୟ ପରୋକ୍ଷରେ ବିଜେଡିର କେତେକ ନିର୍ଦ୍ଦିଷ୍ଟ ନେତାଙ୍କୁ ଟାର୍ଗେଟ କରିଛି ବିଜେପି ।

"ହିଂସାର କୌଣସି ଅନ୍ତ ନାହିଁ । ଏଭଳି ହିଂସାର ରାଜନୀତି ରାଜ୍ୟ ପାଇଁ ମଙ୍ଗଳ ନୁହେଁ। ସର୍ବେଶ୍ଵରଙ୍କ ନାଁରୁ ମିଛ ମାମଲା ପ୍ରତ୍ୟାହାର କରି ବିନା ଦୋଷରେ ଖଲାସ କରାଯାଉ । ନହେଲେ ଶାସକ ଦଳର ଦୁର୍ନୀତିଗ୍ରସ୍ତ ନେତାଙ୍କୁ ବିଜେପି ଘରୁ ବାହାର କରେଇ ଦେବ ନାହିଁ ।" ଏହା କହିବା ସହ ଅସହିଷ୍ଣୁ ରାଜନୀତି ତଥା ହିଂସା ରାଜନୀତିରୁ ଅବ୍ୟାହତ ରହିବାକୁ ପ୍ରେସମିଟ ଜରିଆରେ ଚେତାବନୀ ଦେଇଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details