ଓଡିଶା

odisha

Odisha Assembly News: ଅଟଳ ବିରୋଧୀ, ଅଚଳ ବିଧାନସଭା

By

Published : Mar 10, 2023, 7:46 PM IST

ବିଧାନସଭା ଦ୍ବାଦଶତମ ଅଧିବେଶନ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଆଜି ଆରମ୍ଭ ହେବାର କିଛି ସମୟ ପରେ ପ୍ରଥମ ମୁଲତବୀ ପୂର୍ବାହ୍ନ 11.30 ପର୍ଯ୍ୟନ୍ତ ହୋଇଥିଲା ବିଧାନସଭା । 11.30 ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସ୍ବାଭାବିକ ନହେବାରୁ ପୁଣି ଥରେ ବାଚସ୍ପତି ସିଧା ଅପରାହ୍ନ 4 ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ରଖିଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଧୋଇଗଲା ବିଧାନସଭା। ଆଜି ପ୍ରଶ୍ନକାଳ ଶୁନ୍ୟକାଳ ସମେତ ପୁରା ଅଚଳ ହୋଇଗଲା ଗୃହ । ବିରୋଧୀଙ୍କ ହଟ୍ଟଗୋଳ, ବାଚସ୍ପତିଙ୍କ ତୁହାକୁ ତୁହା ମୁଲତବୀରେ ଶେଷ ହୋଇଗଲା ଷଡୋଶ ବିଧାନସଭା ଦ୍ବାଦଶତମ ଅଧିବେଶନ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନ । ଗୃହ କାର୍ଯ୍ୟ ସ୍ବାଭାବିକ ନହେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାକୁ ଆସନ୍ତା ସୋମବାର ପୂର୍ବାହ୍ନ 10.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ବିଧାନସଭା ଦ୍ବାଦଶତମ ଅଧିବେଶନ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଆଜି ଆରମ୍ଭ ହେବାର କିଛି ସମୟ ପରେ ପ୍ରଥମ ମୁଲତବୀ ପୂର୍ବାହ୍ନ 11.30 ପର୍ଯ୍ୟନ୍ତ ହୋଇଥିଲା ବିଧାନସଭା । 11.30 ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସ୍ବାଭାବିକ ନହେବାରୁ ପୁଣି ଥରେ ବାଚସ୍ପତି ସିଧା ଅପରାହ୍ନ 4 ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ରଖିଥିଲେ । ଅପରାହ୍ନ 4 ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ପ୍ରଥମେ 20 ମିନିଟ ଗୃହକୁ ମୁଲତବୀ ରଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ପୁଣି 15 ମିନିଟ ପାଇଁ ଗୃହକୁ ମୁଲତବୀ ରଖିଥିଲେ ଉପବାଚସ୍ପତି । ପରେ 5 ମିନିଟ ପୁଣି ଥରେ 10 ମିନିଟ ପାଇଁ ବିଧାନସଭା ମୁଲତବୀ ରହିଥିଲା । ଏହା ପରେ ହଟ୍ଟଗୋଳ ମଧ୍ୟରେ ବିଧାନସଭା କିଛି ସମୟ ଚାଲଥିଲା । ଏହାରି ମଧ୍ୟରେ ବିଭିନ୍ନ କମିଟିର ରିପୋର୍ଟ ଉପସ୍ଥାପନ କରିଥିଲେ ସରକାର। ସେପଟେ ବିରୋଧୀ ନବ ଦାସ ଘଟଣାରେ ସିବିଆଇ ତଦନ୍ତ ଦାବିରେ ଜିଦ ଧରିଥିଲେ ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଥିଲେ। ପରେ ବାଚସ୍ପତି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଏହାବି ପଢନ୍ତୁ- Odisha Assembly: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ବିରୋଧୀ, ବିଜେଡି ଦେଲା ଜବାବ

ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ହେଲେ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳରେ କମ୍ପିଲା ବିଧାନସଭା । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ଓ ଆଇନ ଶୃଙ୍ଖଳା ନେଇ ହୋହଲ୍ଲା କରିଥିଲେ ଉଭୟ ବିରୋଧି ବିଜେପି ଓ କଂଗ୍ରେସ । ମନ୍ତ୍ରୀଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା ଓ ଅନ୍ୟ ବିଧାୟକମାନେ ହଙ୍ଗାମା କରିଥିଲେ ।

ଏହି ହଟ୍ଟଗୋଳରେ ସାମିଲ ହୋଇଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଜେପି ବିଧାୟକ ମାନେ । ଗୋଟିଏ ପଟେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଉତ୍ତର ରଖୁଥିବା ବେଳେ ଏପଟେ ଚାଲିଥିଲା ହୋହାଲ୍ଲା । ଏହାପରେ ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ଆରମ୍ଭ ହୋଇଥିଲା ଶୂନ୍ୟକାଳ । ଅର୍ଥମନ୍ତ୍ରୀ କ୍ୟାବିନେଟ ପ୍ରସ୍ତାବ ଗୃହରେ ଉପସ୍ଥାପନ କରିଥିଲେ । କିନ୍ତୁ ସମାନ ପ୍ରସଙ୍ଗରେ ବିରୋଧୀ ଗୃହରେ ହଟ୍ଟଗୋଳ ଜାରି ରଖିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details